Below header

ଦୀପିକା ପାଦୁକୋନ୍‌ ଏସିଡ ପୀଡିତାଙ୍କ ଚିକିତ୍ସା ପାଇଁ ଦେଲେ ୧୫ ଲକ୍ଷ ଟଙ୍କା

ନୂଆଦିଲ୍ଲୀ : ଲୋକଙ୍କୁ ଅସହାୟତା ବେଳେ ସାହାଯ୍ୟ କରିବାକୁ ବହୁ କଳାକାର ଆଗେଇ ଆସୁଥିବା ଦେଖାଯାଇଛି । ଏମିତିରେ ଫିଲ୍ମ ଅଭିନେତା ସୋନୁ ସୁଦଙ୍କ ଉଦାହରଣ ନିଆଯାଇପାରେ । ଯେକି କରୋନା ଲକ୍‌ଡାଉନ ସମୟରେ ଶହ ଶହ ଲୋକଙ୍କୁ ସହାୟତାର ହାତ ବଢ଼ାଇଛନ୍ତି । ଏବେ ଜଣେ ଏସିଡ ପୀଡିତାଙ୍କୁ ସାହାଯ୍ୟ କରିବା ପାଇଁ ଆଗେଇ ଆସିଛନ୍ତି ଫିଲ୍ମ ଅଭିନେତ୍ରୀ ଦୀପିକା ପାଦୁକୋନ୍‌ । ପୀଡିତାଙ୍କ ଚକିତ୍ସା ପାଇଁ ସେ ଦେଇଛନ୍ତି ୧୫ ଲକ୍ଷ ଟଙ୍କା ।

ଫିଲ୍ମ ‘ଛପାକ’ ରେ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ସହ କାମ କରିଛନ୍ତି ଏସିଡ୍‌ ପୀଡ଼ିତା ବାଲା । ତେଣୁ ବାଲାଙ୍କ ସହ ଦୀପିକାଙ୍କ ରହିଛି ଭାବନାତ୍ମକ ସମ୍ପର୍କ । ତେଣୁ ବାଲାଙ୍କ ଚିକିତ୍ସା ପାଇଁ ଦୀପିକା ୧୫ ଲକ୍ଷ ଟଙ୍କା ସହାୟତା କରିବା ସହ ଅନ୍ୟମାନଙ୍କୁ ସହାୟତା କରିବା ପାଇଁ ମଧ୍ୟ ଅନୁରୋଧ କରିଛନ୍ତି । ଏକ ଘରୋଇ ହିଂସା ମାମଲାରେ ବାଲାଙ୍କ ଉପରେ ଏସିଡ ଆକ୍ରମଣ ହୋଇଥିଲା ।

ଏଥିରେ ବାଲାଙ୍କ ଦାଦାଙ୍କର ମୃତ୍ୟୁ ହୋଇଯାଇଥିବା ବେଳେ ବାଲା ମୃତ୍ୟୁ ସହ ସଂଗ୍ରମା କରୁଛନ୍ତି । ତାଙ୍କର ଗୋଟିଏ କିଡନୀ ମଧ୍ୟ ଖରାପ ହେବା ଯୋଗୁ ସେ ଏବେ ଗମ୍ଭୀର ସ୍ଥିତି ଦେଇ ଗତି କରୁଛନ୍ତି । ତାଙ୍କର ଚିକିତ୍ସା ପାଇଁ ୧୬ ଲକ୍ଷ ଟଙ୍କା ଆବଶ୍ୟକ ଥିବା ବେଳେ ଦୀପିକା କେବଳ ୧୫ ଲକ୍ଷ ଟଙ୍କା ଦେଇଛନ୍ତି । ଏଥିସହ ବାଲାଙ୍କୁ ଅଧିକ ସଂଖ୍ୟାରେ ସହାୟତା କରିବା ପାଇଁ ମଧ୍ୟ ଲୋକଙ୍କୁ ଅନୁରୋଧ କରିଛନ୍ତି ଦୀପିକା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.