ଏବେ ପୋଲିସ କୁକୁରଙ୍କୁ ଟ୍ରେନିଂ ଦେବେ ମହିଳା, ପ୍ରଥମ ଥର ପାଇଁ ଆଇଟିବିପିରେ ନିଯୁକ୍ତ ହେଲେ ଲେଡି ଡଗ୍ ହ୍ୟାଣ୍ଡେଲର୍ସ
ଭାରତ-ତିବ୍ଦତ ସୀମା ପୋଲିସ ପକ୍ଷରୁ ମହିଳାଙ୍କ ପାଇଁ ଏକ ନୂଆ ସୁଯୋଗ ସୃଷ୍ଟି କରାଯାଇଛି। ଭାରତ-ତିବ୍ଦତ ସୀମା ପୋଲିସ ଏବେ ମେଲିନେଇସ୍ ଡଗ୍ (Melinois Dog) ଙ୍କ ପ୍ରଶିକ୍ଷଣ ପାଇଁ ୮ ମହିଳା ଯବାନଙ୍କୁ ନିଯୋଜିତ କରିଛି। ପ୍ରକାଶ ଯେ ମେଲିନୋଇସ୍ ହେଉଛନ୍ତି ଏକ ସ୍ୱତନ୍ତ୍ର ପ୍ରଜାତିର କୁକୁର। ଏମାନଙ୍କୁ ସାଧାରଣତଃ ନକ୍ସଲ ପ୍ରବଣ ଅଞ୍ଚଳରେ ସେନା ବାହିନୀ ସହ ମୁତୟନ କରାଯାଏ। ଏମାନେ ଆଇଟିବିପି ଯବାନଙ୍କୁ ବିଭିନ୍ନ ସୂଚନା ଦେବା ସହ ତଦନ୍ତ କାମରେ ସାହାଯ୍ୟ କରିଥାନ୍ତି। ଏହି କୁକୁର ନାଗରିକଙ୍କ ସୁରକ୍ଷାରେ ପ୍ରମୁଖ ଭୂମିକା ଗ୍ରହଣ କରିଥାନ୍ତି।
ତେବେ ଏଥରକ ପ୍ରଥମ ଥର ପାଇଁ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବଳ ପକ୍ଷରୁ ଏଭଳି ଏକ ଅଭିନବ ପ୍ରୟାସ କରାଯାଇଛି। ଏଥିସହ ଆଇଟିବିପି ଏବେ ମହିଳା ଡଗ୍ ହ୍ୟାଣ୍ଡେଲର୍ସ ଭାବେ ମୁତୟନ କରିଥିବା ଦେଶର ପ୍ରଥମ ସିଏପିଏଫ୍ ହେବା ଗୌରବ ଲାଭ କରିଛି।
In a first, @ITBP_official inducts women constables as dog handlers in its K-9 cadrehttps://t.co/BUsLKz6HVx @VijayMohan_1
— The Tribune (@thetribunechd) June 3, 2022
ଡଗ୍ଙ୍କ ସହ ହ୍ୟାଣ୍ଡେଲର୍ସଙ୍କୁ ପ୍ରଥମରୁ ହିଁ ଚେତାବନୀ ଦେବା ପାଇଁ କାଉଣ୍ଟର ଇନ୍ସଜେନ୍ସି ଗ୍ରୀଡ୍ରେ ଏରିଆ ଡୋମିନେସନ୍ ପେଟ୍ରୋଲ (ଏଡିପି) ଟିମ୍ରେ ରଖାଯାଏ। ଏବେ ଏହି ମହିଳା ଡଗ୍ ହ୍ୟାଣ୍ଡେଲର୍ସ ବଳର ଯବାନଙ୍କ ସହ କାନ୍ଧରେ କାନ୍ଧ ମିଶାଇ ସେବା ଯୋଗାଇବେ। ଏହି ମହିଳା ମାନେ ଏହି ଦାୟିତ୍ୱକୁ ସମ୍ପୂର୍ଣ୍ଣ ଭାବେ ପାଳନ କରିବେ।
#Watch | The first batch of 8 women dog handlers of ITBP train K9 pups
(📹 via ANI) pic.twitter.com/UmHs8f3riS
— Hindustan Times (@htTweets) June 3, 2022
୩ ମାସର କୁକୁର ନେବେ ଟ୍ରେନିଂ:
ଏହି ମେଲିନୋଇସ୍ ପପ୍ସଙ୍କ ମଧ୍ୟରେ ସ୍ପାର୍କ, ଏକ୍ସଲ, ଜୁଲି, ଚାର୍ଲି, ରୋନୀ, ଏନୀ, ମେରୀ ଓ ଟଫି ଅଛନ୍ତି। ଏହି କୁକୁରଙ୍କ ବୟସ ଏବେ ମାତ୍ର ୩ ମାସ। ଏମାନଙ୍କୁ ମହିଳା ହ୍ୟାଣ୍ଡେଲର୍ସ ଟାକ୍ଟିକଲ ବେସିକ୍ ଓବିଡିଏନ୍ସ ଟ୍ରେନିଂ ଦିଆଯିବ। ତା’ ପରେ ସେମାନେ ଆଇଟିବିପିରେ ସାମିଲ ହୋଇ ଦେଶକୁ ସୁରକ୍ଷା ଯୋଗାଇବେ। ପ୍ରକାଶ ଯେ ଆଇଟିବିପି ହେଉଛନ୍ତି ଭାରତ ଓ ଚୀନ୍ର ସୀମା ସୁରକ୍ଷାରେ ମୁତୟନ ହୋଇଥିବା ଏକ ପର୍ବତୀୟ ପ୍ରଶିକ୍ଷିତ ବଳ।
Also Read: ରୁଷ୍-ୟୁକ୍ରେନ୍ ଯୁଦ୍ଧକୁ ଆଜି ୧୦୦ ଦିନ: ନା’ ଅଟକୁଛି ପୁଟିନ୍ ସେନା ନା’ ହାର ମାନୁଛନ୍ତି ୟୁକ୍ରେନ୍ବାସୀ