Below header

ଇମ୍‌ତିୟାଜ୍‌ ଅଲ୍ଲୀଙ୍କ ଫିଲ୍ମରେ ରାଧା-କୃଷ୍ଣ ହେବେ ଦୀପିକା ପାଦୁକୋନ୍‌ ଓ କାର୍ତ୍ତିକ୍‌ ଆଯ୍ୟର୍ନ୍‌! ଏୟାରପୋର୍ଟ ଡ୍ୟାନ୍ସ ଫଟୋ ଭାଇରଲ

ବଲିଉଡ୍‌ର ଦୀପିକା ପାଦୁକୋନ୍‌ ଓ କାର୍ତ୍ତିନ ଆଯ୍ୟର୍ନ୍‌ ଏୟାରପୋର୍ଟରେ ‘ଧୀମେ ଧୀମେ’ ଗୀତରେ ଜବରଦସ୍ତ ଡ୍ୟାନ୍ସ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ସେମାନେ ଯେଭଳି ଡ୍ୟାନ୍ସ କରିଥିଲେ, ତାହା ସମସ୍ତଙ୍କୁ ପସନ୍ଦ ଆସିଛି। ଏବେ ଖବର ଆସୁଛି କି ଦୁଇଜଣ ଖୁବ୍‌ଶୀଘ୍ର ଏକ ଫିଲ୍ମରେ ଏକାଠି ନଜର ଆସିବେ। ସିଲଭର ସ୍କ୍ରୀନ୍‌ରେ ଏମାନେ ଫ୍ରେଶ୍‌ ପେୟାରିଂ ହେବେ ଏବଂ ଇମ୍‌ତିୟାଜ୍‌ ଅଲ୍ଲୀ ଏମାନଙ୍କୁ କାଷ୍ଟିଂ କରିବାକୁ ଯାଉଛନ୍ତି।

d3

ରିପୋର୍ଟ ମୁତାବକ, ଦୀପିକା ଓ କାର୍ତ୍ତିକ ଇମ୍‌ତିୟାଜ୍‌ ଅଲ୍ଲୀଙ୍କ ଫିଲ୍ମରେ ରାଧା-କୃଷ୍ଣଙ୍କ ଭୂମିକାରେ ନଜର ଆସିପାରନ୍ତି। କୃଷ୍ଣଙ୍କଠାରୁ ରାଧା ବଡ଼ ଥିଲେ। ଏଠି ଦୀପିକାଙ୍କ ବୟସ ୩୪ ଥିବା ବେଳେ କାର୍ତ୍ତିକଙ୍କୁ ୨୯ ବର୍ଷ।

 

View this post on Instagram

 

#DheemeDheemeChallenge has reached d next level 🔥 @deepikapadukone 💃🏻🕺🏻 Too much fun 🎶

A post shared by KARTIK AARYAN (@kartikaaryan) on

ସେପେଟ ସୋସିଆଲ ମିଡିଆରେ ଦୁହିଁଙ୍କ କେମେଷ୍ଟ୍ରିକୁ ନେଇ ବେଶ୍‌ ଚର୍ଚ୍ଚା ଚାଲିଛି। ୨୦୧୮ରେ ଇମ୍‌ତିୟାଜ୍‌ ଘୋଷଣା କରିଥିଲେ ଯେ ସେ ରାଧା-କୃଷ୍ଣଙ୍କ ପ୍ରେମ କାହାଣୀ ଉପରେ ଏକ ଫିଲ୍ମ ତିଆରି କରିବାକୁ ଚାହୁଁଛନ୍ତି। ଏହା ତାଙ୍କର ସ୍ୱପ୍ନ ରହିଛି। ସେ ଏହି ଫିଲ୍ମକୁ ଏକାସାଙ୍ଗରେ ନିର୍ଦ୍ଦେଶନା ଏବଂ ପ୍ରଯୋଜନା ମଧ୍ୟ କରିବେ। ଏପରି କି, ଏହାର କାହାଣୀ ମଧ୍ୟ ସେ ନିଜେ ଲେଖିବେ ବୋଲି ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.