ବ୍ରଜରାଜନଗରରେ ବିପୁଳ ବ୍ଯବଧାନରେ ବିଜେଡିର ବିଜୟ: ୬୫,୭୯୧ ଖଣ୍ଡ ଭୋଟରେ ବାଜି ମାରିଲେ ଅଳକା ମହାନ୍ତି

ଝରସୁଗୁଡ଼ା (କେନ୍ୟୁଜ୍‌): ଆସିଲା ବ୍ରଜରାଜନଗର ଉପନିର୍ବାଚନର ଫଳାଫଳ। ବଡ ବ୍ଯବଧାନରେ ବାଜି ମାରିଲା ବିଜେଡି। ବିଜେଡି ପ୍ରାର୍ଥୀ ଅଳକା ମହାନ୍ତି ପିନ୍ଧିଲେ ବିଜୟୀ ମୁକୁଟ। ୬୫,୭୯୧ ଖଣ୍ଡ ଭୋଟରେ ଜିତିଲା ବିଜେଡି। ଦ୍ବିତୀୟ ସ୍ଥାନରେ କଂଗ୍ରେସ୍ ରହିଥିବାବେଳେ, ତୃତୀୟ ସ୍ଥାନରେ ରହିଛି ବିଜେପି।

ପ୍ରଥମେ ପୋଷ୍ଟାଲ ଗଣତି ଚାଲିଥିଲା। ସାଢେ ଆଠରୁ ଇଭିଏମ୍‌ କାଉଣ୍ଟିଂ ଆରମ୍ଭ ହୋଇଥିଲା। ଗଣତି ପାଇଁ ୧୪ଟି ଟେବୁଲ କରାଯାଇଥିଲା । ୨୦ ରାଉଣ୍ଡ ଗଣତି ହୋଇଛି। ପ୍ରତି ଟେବୁଲରେ ୪ଜଣ କାଉଣ୍ଟିଂ ଅଫିସର ରହିଥିଲେ। ଭୋଟ ଗଣତି ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା।

ଝରସୁଗୁଡ଼ା ଇଂଜିନିୟରିଂ ସ୍କୁଲରେ ଗଣତି ବ୍ୟବସ୍ଥା କରାଯାଇଥିଲା। ଉପନିର୍ବାଚନରେ ମତଦାନ ହାର ଥିଲା ୭୧.୯୦ ପ୍ରତିଶତ ଥିଲା। ବିଜେଡି ଲଗାତାର ଉପନିର୍ବାଚନ ଜିତି ଚାଲିଛି। ଏଥର ବି ଦଳ ସଫଳ ହୋଇଛି।