ସିଦ୍ଧାର୍ଥଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ହଲିଉଡ ଅଭିନେତା ଜନ ସେନା, ଇନ୍ଷ୍ଟଗ୍ରାମରେ ସେୟାର କଲେ ପୋଷ୍ଟ

ଟେଲିଜଗତର ଜଣାଶୁଣା କଳାକାର ତଥା ବିଗ ବସ ଫେମ ସିଦ୍ଧାର୍ଥ ଶୁକ୍ଳାଙ୍କ ଆକସ୍ମିକ ମୃତ୍ୟୁ ଖବର ତାଙ୍କ ଫ୍ୟାନ୍ସ ମାନଙ୍କୁ ଖୁବ ଆଘାତ ଦେଇଛି । ଖାଲି ଭାରତରେ ନୁହେଁ ଅନ୍ୟ ଦେଶ ଗୁଡିକରେ ବି ସିଦ୍ଧାର୍ଥଙ୍କର ଅନେକ ଫ୍ୟାନ୍ସ ଫଲୋଅର୍ଶ ଅଛନ୍ତି । ଖାଲି ଫ୍ୟାନ୍ସ ନୁହନ୍ତି ବିଭିନ୍ନ କ୍ଷେତ୍ରର ସେଲିବ୍ରିଟି ମାନଙ୍କୁ ବି ସିଦ୍ଧାର୍ଥଙ୍କ ଅକାଳ ମୃତ୍ୟୁ ଖୁବ ଦୁଃଖ ଦେଇଛି । ପ୍ରସିଦ୍ଧ କୁସ୍ତି ଯୋଦ୍ଧା ତଥା ହଲିଉଡ ଅଭିନେତା ଜନ ସେନା ସିଦ୍ଧାର୍ଥଙ୍କୁ ଶ୍ରଦ୍ଧାଞ୍ଜଳି ଦେଇ ଇନ୍ଷ୍ଟଗ୍ରାମରେ ଏକ ପୋଷ୍ଟ ସେୟାର କରିଛନ୍ତି । ଜନ ଆଜି ସିଦ୍ଧାର୍ଥଙ୍କ ଏକ ଫଟୋ ପୋଷ୍ଟ କରିଥିବା ବେଳେ ଏହାର କ୍ୟାପ୍ସନରେ କିଛି ବି ଲେଖିନାହାନ୍ତି । ଯାହାକୁ ଦେଖି ଖୁବ ଭାବୁକ ହୋଇପଡିଛନ୍ତି ତାଙ୍କ ଫ୍ୟାନ୍ସ ମାନେ ।

 

View this post on Instagram

 

A post shared by John Cena (@johncena)

କହିରଖିବା ଉଚିତ ହେବକି, ଅଧିକାଂଶ ସମୟରେ ଜନ ନିଜ ଇନ୍ସଟା ଆକାଉଣ୍ଟରେ ବିଶ୍ୱର ଟପ ଷ୍ଟୋରି ସହ ଜଡିତ ପୋଷ୍ଟମାନ ସେୟାର କରିଥାନ୍ତି । ଅନ୍ୟପକ୍ଷରେ ଏପରି ଏକ ଦୁଖଦ ଖବରକୁ ସହଜରେ ଗ୍ରହଣ କରିପାରିନାହାନ୍ତି ତାଙ୍କ ଫ୍ୟାନ୍ସ ମାନେ । ସମସ୍ତଙ୍କ ମନରେ ଆସୁଛି ଏଖବର ମିଛ ହୋଇଯାଆନ୍ତାକି । ସିଦ୍ଧାର୍ଥ ପୁଣି ଥରେ ଜୀବିତ ହୋଇଯାଆନ୍ତେ କି । କହିରଖିବା ଉଚିତ ହେବକି ଗତ ୨ ତାରିଖରେ ମାତ୍ର ୪୦ ବର୍ଷ ବୟସରେ ସିଦ୍ଧାର୍ଥଙ୍କ ମୃତ୍ୟୁ ହୋଇଥିବା ବେଳେ ପରଦିନ ପରିବାର ଲୋକଙ୍କ ଉପସ୍ଥିତିରେ ତାଙ୍କ ଅନ୍ତିମ ସଂସ୍କାର ସମ୍ପନ୍ନ ହୋଇଛି ।

ସିଦ୍ଧାର୍ଥଙ୍କ ଜନ୍ମ ୧୯୮୦ ମସିହା ଡିସେମ୍ବର ୧୨ ତାରିଖରେ ହୋଇଥିବା ବେଳେ ତାଙ୍କ କ୍ୟାରିୟର ଆରମ୍ଭ ମଡେଲିଙ୍ଗରୁ କରିଥିଲେ । ଖୁବ କମ ବୟସରେ ସେ ନିଜ ପିତାଙ୍କୁ ହରାଇଥିବା ବେଳେ ଈଂଟରିୟର ଡ଼ିଜାଇନିଙ୍ଗରେ ବ୍ୟଚେଲର ଡିଗ୍ରୀ ହାସଲ କରିଥିଲେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.