ପ୍ରେଗ୍ନେନ୍ସିରେ ଆକ୍ସନ ଫିଲ୍ମ ସୁଟିଂ କରୁଛନ୍ତି ଦୀପିକା ପାଦୁକୋନ, ‘ସିଂଘମ ଏଗେନ’ ସେଟରୁ ଭାଇରାଲ ହେଉଛି ବେବିବମ୍ପ୍‌ ଫଟୋ

ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ ଭ୍ୟାକେସନ ପରେ ଏବେ ପୁଣି କାମକୁ ଫେରିଛନ୍ତି । ସେ ପ୍ରେଗ୍ନେନ୍ସି ସମୟରେ ବି ନିଜ ଆଗାମୀ ଆକ୍ସନ୍ ଫିଲ୍ମ 'ସିଙ୍ଗମ୍ ଏଗେନ' ସୁଟିଂରେ ବ୍ୟସ୍ତ ଅଛନ୍ତି । ଏବେ ସୁଟିଂ ସେଟରୁ ଦୀପିକାଙ୍କ ଏକ ଫଟୋ ଖୁବ ଭାଇରାଲ ହେଉଛି ଯେଉଁଥିରେ ତାଙ୍କ ବେବିବମ୍ପ୍‌ ମଧ୍ୟ ଦେଖାଯାଉଛି ।

ଦୀପିକା ପାଦୁକୋନ ବଲିଉଡର ସବୁଠାରୁ ଲୋକପ୍ରିୟ, ସୁନ୍ଦର ଏବଂ ଟ୍ୟାଲେଣ୍ଟେଡ ଅଭିନେତ୍ରୀମାନଙ୍କ ମଧ୍ୟରୁ ଅନ୍ୟତମ । ଦୀପିକା ପାଦୁକୋନ୍, ଯିଏକି ନିଜର ଦମଦାର ଅଭିନୟ ଯୋଗୁଁ ଫ୍ୟାନ୍ସଙ୍କ ହୃଦୟ ଜିତିବାରେ କୌଣସି ମୌକା ଛାଡି ନାହାଁନ୍ତି । ନିକଟରେ ଅଭିନେତ୍ରୀ ନିଜ ପ୍ରେଗ୍ନେନ୍ସି ଅନାଉନ୍ସ କରିଥିଲେ । ଆଜିକାଲି, ଦୀପିକା ନିଜ ପ୍ରେଗ୍ନେନ୍ସି ସହିତ କାର୍ଯ୍ୟରେ ମଧ୍ୟ ବ୍ୟସ୍ତ ଅଛନ୍ତି । ଅଧିକାଂଶ ଅଭିନେତ୍ରୀ ପ୍ରେଗ୍ନେଣ୍ଟ ହେବା ପରେ କାମରୁ ଦୂରେଇ ରହିଥାନ୍ତି କିନ୍ତୁ ଦୀପିକା ପାଦୁକୋନ୍ ପ୍ରେଗ୍ନେନ୍ସି ସମୟରେ ବି ନିଜ କାମ ଛାଡିନାହାନ୍ତି ।

ଏବେ ଅଭିନେତ୍ରୀ ତାଙ୍କର ଆଗାମୀ ଫିଲ୍ମ ‘ସିଙ୍ଗମ୍ ଏଗେନ’ ସୁଟିଂରେ ବ୍ୟସ୍ତ ଅଛନ୍ତି । ସେ ନିଜ ପ୍ରେଗ୍ନେନ୍ସି ଭ୍ୟାକେସନ ଅର୍ଥାତ ବେବିମୁନରୁ ଫେରିବା ପରେ କାମ କରିବା ଆରମ୍ଭ କରିଦେଇଛନ୍ତି ଏବଂ ଏହାର ଏକ ଝଲକ ମଧ୍ୟ ସାମ୍ନାକୁ ଆସିଛି । ଯେଉଁ ଫଟୋ ସାମ୍ନାକୁ ଆସିଛି, ଦୀପିକା ପାଦୁକୋନଙ୍କୁ ପୋଲିସ ୟୁନିଫର୍ମରେ ଦେଖିବାକୁ ମିଳିଛି । ଖାକି ୟୁନିଫର୍ମ ଏବଂ କଳା ଚଷମା ପିନ୍ଧି ସେ ଏକଦମ ‘ସିଂଘମ ଗାର୍ଲ’ ପରି ଦେଖାଯାଉଛନ୍ତି । ଦମଦାର ଅନ୍ଦାଜ ସହିତ ଦୀପିକା ‘ସିଙ୍ଗମ୍ ଏଗେନ’ ସେଟରେ ନଜର ଆସିଛନ୍ତି । ଫିଲ୍ମର ନିର୍ଦ୍ଦେଶକ ରୋହିତ ଶେଟ୍ଟୀ ମଧ୍ୟ ତାଙ୍କ ସହ ନଜର ଆସିଛନ୍ତି ।

