ପଦାକୁ ଅସଲ ସୁଧାଂଶୁ ରାଉତଙ୍କ ଚେହେରା, ୨୦୧୬ରେ ସିବିଆଇ ଅଫିସର କହି ଲୁଟି ନେଇଥିଲେ ୨୫ ହଜାର ଟଙ୍କା

କେନ୍ୟୁଜ୍(ବ୍ୟୁରୋ):ଦୂତୀ ମାମଲାରେ ଗିରଫ ୱେବ ପୋର୍ଟାଲ ସମ୍ପାଦକ ସୁଧାଂଶୁ ଶେଖର ରାଉତଙ୍କ ଅସଲ ଚେହେରା ସାମନାକୁ ଆସିଛି । ପୂର୍ବରୁ ସୁଧାଂଶୁ ସାମ୍ବାଦିକ ନାଁରେ ଲୋକଙ୍କୁ ଠକି ଟଙ୍କା ନେଇଥିବା ଥାନାରେ ମାମଲା ମଧ୍ୟ ରହିଛି । ୨୦୧୬ ନଭେମ୍ବର ୨୫ରେ ମଙ୍ଗଳପୁର ଥାନା ବିରିପଟା ପଞ୍ଚାୟତ କେନ୍ଦୁଆକୁଳ ଗାଁର ଭରତ ଚନ୍ଦ୍ର ମହାଳିକ ସୁଧାଂଶୁ ଓ ଅନ୍ୟ ସହଯୋଗୀଙ୍କ ନାଁରେ ଥାନାରେ ଅଭିଯୋଗ କରିଥିଲେ।

ଅଭିଯୋଗ ଥିଲା କି ଜଣେ ଯୁବକ ସିବିଆଇ ଅଫିସର ଓ ଅନ୍ୟ ଜଣେ ସାମ୍ବାଦିକ ପରିଚୟ ଦେବା ସହ ତାଙ୍କୁ ଡରେଇ ଧମକେଇ ତାଙ୍କଠୁ ୨୫ହଜାର ଟଙ୍କା ଲୁଟି ନେଇଥିଲେ । ଏନେଇ ଭରତ ଯାଜପୁର ଜିଲ୍ଲା ମଙ୍ଗଳପୁର ଥାନାରେ ସୁଧାଂଶୁଙ୍କ ସମେତ ଅନ୍ୟ ଦୁଇ ଜଣ ଯୁବକଙ୍କ ନାଁରେ ଲିଖିତ ଅଭିଯୋଗ କରିଥିଲେ । ଏନେଇ ମଙ୍ଗଳପୁର ପୋଲିସ ୧୭୩/୨୦୧୬ରେ ଏକ ମାମଲା ରୁଜୁ କରିଥିବା ସୂଚନା ମିଳିଛି।.

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.