ଅଣ୍ଡର ୧୯ ବିଶ୍ୱକପ୍‌: ଫାଇନାଲରେ ସ୍ଥାନ ପକ୍କା କରିବା ପାଇଁ ମଇଦାନକୁ ଓହ୍ଲାଇବ ଟିମ୍‌ ଇଣ୍ଡିଆ

୧୯ ବର୍ଷରୁ କମ ବିଶ୍ଵକପର ଦ୍ଵିତୀୟ ସେମି ଫାଇନାଲରେ ମୁହାଁମୁହିଁ ହେବେ ଭାରତ ଓ ଅଷ୍ଟ୍ରେଲିଆ । କରୋନା ମହାମାରୀ କାରଣରୁ ଭାରତର ପ୍ରସ୍ତୁତିରେ ବହୁତ ବାଧାପ୍ରାପ୍ତ ହୋଇଛି। ଚାରି ଥରର ଚାମ୍ପିଅନ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକାକକୁ ୪୫ ରନରେ ହରାଇ ଟୁର୍ଣ୍ଣାମେଣ୍ଟରେ ନିଜର ଅଭିଯାନ ଆରମ୍ଭ କରିଥିଲା। ଏହା ପରେ ଅନେକ ଖେଳାଳି କରୋନା ସଂକ୍ରମିତ ହେବା ପରେ ଆୟରଲାଣ୍ଡ ବିପକ୍ଷ ମ୍ୟାଚ୍ ଖେଳି ପାରିନଥିଲେ। ଦଳ ପ୍ରବନ୍ଧକଙ୍କୁ ୧୧ ଜଣ ଖେଳାଳିଙ୍କୁ ନେଇ ପଡିଆକୁ ଓହ୍ଲାଇବା ବହୁତ ମୁସ୍କିଲ ହୋଇଥିଲା।

ଉଗାଣ୍ଡା ବିପକ୍ଷରେ ଛଅ ଜଣ ରିଜର୍ଭ ଖେଳାଳିଙ୍କୁ ମଇଦାନକୁ ଓହ୍ଲାଯାଇଥିଲା। ଏହା ସତ୍ତ୍ଵେ ବି ଭାରତୀୟ ଦଳ ଆୟରଲାଣ୍ଡ ଏବଂ ଉଗାଣ୍ଡାକୁ ପରାସ୍ତ କରିଥିଲା। ଏହା ପରେ କ୍ଵାର୍ଟର ଫାଇନାଲରେ ବାଂଲାଦେଶକୁ ହରାଇଛି। ନିଶାନ୍ତ ସିନ୍ଧୁ ମଧ୍ୟ ସଂକ୍ରମଣରୁ ସୁସ୍ଥ ହୋଇ ସାରିଛନ୍ତି। ଭାରତ ଆଇସିସି ଅଣ୍ଡର-୧୯ ବିଶ୍ଵ କପର ଗ୍ରୁପ୍ ବିରେ ପଏଣ୍ଟ ତାଲିକାରେ ଶୀର୍ଷରେ ରହିଥିବା ବେଳେ ଅଷ୍ଟ୍ରେଲିଆ ଗ୍ରୁଡ ଡିର ପଏଣ୍ଟ ଟେବୁଲରେ ଦ୍ଵିତୀୟ ସ୍ଥାନରେ ରହିଛି।

ଭାରତୀୟ ଦଳ ବିଶ୍ଵ କପର ଗ୍ରୁପ ପର୍ଯ୍ୟାୟରେ ତିନି ମ୍ୟାଚ୍ ଖେଳି ସବୁଥିରେ ବିଜୟ ହାସଲ କରିଛି। ଅଷ୍ଟ୍ରେଲିଆ ତିନୋଟି ମ୍ୟାଚରୁ ଦୁଇଟିରେ ବିଜୟୀ ହୋଇଥିବା ବେଳେ ଗୋଟିଏରେ ପରାଜିତ ହୋଇଛି। ଭାରତ ସାମ୍ନାରେ ଏବେ ଅଷ୍ଟ୍ରେଲିଆ ପରି ମଜବୁତ ଦଳ ରହିଛି। ଭାରତ ପାଖରେ ହରନୁର ସିଂହ, ଅଙ୍ଗକୃଷ୍ଣ ରଘୁବଂଶୀ, ରାଜ ବାଭାଙ୍କ ବ୍ୟତୀତ ୟଶ ଧୁଲ ଏବଂ ରଶିଦଙ୍କ ପରି ବ୍ୟାଟସମ୍ୟାନ ରହିଛି। ଧୁଲ ପ୍ରଥମ ମ୍ୟାଚରେ ୮୨ ରନ କରିଥିଲେ।

ଦୁଇଥର ଚାମ୍ପିଅନ ହୋଇଥିବା ଅଷ୍ଟ୍ରେଲିଆ କ୍ୱାର୍ଟର ଫାଇନାଲରେ ପାକିସ୍ତାନକୁ ହରାଇଥିଲା। ଦଳ ପାଖରେ ଚତ୍ମକାର ଓପନିଂ ବ୍ୟାଟସମ୍ୟାନ ଟିଗ୍ ଓ୍ଵିଲି ରହିଛନ୍ତି। ସେ ଏ ପର୍ଯ୍ୟନ୍ତ ଟୁର୍ଣ୍ଣାମେଣ୍ଟରେ ଦମଦାର ପ୍ରଦର୍ଶନ କରିଛନ୍ତି। ପାକିସ୍ତାନ ବିପକ୍ଷ ମ୍ୟାଚରେ ସେ ୭୧ ବଲରୁ ୯୭ ରନ କରିଥିଲେ। ଭାରତକୁ ତାଙ୍କ ବ୍ୟାଟିଂ ଉପରେ ଅଙ୍କୁଶ ଲଗାଇବାକୁ ପଡିବ। ତେବେ ଭାରତ ଅଭ୍ୟାସ୍ ମ୍ୟାଚରେ ଅଷ୍ଟ୍ରେଲିଆକୁ ହରାଇଥିଲା।

ଭାରତୀୟ ଦଳ: ଅଙ୍ଗକ୍ରିଶ ରଘୁବଂଶୀ, ହରନୁର ସିଂହ, ଏସକେ ରଶିଦ, ୟଶ ଧୁଲ(ଅଧିନାୟକ), ସିଦ୍ଧାର୍ଥ ଯାଦବ, ରାଜଙ୍ଗଦ ବାଭା, କୌଶଲ ତାମ୍ବେ, ଦିନେଶ ବାନା(ଓ୍ଵିକେଟ୍ କିପର), ରାଜବର୍ଦ୍ଧନ ହେଙ୍ଗରଗେକର, ଭିକ୍କି ଓସ୍ତଓ୍ଵାଲ, ରବି କୁମାର।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.