Below header

ଆଇସିୟୁରେ ଭର୍ତ୍ତି ହେଲେ ‘ନଦିଆ କେ ପାର’ ର ହିରୋଇନ୍‌, ଆର୍ଥିକ ଅବସ୍ଥା ଖରାପ ଯୋଗୁ ବୃଦ୍ଧାଶ୍ରମରେ ମିଳିଳାନି ଜାଗା

ମୁମ୍ବାଇ :  ସୁପରହିଟ ହିନ୍ଦୀ ଫିଲ୍ମ ‘ ନଦିଆ କେ ପାର’  ଗୀତ ‘କୌନ ଦିଶା ମେ ଲେକେ ଚଲୋରେ …..’ ର ନାୟିକା ସବିତା ବଜାଜ ଏବେ ରୋଗାଗ୍ରସ୍ତ ହୋଇ ଆଇସିୟୁରେ ଦିନ କାଟୁଛନ୍ତି । ଖାଲି ହିନ୍ଦୀ ନୁହେଁ ସୁପରହିଟ ଭୋଜପୁରୀ ଫିଲ୍ମର ମଧ୍ୟ ହିରୋଇନ ଭାବେ ସେ ପରିଚିତ ।

କରୋନା ପରେ ସେ ବିଭିନ୍ନ ରୋଗରେ ପଡ଼ିଥିବାରୁ ଚିକିତ୍ସା ପାଇଁ ତାଙ୍କର ଆର୍ଥିକ ସ୍ଥିତି ନାହିଁ ବୋଲି ଅଭିନେତ୍ରୀ କହିଥିଲେ । ସବିତା ବଜାଜଙ୍କ ଆର୍ଥିକ ଦୁରାବସ୍ଥା ସମ୍ପର୍କରେ ଖବର ଆସିବା ପରେ ତାଙ୍କୁ ବଲିଉଡରୁ ଆର୍ଥିକ ସହଯୋଗ ମିଳିଥିଲା ।  ଏବେ ତାଙ୍କର ଅବସ୍ଥା ଖରାପ ଆଡକୁ ଗତି କରୁଥିବାରୁ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି ।

sabita bajaj
photo credit: abplive.com

ଏବେ ସେ ଶ୍ୱାସ କ୍ରିୟା ଜନିତ ଅସୁବିଧା ନେଇ ହସପିଟାଲରେ ଚିକିତ୍ସିତ ହେଉଛନ୍ତି । ଅଭିନେତ୍ରୀ ନୁପୁର ଅଳଙ୍କାର ଏବେ ତାଙ୍କର ଦେଖାଶୁଣା କରୁଛନ୍ତି । ଏବେ ଆଇସିୟୁରେ ତାଙ୍କର ଚିକିତ୍ସା ଚାଲିଛି । ଅବସ୍ଥା ଧିରେ ଧିରେ ସୁଧୁରୁଥିବା ଡାକ୍ତର କହିଛନ୍ତି । ଭଲ ସ୍ଥିତି ଆସିଲେ କିଛି ଦିନ ପରେ ତାଙ୍କୁ ଜେନେରାଲ ଓ୍ଵାର୍ଡକୁ ସ୍ଥାନାନ୍ତର କରିଦିଆଯିବ ବୋଲି ଜଣାପଡ଼ିଛି ।

ତେବେ ତାଙ୍କର ରହିବା ପାଇଁ ଭଲ ଘରଟିଏ ନାହିଁ । ଏବେ ମୁମ୍ବାଇରେ ଚାଳ ଛପରର ଗୋଟିଏ ବଖରା ଘରେ ସେ ରହୁଛନ୍ତି । ଯାହାର କବାଟ, ଝରକା ମଧ୍ୟ ନାହିଁ । ଏହି ସ୍ଥାନ ଏବେ ତାଙ୍କ ପାଇଁ ଠିକ ନଥିବାରୁ ଓଲ୍ଡ ଏଜ୍‌ ହୋମ ରେ ତାଙ୍କର ରହିବା ନିହାତି ଦରକାର । ହେଲେ କୌଣସି ଓଲ୍ଡ ଏଜ୍‌ ହୋମ ରେ ବେଡ ଟିଏ ମିଳୁନଥିବା କହିଛନ୍ତି ନୁପରୁ ।

sabita bajaj and nupur
photo credit: abplive.com

ତାଙ୍କର ଦୁରାବସ୍ଥା ସମ୍ପର୍କରେ ଜଣାପଡ଼ିବା ପରେ ବହୁ ସେଲିବ୍ରେଟି ତାଙ୍କୁ ସାହାଯ୍ୟ ଯୋଗାଇ ଦେଇଥିଲେ । ‘ନଦିଆ କେ ପାର’ ଫିଲ୍ମ ହିରୋ ସଚିନ ମଧ୍ୟ ତାଙ୍କୁ କିଛି ଆର୍ଥିକ ସହାୟତା କରିଥିଲେ । ଏହାଛଡ଼ା CINTAA ତରଫରୁ ମଧ୍ୟ ତାଙ୍କୁ କିଛି ସାହାଯ୍ୟ ମିଳିଥିଲା । ଏବେ ସେ ବହୁ ଆର୍ଥିକ ସମସ୍ୟା ଦେଇ ଗତି କରୁଥିବା ବେଳେ ତାଙ୍କ ନିକଟରେ କେହି ରହିବା ପାଇଁ ନାହାଁନ୍ତି । ସବିତାଙ୍କ ପାଇଁ ଏକ ଓଲ୍ଡ ଏଜ୍‌ ହୋମ ବ୍ୟବସ୍ଥା କରିଦେବା ପାଇଁ ଅଭିନେତ୍ରୀ ନୁପରୁ ଅନୁରୋଧ କରୁଥିବା ଜଣାଯାଇଛି ।

ଅଭିନେତ୍ରୀ ସବିତା ବଜାଜ ‘ନିଶାନ୍ତ, ନଜରାନା ଏବଂ ବେଟା ହୋ ତୋ ଏଷା’ ଭଳି ଫିଲ୍ମରେ କାମ କରିଛନ୍ତି । ଏହାଛଡ଼ା ନୁକ୍କଡ, କବଚ ଓ ମାୟକା ଭଳି ସିରିଏଲ୍‌ରେ ମଧ୍ୟ କାମ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.