Below header

ସୁଶାନ୍ତ ସିଂହ ରାଜପୁତଙ୍କ ଜୀବନି ଉପରେ ପ୍ରସ୍ତୁତ ହେବ ଫିଲ୍ମ, ରିଲିଜ୍ ହେଲା ପୋଷ୍ଟର

ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତ ଗତ ରବିବାର ଦିନ ଫାଶୀ ଲଗାଇ ମୃତ୍ୟୁକୁ ନିଜର କରିସାରିଛନ୍ତି। ସୁଶାନ୍ତ ତ ଏ ଦୁନିଆକୁ ଅଲବିଦା କହିଯାଇଛନ୍ତି କିନ୍ତୁ ତାଙ୍କର ମୃତ୍ୟୁ ଖବର ଏବେ ବି ଫ୍ଯାନ୍ସମାନେ ସ୍ବିକାର କରିପାରୁନାହାନ୍ତି। ସୋସିଆଲ ମିଡିଆରେ ମଧ୍ଯ ଲୋକମାନେ ତାଙ୍କୁ ନ୍ଯାୟ ଦେବା ପାଇଁ ଦାବି କରିଛନ୍ତି। ସେହିଭଳି ବର୍ତ୍ତମାନ ତାଙ୍କ ଜୀବନ ଏବଂ ମୃତ୍ୟୁର ମିଷ୍ଟ୍ରିକୁ ନେଇ ଏକ ଫିଲ୍ମ ମଧ୍ଯ ଘୋଷଣା କରାଯିବା ସହ ପୋଷ୍ଟର ମଧ୍ଯ ରିଲିଜ୍ ହୋଇସାରିଛି।

sushant-singhସୂଚନା ମୁତାବକ ଏହି ମାମଲାରେ ମୁମ୍ବାଇ ପୋଲିସ ତଦନ୍ତ ଜାରି ରଖିଛି। କିନ୍ତୁ ଏସବୁ ମଧ୍ଯରେ ସୁଶାନ୍ତ ସିଂହ ରାଜପୁତଙ୍କ ଜୀବନ ଉପରେ ଆଧାରିତ ଫିଲ୍ମର ଘୋଷଣା କରିବା ପାଇଁ ଫିଲ୍ମ ନିର୍ମାତା ବିଜୟ ଶେଖର ଗୁପ୍ତା ସମସ୍ତଙ୍କୁ ବିସ୍ମୟରେ ପକାଇଛନ୍ତି। ଫିଲ୍ମ ନିର୍ମାତା ବିଜୟ ଶେଖର ଫିଲ୍ମର ଏକ ପୋଷ୍ଟର ମଧ୍ଯ ସେୟାର କରିଛନ୍ତି, ଯାହାର ନାଁ ‘ସୁଇସାଇଡ ଏବଂ ମର୍ଡର’ ରହିଛି। ଏହି ପୋଷ୍ଟର ସାମ୍ନାକୁ ଆସିବା ପରେ ହିଁ ଲୋକମାନେ ଏହି ଫିଲ୍ମକୁ ନେଇ ଖୁବ୍ ଉତ୍ସାହିତ ଥିବା ନଜର ଆସିଛନ୍ତି।

 

View this post on Instagram

 

A post shared by VIJAY SHEKHAR GUPTA (@iamvijayshekhar) on

ରିପୋର୍ଟ ଅନୁଯାୟୀ ଫିଲ୍ମଟି ସୁଶାନ୍ତଙ୍କ ଜୀବନି ଉପରେ ହେବା ନେଇ ପୋଷ୍ଟରରେ ଦାବି କରାଯାଇନାହିଁ। କିନ୍ତୁ ପୋଷ୍ଟରରେ ଲେଖାଯାଇଥିବା ଟ୍ଯାଗ ଲାଇନ୍ ପରେ ଲୋକମାନେ ଏଠାରେ ‘ମିସ୍ ୟୁ ସୁଶାନ୍ତ’ ଏବଂ ‘ଜଷ୍ଟିସ୍ ଫର୍ ସୁଶାନ୍ତ’ ଏଭଳି କମେଣ୍ଟ ଦେବା ଆରମ୍ଭ କରିଛନ୍ତି।

Filmସୂଚନାଯୋଗ୍ଯ ସୁଶାନ୍ତ ସିଂହ ରାଜପୁତ ଗତ ୧୪ ଜୁନ୍ ମୁମ୍ବାଇ ବାନ୍ଦ୍ରା ସ୍ଥିତ ଫ୍ଲାଟରେ ଫାଶୀ ଲଗାଇ ଆତ୍ମହତ୍ଯା କରିଛନ୍ତି। ସୁଶାନ୍ତଙ୍କ ମୃତ୍ୟୁ ପରେ ବର୍ତ୍ତମାନ ପର୍ଯ୍ଯନ୍ତ ତାଙ୍କର ଗର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀଙ୍କ ସହିତ ପାଖାପାଖି ୧୩ ଜଣଙ୍କ ବୟାନ ରୁଜୁ ହୋଇସାରିଛି। ଅନ୍ଯପଟେ ପୋଲିସ ସୁଶାନ୍ତଙ୍କ ସାଙ୍ଗ, ସମ୍ପର୍କୀୟ ଏବଂ ଚାକିରି କ୍ଷେତ୍ର ସହ ତାଙ୍କର ଜଣାଶୁଣା ବ୍ଯକ୍ତିଙ୍କୁ ପଚରାଉଚରା ଜାରି ରଖିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.