ଫ୍ରାଇଡେ ରିଲିଜ୍ରେ ହଲ୍କୁ ଆସିଲା ‘ଡ୍ରିମଗାର୍ଲ’
ଦର୍ଶକଙ୍କୁ ଡ୍ରିମ୍ ଦେଖାଉଛି ଡ୍ରିମଗାର୍ଲ। ଫ୍ରାଇଡେ ରିଲିଜ୍ରେ ହଲ୍କୁ ଆସିଛି ମୁଭି। ଫିଲ୍ମରେ ରହିଛି ଭରପୁର କମେଡି। ଲିଡ୍ ରୋଲ୍ରେ ଅଛନ୍ତି ଆୟୁଷ୍ମାନ୍ ଖୁରାନା। ଦମ୍ଦାର କମେଡି ସହ ଫିମେଲ୍ ଭଏସ ଓ ଫିମେଲ୍ ଲୁକ୍ରେ ନଜର ଆସିଛନ୍ତି ଆୟୁଷ୍ମାନ। ତାଙ୍କ ଅପୋଜିଟରେ ଅଭିନୟ କରିଛନ୍ତି ନୁସରତ ଭାରୁଚା । ଆୟୁଷ୍ମାନ ଓ ନୁସରତଙ୍କ ବ୍ୟତୀତ ଫିଲ୍ମରେ ଅନ୍ନୁ କପୁର, ଭିଜୟ ରାଜ, ଅଭିଷେକ ବାନାର୍ଜି, ମନଜୋତ ସିଂ, ନିଧି ବିସ୍ତ, ରାଜେଶ ଶର୍ମା ଓ ରାଜ ବଶାଳି ଅଭିନୟ କରିଛନ୍ତି । ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ରାଜ ସାଣ୍ଡିଲ୍ୟ । ପ୍ରଯୋଜନା କରିଛନ୍ତି ଶୋଭା କପୁର ଓ ଏକତା କପୁର । ଫିଲ୍ମ ରିଲିଜ୍ ପୂର୍ବରୁ ଗୀତ ଗୁଡିକୁ ବେଶ୍ ପସନ୍ଦ କରିଛନ୍ତି ଦର୍ଶକ।