ପ୍ରେଗ୍ନେନ୍ସି ଅନାଉନ୍ସ ପରେ ଅଭିନେତ୍ରୀଙ୍କ ଫାଷ୍ଟ ଫଟୋ ପ୍ରକାଶ ପାଇଛି, ଯେଉଁଥିରେ ତାଙ୍କ ବେବିବମ୍ପ୍‌ ମଧ୍ୟ ଦେଖାଯାଉଛି । ଏପରି ପରିସ୍ଥିତିରେ ମଧ୍ୟ ଅଭିନେତ୍ରୀଙ୍କ ସୁଟିଂ ଦେଖି ଫ୍ୟାନ୍ସମାନେ ତାଙ୍କର ଖୁବ ପ୍ରଶଂସା କରୁଛନ୍ତି । ଲୋକମାନେ କହିଛନ୍ତି ଯେ ଦୀପିକା ବହୁତ ପରିଶ୍ରମୀ ଏବଂ ନିଜ କାମକୁ ନେଇ ଖୁବ ସଚେତନ । ସୂଚନାଯୋଗ୍ୟ, ‘ସିଂଘମ ଏଗେନ’ ଏକ ଆକ୍ସନ୍ ଫିଲ୍ମ ହେବାକୁ ଯାଉଛି ଏବଂ ଏହି ଫିଲ୍ମରେ ଅଭିନେତ୍ରୀଙ୍କ ଦମଦାର ଅନ୍ଦାଜ ଦେଖିବାକୁ ମିଳିବ ।

ଆପଣଙ୍କୁ କହି ରଖୁଛୁ, ଦୀପିକା ପାଦୁକୋନ୍ ଗତ ବର୍ଷ ଦୁଇଟି ସୁପରହିଟ୍ ଫିଲ୍ମରେ ନଜର ଆସିଥିଲେ । ଏଥିରେ ଶାହାରୁଖ ଖାନଙ୍କ ‘ଜୱାନ’ ଏବଂ ‘ପଠାନ’ ଅନ୍ତର୍ଭୁକ୍ତ ଥିଲା । ଏବେ ଦୀପିକାଙ୍କୁ ଆହୁରି ଅନେକ ପ୍ରୋଜେକ୍ଟରେ ଦେଖିବାକୁ ମିଳିବ । ତେବେ ବର୍ତ୍ତମାନ ସେ ତାଙ୍କ ପ୍ରେଗ୍ନେନ୍ସି ଫେଜକୁ ଉପଭୋଗ କରୁଛନ୍ତି । ଏହା ବ୍ୟତୀତ ଅଭିନେତ୍ରୀ ମଲ୍ଟି ଷ୍ଟାରର ଫିଲ୍ମ ‘ସିଂଘମ୍ ଏଗେନ’ ପାଇଁ ମଧ୍ୟ ସୁଟିଂ କରୁଛନ୍ତି, ଯେଉଁଥିରେ ତାଙ୍କର ଆକ୍ସନ୍ ଅବତାର ଦେଖିବାକୁ ମିଳିବ । ଏହି ଫିଲ୍ମରେ ଦୀପିକା ପାଦୁକୋନଙ୍କ ସହ ଅଜୟ ଦେବଗନ, ରଣଭୀର ସିଂ, କରୀନା କପୁର, ଅକ୍ଷୟ କୁମାର ଏବଂ ଟାଇଗର ଶ୍ରଫ ମଧ୍ୟ ନଜର ଆସିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.