“ଗୁଳି ମୁସେଵାଲାଙ୍କୁ ନୁହେଁ ତମକୁ ଲାଗିବାର ଥିଲା”, ଲୋକଙ୍କ ତରଫରୁ ଉର୍ଫି ଜାଭେଦଙ୍କ ନିକଟକୁ ଆସୁଛି ଏମିତି କିଛି କମେନ୍ଟ

କିଛିଦିନ ତଳେ ପଂଜାବୀ ଗାୟକ ସିଧୁ ମୁସେଵାଲାଙ୍କର ହତ୍ୟା ହୋଇଥିଲା । ଏହି ଖବର ଦେଶବ୍ୟାପି ଯେମିତି ଏକ ପ୍ରକାର ହଇଚଇ ସୃଷ୍ଟି କରିଥିଲା । ଗୋଟେ ପଟେ ଫ୍ୟାନ୍ସ ମାନେ ମୁସେଵାଲାଙ୍କ ମୃତ୍ୟୁକୁ ନେଇ ଶୋକ ବ୍ୟକ୍ତ କରୁଥିବା ବେଳେ ଅନ୍ୟ ପଟରେ କିଛି ୟୁଜର୍ସ ଉର୍ଫିଜାଭେଦଙ୍କୁ କମେଣ୍ଟ ପରେ କମେଣ୍ଟ ମାରି ଚାଲିଛନ୍ତି । କିଛି ଜଣ ତ ଏମିତି ବି କହୁଛନ୍ତିକି ମୁସେଵାଲାଙ୍କ ବଦଳରେ ଉର୍ଫିଙ୍କର ହତ୍ୟା ହୋଇଯାଇଥିଲେ ହୁଏତ ଭଲ ହୋଇଥାନ୍ତା ।
କହିରଖିବା ଉଚିତ ହେବକି, ବିଗ ବସ ଓଟିଟିରେ ନଜର ଆସିଥିବା ଉର୍ଫି ଜାଭେଦ ଅଧିକାଂଶ ସମୟରେ ନିଜ ଲୁକସକୁ ନେଇ ଚର୍ଚ୍ଚାରେ ରହିଥାନ୍ତି । ପ୍ରତିଥର ନୂଆ ନୂଆ ବେଶରେ ନଜର ଆସନ୍ତି ଉର୍ଫି । ଯାହାକୁ ଫ୍ୟାନ୍ସ ମାନେ ବି ଖୁବ ପସନ୍ଦ କରନ୍ତି ।

କିନ୍ତୁ ଏଠି ବି ଉରଫିଙ୍କୁ ଟ୍ରଲର ସାମ୍ନା କରିବାକୁ ପଡିଥାଏ । କେବେ କେବେ ତାଙ୍କର ଖୁବ ମଜାକ ଉଡାଉ ଥିବା ବେଳେ ଆଉ କେବେ କେବେ ଥଟା ପରିହାସରେ ଉଆଡୁ ସିଆଡ଼ୁ କମେନ୍ଟ ବି କରି ଦିଅନ୍ତି | ଅନେକ ଥର ଏମିତି ବି ଦେଖାଯାଏ ଫ୍ୟାନ୍ସ ମାନେ ସବୁ ସୀମା ପାର କରି ଅତି ନିମ୍ନ ମାନର କମେନ୍ଟ କରିବାକୁ ବି ପଛାନ୍ତି ନାହିଁ । କହିରଖିବା ଉଚିତ ହେବକି କିଛି ଦିନ ପୂର୍ବରୁ ପଂଜାବୀ ଗାୟକ ସିଧୁ ମୁସେଵାଲାଙ୍କର ହତ୍ୟା ହୋଇଥିଲା । ଏହି ଖବର ଦେଶ ସାରା ହଇଚଇ ଖେଳେଇ ଥିବାବେଳେ ଫ୍ୟାନ୍ସ ମାନଙ୍କୁ ବି ବ୍ୟତିବ୍ୟସ୍ତ କରିଦେଇଥିଲା । କିନ୍ତୁ ମୁସେଵାଲାଙ୍କ ମୃତ୍ୟୁ ଖବର ଉରଫିଙ୍କ ଆଡକୁ ମୋଡ଼ ନେଇଥିଲା । ଫ୍ୟାନ୍ସ ମାନେ ଓଲଟା ଉର୍ଫିଙ୍କୁ କମେନ୍ଟ କରିବାକୁ ଲାଗିଲେ । ମୁସେଵାଲାଙ୍କ ବଦଳରେ ଉର୍ଫିଙ୍କର ମୃତ୍ୟୁ ହବାର ଥିଲା । ଜଣେ ପରେ ଜଣେ ୟୁଜର ଉର୍ଫିଙ୍କୁ କମେନ୍ଟ କରିବାରେ ଲାଗିଛନ୍ତି ।

ଏଥର ବି ନିଜେ ଉର୍ଫି ଚୁପ ବସି ନାହାନ୍ତି । ଫ୍ୟାନ୍ସ ମାନଙ୍କୁ ମୁହଁ ତୋଡ ଜବାବ ଦେଇଛନ୍ତି । ନିଜ ପ୍ରତିକ୍ରିୟାରେ ଉର୍ଫି ତାଙ୍କୁ ଆସିଥିବା କମେଣ୍ଟସର ସ୍କ୍ରିନ ସଟ ନିଜ ଇନ୍ସଟା ଷ୍ଟୋରିରେ ସେୟାର କରିଛନ୍ତି । ଆଉ ଏହାର କ୍ୟାପ୍ସନରେ ଲେଖିଛନ୍ତିକି, ” ମୁଁ ମୃତ୍ୟ ସହ ଜଡିତ ହୋଇନାହିଁ( ଭଗବାନ ମୃତବ୍ୟକ୍ତିର ଆତ୍ମାକୁ ଶାନ୍ତି ଦିଅନ୍ତୁ) । କିନ୍ତୁ ଯେଉଁ ଭଳି ଭାବେ ଲୋକେ ମୋର ମୃତ୍ୟୁ ନେଇ କାମନା କରିଛନ୍ତି ତାକୁ ଦେଖି ଭୟ ଲାଗୁଛି । ମୁଁ ଏଠାରେ କିଛି କମେନ୍ଟ ସେୟାର କରିଛି ଯାହା ମୋ ନିକଟକୁ କିଛି ଦିନ ହେବ ଲଗାତାର ଭାବେ ଆସିବାରେ ଲାଗିଛି । ଡର ଲାଗୁଛିକି ଲୋକେ ମୋ ମୃତ୍ୟୁ ନେଇ ଏମିତି କାମନା କରୁଛନ୍ତି । ଆମେ ଏମିତି ଏକ ନିର୍ଦୟୀ ଦୁନିଆରେ ବାସ କରୁଛୁ ଯେଉଁଠି ଦୟାଵାନ ଲୋକଙ୍କ ସଂଖ୍ୟା ଖୁବ କମ । ଯାହା ମନକୁ ଆସୁଛି ଲୋକେ କହି ଚାଲିଛନ୍ତି । “

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.