ରାୟଗଡ଼ା: ବ୍ରେକ ଫେଲ୍ ହୋଇ ରେଳ ଲାଇନ୍ ଉପରକୁ ମାଡି ଆସିଲା ଟ୍ରଲର, ମୁନିଗୁଡ଼ା-ରାୟଗଡ଼ା ମଧ୍ୟରେ ରେଳ ଚଳାଚଳ ଠପ୍
ରାୟଗଡ଼ା(କେନ୍ୟୁଜ୍): ଟ୍ରେନ୍ ଟ୍ରାକରେ ଫଶିଲା ଟ୍ରଲର। ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ମୁଖ୍ୟ ରେଳ ଫାଟକ ନିକଟରେ ଆଜି ଏକ ଟ୍ରଲରର ବ୍ରେକ ଫେଲ୍ ହୋଇ ରେଳ ଲାଇନ୍ ଉପରକୁ ମାଡି ଆସିଥିଲା। ରେଳ ଧାରଣା ମଝିରେ ଫଶିଯାଇଥିଲା ଟ୍ରେଲରର ଚକା । ତେବେ ଡ୍ରାଇଭରଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ଏକ ବଡ ଧରଣର ଦୁର୍ଘଟଣା ଟଳିଯାଇଛି। ରେଳ ଧାରଣା ଉପରେ ଟ୍ରଲରଟି ରହିଯିବାରୁ ମୁନିଗୁଡ଼ା-ରାୟଗଡ଼ା ମଧ୍ୟରେ ବାଧାପ୍ରାପ୍ତ ହୋଇଛି ରେଳ ଚଳାଚଳ। ମୁନିଗୁଡା ରେଳବାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଯାତାୟତ ସ୍ୱାଭାବିକ କରିବାକୁ ଚେଷ୍ଟା କରିବା ସହ ତଦନ୍ତ ଜାରି ରଖିଛି। ଆଲୁମିନିୟମ ପାଉଡର ବୋଝେଇ ଟ୍ରଲରଟି ବିଶାଖାପଟାଣାରୁ ଯାଉଥିଲା ଝାରସୁଗୁଡା।