ବେଙ୍ଗାଲୁରୁ : ରାମନବମୀରେ ଜୟ ଶ୍ରୀ ରାମ କହିବାରୁ ୩ ଜଣ ଯୁବକଙ୍କୁ ମାଡ଼, ୪ ଗିରଫ

ଜୟ ଶ୍ରୀ ରାମ ନାରା ଦେବାରୁ ୩ ଜଣଙ୍କୁ ପିଟିପିଟି ଆହତ କରିଛନ୍ତି ୪ ଯୁବକ । ପୋଲିସ ଆହତ ଯୁବକଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିବା ବେଳେ ଅଭିଯୁକ୍ତମାନଙ୍କୁ ଗିରଫ କରିଛି । ଏପରି ଏକ ଅଭାବନୀୟ ଘଟଣା ବେଙ୍ଗାଲୁରୁରେ ଘଟିଛି ।

ଜୟ ଶ୍ରୀ ରାମ ନାରା ଦେବାରୁ ୩ ଜଣଙ୍କୁ ପିଟିପିଟି ଆହତ କରିଛନ୍ତି ୪ ଯୁବକ । ପୋଲିସ ଆହତ ଯୁବକଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିବା ବେଳେ ଅଭିଯୁକ୍ତମାନଙ୍କୁ ଗିରଫ କରିଛି । ସେମାନଙ୍କ ମଧ୍ୟରେ ଦୁଇ ଜଣ ନାବାଳକ ଥିବା ଜଣାପଡିଛି । ଏପରି ଏକ ଅଭାବନୀୟ ଘଟଣା ବେଙ୍ଗାଲୁରୁରେ ଘଟିଛି । କୌଣସି ଧାର୍ମିକ ଭାବନାକୁ ଆଘାତ ପହଞ୍ଚାଇବା ଏବଂ ଦଙ୍ଗା କରିବା ଅଭିଯୋଗରେ ଗିରଫ କରାଯାଇଛି ।

ପୋଲିସ ଅଧିକାରୀ କହିଛନ୍ତି, ଆକ୍ରମଣର ଶିକାର ହୋଇଥିବା ୩ ବ୍ୟକ୍ତି ହେଲେ ପବନ କୁମାର, ରାହୁଲ ଓ ବିନାୟକ । ସେମାନେ ଜୟ ଶ୍ରୀରାମ ନାରା ଦେଇ ବେଙ୍ଗାଲୁରର ଚିକ୍କାୱେଟାହଲ୍ଲି ଅଞ୍ଚଳରେ ଏକ କାର୍ରେ ଯାଉଥିଲେ । ଅପରାହ୍ନ ୩ଟା ୪୫ ମିନିଟରେ ବାଇକରେ ଯାଉଥିବା ଦୁଇ ଜଣ ଯୁବକ ଏହା ଦେଖି ସେମାନଙ୍କୁ ଅଟକାଇ ଏପରି ନାରା ଦେବାକୁ ବାରଣ କରିଥିଲେ । ଏହାକୁ ନେଇ ଉଭୟ ପକ୍ଷ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା ।

କିଛି ସମୟ ପରେ ବାଇକରେ ଥିବା ଦୁଇ ଯୁବକ କାରରେ ଥିବା ୩ ଯୁବକଙ୍କୁ ପ୍ରବଳ ପିଟିଥିଲେ । ଏହି ଆକ୍ରମଣରେ ଆଉ ଦୁଇ ନାବାଳକ ବି ସାମିଲ ହୋଇଥିଲେ । ଏହି ଆକ୍ରମଣରେ ରାହୁଲ ଓ ପବନ କୁମାର ଗୁରୁତର ହୋଇ ପଡ଼ିଥିଲେ । ଏହି ବିଷୟରେ ପୋଲିସ ଖବର ପାଇଁ ଗୁରୁତରଙ୍କୁ ହସପିଟାଲରେ ଭର୍ତ୍ତି କରିଥିଲା ।

ପୋଲିସ ଅଧିକ୍ଷ କହିଛନ୍ତି, ଆଇପିସି ଧାରା ୨୯୫, ୨୯୮, ୩୨୪, ୫୦୬ ଧାରାରେ ମାମଲା ଦାୟର କରାଯାଇଛି ।

ସୂଚନାଯୋଗ୍ୟ, ରାମ ନବମୀ ଅବସରରେ ପଶ୍ଚିମବଙ୍ଗରେ ଶୋଭାଯାତ୍ରାରେ ଦଙ୍ଗା ହେବା ସହ ପଥରମାଡ ହୋଇଛି । ପଶ୍ଚିମବଙ୍ଗ ମୁର୍ଶିଦାବାଦ ଜିଲ୍ଲାର ରେଜିନଗର ଶକ୍ତିପୁର ଅଞ୍ଚଳରେ ରାମନବମୀ ଶୋଭାଯାତ୍ରାରେ ଏଭଳି ଘଟଣା ଘଟିଛି । ଯେଉଁଥିରେ କିଛିଲୋକ ଆହତ ହୋଇଛନ୍ତି । ଆହତଙ୍କୁ ଚିକିତ୍ସା ପାଇଁ ମୁର୍ଶିଦାବାଦର ମେଡିକାଲ କଲେଜ ଏବଂ ହସପିଟାଲରେ ଭର୍ତ୍ତି କରାଯାଇଛି ।

ସେହିପରି ମୁର୍ଶିଦାବାଦର ଶକ୍ତିପୁରରେ ରାମନବମୀ ଶୋଭାଯାତ୍ରାରେ ବିସ୍ଫୋରଣ ହୋଇ ଜଣେ ମହିଳା ଆହତ ହୋଇଛନ୍ତି । ପୋଲିସ ଆହତ ମହିଳାଙ୍କୁ ମୁର୍ଶିଦାବାଦ ମେଡିକାଲ କଲେଜ ଏବଂ ହସପିଟାଲରେ ଭର୍ତ୍ତି କରିଛି । ପୋଲିସ ଘଟଣାର ଯାଞ୍ଚ କରୁଛି । ତେବେ ବିସ୍ଫୋରଣ ବୋମା କି ଅନ୍ୟ କୌଣସି କାରଣ ଯୋଗୁଁ ହୋଇଛି, ତାହା ଏପର୍ଯ୍ୟନ୍ତ ଜଣାପଡିନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.