ହ୍ଵାଟସଆପ୍‌ ରେ ଆସୁଛି ସ୍କାମ ମେସେଜ, ଏପରି ଜାଣନ୍ତୁ ଓ ସତର୍କ ରୁହନ୍ତୁ

ଲୋକପ୍ରିୟ ଚାଟିଂ ଆପ୍‌ ହ୍ଵାଟସଆପ୍‌ କୁ ନେଇ ପୁଣି ଥରେ ଆରମ୍ଭ ହୋଇଛି ସତର୍କ ବାଣୀ। ସ୍କାମର ମାନେ ପୁଣି ଥରେ ହ୍ଵାଟସଆପ୍‌ କୁ ଟାର୍ଗେଟ କରିଛନ୍ତି। ଯାହାଦ୍ୱାରା ୟୁଜର୍ସ ହୋଇପାରନ୍ତି କାଙ୍ଗାଳ। ହ୍ୟାକର୍ସ ମାନେ ୟୁଜର୍ସଙ୍କ ଆକାଉଣ୍ଟକୁ ଖାଲି କରିବାର ଯୋଜନା ଚଲାଉଛନ୍ତି । ଯଦି ଏପରି ହୁଏ ତେବେ ଆପଣ ବଡ଼ ସମସ୍ୟାରେ ପଡ଼ିଯିବେ।

ହ୍ଵାଟସଆପ୍‌ ରେ ସବୁଠୁ ଅଧିକ ୟୁଜର୍ସ ଥିବା ବେଳେ ଆଜି କାଲି ଟଙ୍କା ଟ୍ରାନ୍ସଫର ବି ମାନେ ୟୁପିଆଇ ଟ୍ରାଞ୍ଜାକସନ ମଧ୍ୟ ଏହାରି ମାଧ୍ୟମରେ ହୋଇପାରୁଛି। ତେଣୁ ସ୍କାମର ମାନେ ଏହା ଉପରେ ନିଜର ଖରାପ ନଜର ପକାଇଛନ୍ତି। ୟୁଜର୍ସଙ୍କୁ ଲୁଟିବା ପାଇଁ ପ୍ଲାନିଂ ମଧ୍ୟ କରୁଛନ୍ତି। ବିଭିନ୍ନ ପ୍ରକାର ଫ୍ରଡ ମେସେଜ ତଥା ଲିଙ୍କ ମାଧ୍ୟମରେ ସେମାନେ ଆପଣଙ୍କୁ ବୋକା ବନାଇବାକୁ ଚେଷ୍ଟା କରୁଛନ୍ତି।

ସୋସିଆଲ ମିଡ଼ିଆ ଓ ଚାଟିଂ ଆପ୍‌ ଆଜି ର ସମୟରେ ଏକ ପ୍ରମୁଖ ଭାଗ। ପ୍ରତ୍ୟେକଙ୍କ ସହ ଯୋଡ଼ି ହୋଇ ରହିବା ପାଇଁ ଏହା ଏକ ବଡ଼ ମାଧ୍ୟମ। ଏମିତିରେ ତ ଅନେକ ଆପ୍ସ ରହିଛି କିନ୍ତୁ ସ୍କାମର୍ସମାନଙ୍କ ଟାର୍ଗେଟରେ ରହିଥାଏ ଲୋକପ୍ରିୟ ଆପ୍‌। ତେଣୁ ଏହିସବୁ ଆପ୍‌ କୁ ବ୍ୟବହାର କରିବା ସମୟରେ ସତର୍କ ଓ ସାବଧାନ ରହିବା ଜରୁରୀ। ଏବେ ପୁଣିଥରେ ହ୍ଵାଟସଆପରେ ଫ୍ରଡ ମେସେଜ ପଠାଇ ଲୋକଙ୍କୁ ଲୁଟିବାର ଯୋଜନା ଚାଲିଛି। ଏଥିପାଇଁ ୟୁଜର୍ସଙ୍କ ପାଖକୁ ଆକର୍ଷକ ଅଫର ମେସେଜ ପଠାଯାଉଛି। ହ୍ଵାଟସଆପରେ +923060373744 , ଏହି ନମ୍ବରରୁ ୟୁଜର୍ସକୁ ମେସେଜ ପଠାଯାଉଛି। ଏହାସହ ଲଟେରୀ ଜିତିଥିବାର ମଧ୍ୟ କୁହାଯାଉଛି। ଏହାସହ ଏକ ଭଏସ ନୋଟ ବି ପଠାଯାଉଛି। ରିୟଲ ଲାଗିବା ପାଇଁ ଫଟୋରେ ଅମିତାଭ ବଚ୍ଚନ ଙ୍କ ଫଟୋ ସହ କନ ବନେଗା କରୋଡ ପତି ଫଟୋ ମଧ୍ୟ ଲଗାଯାଉଛି।

scam
pc: india today

ମେସେଜରେ ଲେଖାଯାଇଛି ଯେ ଆପଣ ୨୫ ଲକ୍ଷ ଟଙ୍କା ଲଟେରୀ ଜିତିଛନ୍ତି। ଆଉ ଆପଣ ଏହି ଟଙ୍କାକୁ ତୁରନ୍ତୁ ନିଜ ଆକାଉଣ୍ଟକୁ ଟ୍ରାନ୍ସଫର କରିନିଅନ୍ତୁ। ଏହାସହ ମେସେଜରେ ଆଉ ଏକ ନମ୍ବର 07666533352 ଦିଆଯାଇଛି। ଯେଉଁଥିରେ ଆପଣଙ୍କୁ ଫୋନ କରିବାର ହେବ। ଅଡି ଓ ନୋଟ ମଧ୍ୟ ଆସିଛି। ତେବେ ଏମିତି ମେସେଜ ଆସିଥିଲେ ସାବଧାନ ରୁହନ୍ତୁ। ଆଦୌ ବି ଏହାକୁ ବିଶ୍ୱାସ କରନ୍ତୁ ନାହିଁ। ଏହାକୁ ରିପ୍ଲାଏ କରିବା ଦ୍ୱାରା ଆପଣ ଏମାନଙ୍କ ସ୍କାମେର ଫସିଯିବେ। ପରେ ଆପଣଙ୍କ ଆକାଉଣ୍ଟରୁ ସବୁ ଟଙ୍କା ଗାଏବ ହୋଇଯିବ ।

ଏହି ଖତରନାକ ସ୍କାମରୁ ଆପଣ ସତର୍କ ରୁହନ୍ତୁ। ଭୁଲରେ ବି ଏହାକୁ ନିଜ କଣ୍ଟାକ୍ଟରେ ରଖନ୍ତୁ ନାହିଁ। ଏମିତି ଅଜଣା ନମ୍ବରରୁ ମେସେଜ ଆସିଲେ ତୁରନ୍ତ ଏହାକୁ ବ୍ଲକ କରନ୍ତୁ। କୌଣସି ଲିଙ୍କ ଉପରେ କ୍ଲିକ କରନ୍ତୁ ନାହିଁ। ଫୋନରେ ଆସୁଥିବା ଓଟିପିକୁ ମଧ୍ୟ କାହା ସହ ସେୟାର କରନ୍ତୁ ନାହିଁ। ଏହାସହ ଧ୍ୟାନ ରଖିବେ ଏମିତିି ମେସେଜ ଆପଣ କାହା ସହ ମଧ୍ୟ ସେୟାର କରନ୍ତୁ ନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.