ପୁଣିଥରେ ଆଗରେ ରହିଲେ ଦୀପିକା ପାଦୁକୋନ, ସବୁ ସେଲିବ୍ରିଟିଙ୍କୁ ପଛରେ ପକାଇ ନିଜ ନାଁରେ କଲେ ଏହି ଟାଇଟଲ

Duff & Phelps ଦ୍ୱାରା ଜାରି ‘Celebrity Brand Valuation Study 2020’ରେ ବଲିଉଡ୍‌ ଅଭିନେତ୍ରୀ ଦୀପିକା ପାଦୁକୋନ ପୁଣିଥରେ ‘Most Valued Celeb’ ଟାଇଟଲ ହାସଲ କରିଛନ୍ତି। ଦୀପିକା ଲଗାତାର ବ୍ରାଣ୍ଡର ପସନ୍ଦର ଅଭିନେତ୍ରୀ ରହି ଆସିଛନ୍ତି ଏବଂ ବ୍ୟାକ୍‌ ଟୁ ବ୍ୟାକ୍‌ ହିଟ୍‌ ଦେଇଛନ୍ତି। ଏହି କାରଣରୁ ଦୀପିକାଙ୍କୁ ବଲିଉଡ୍‌ର କ୍ୱିନ୍‌ ଭାବେ ଗଣାଯାଇଥାଏ।

ଦୀପିକା ‘ମୋଷ୍ଟ ଭାଲ୍ୟୁଡ୍‌ ଫିମେଲ ସେଲିବ୍ରିଟି’ରେ ପ୍ରଥମ ସ୍ଥାନରେ ଅଛନ୍ତି, କିନ୍ତୁ ସେ ଏହି ରେସ୍‌ରେ ଅନେକ ଜଣାଶୁଣା ପୁରୁଷ କଳାକାରଙ୍କୁ ମଧ୍ୟ ପଛରେ ପକାଇ ଦେଇଛନ୍ତି। ଏହି ଷ୍ଟଡି ପରେ ଆଗାମୀ ଦିନରେ ଦୀପିକା ଆଉ ବି କେତେକ ବ୍ରାଣ୍ଡରେ କାମ କରିପାରନ୍ତି।

ଏହି ଅଭିନେତ୍ରୀ ସୋସିଆଲ ମିଡିଆରେ ତାଙ୍କ ଫ୍ୟାନ୍‌ମାନଙ୍କ ମଧ୍ୟରେ ଖୁବ୍‌ ଲୋକପ୍ରିୟ। ଇନ୍‌ଷ୍ଟାଗ୍ରାମରେ ଦୀପିକାଙ୍କର ୫୨ ମିଲିୟନ ଫଲୋୟର୍ସ ଅଛନ୍ତି। ଟ୍ଵିଟରରେ ବି ଏହି ସଂଖ୍ୟା ୩୪ ମିଲିୟନ ପାଖାପାଖି ରହିଛି। Telecom Regulatory Authority of Indiaର ୨୦୧୯ ରିପୋର୍ଟ ମୁତାବକ, ଦୀପିକା ଦେଶର ବିଶ୍ୱସନୀୟ ମହିଳା ସେଲିବ୍ରିଟିଙ୍କ ତାଲିକାରେ ବି ପ୍ରଥମ ସ୍ଥାନରେ ରହି ସାରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.