ଦିନ ଆରମ୍ଭରୁ ଜାଣନ୍ତୁ ଆଜି କେମିତି ରହିବ ଆପଣଙ୍କ ଦିନ

ମେଷ : ଆଜି ଆପଣଙ୍କ ମନ ଏବଂ ମସ୍ତିଷ୍କ ଉଭୟ ମସ୍ତିରେ ରହିବ। ସକାରାତ୍ମକ ବ୍ୟବହାରରେ ଲୋକମାନଙ୍କୁ ପ୍ରଭାବିତ କରିବେ। ଅଧୁରା କାମ ସ˚ପୂର୍ଣ୍ଣ ହେବ। ଦାମ୍ପତ୍ୟ ଜୀବନ ସୁଖଦ ରହିବ।

ବୃଷ : ନିତିଦିନିଆ ଜୀବନଶୈଳୀରେ ପରିବର୍ତ୍ତନ ଆଣିବେ। ବେପାରରେ ପୁରୁଣା ନିବେଶ ଅର୍ଥ ଫେରିପାଇବେ। ପରିବାରରେ ଖୁସି ବୃଦ୍ଧି ହେବ।

ମିଥୁନ : ଆଜି ଆପଣ ନିଜ ସାଙ୍ଗମାନଙ୍କ ସହ ସମୟ ବିତାଇବାରେ ବ୍ୟସ୍ତ ରହିବେ। କୌଣସି ଖାସ୍‌ ବ୍ୟକ୍ତିଙ୍କ ଠାରୁ କିଛି ପ୍ରେରଣା ମିଳିପାରେ। ବ୍ୟବସାୟରେ ଡିଲ୍‌ କରିବାରେ ସଫଳ ହେବେ। ଅଫିସରେ ନୂଆ ପ୍ରକଳ୍ପ ମିଳିପାରେ।

କର୍କଟ : ଯାହା ବି ନିଷ୍ପତ୍ତି ନେବେ ଲାଭପ୍ରଦ ହେବ। କାରବାର ସମ୍ବନ୍ଧୀୟ ଯାତ୍ରା ଯୋଗ ରହିଛି। ଯୁବକଙ୍କୁ ଉପାର୍ଜନର ସୁଯୋଗ ମିଳିବ। ପ୍ରେମ ସ˚ପର୍କ ନିବିଡ଼ ହେବ।

ସିଂହ : ଜରୁରୀ କାମରେ ଯିବାକୁ ଥିଲେ ଆତ୍ମବିଶ୍ବାସ ବଜାୟ ରଖନ୍ତୁ। କୌଣସି ବ୍ୟକ୍ତିଙ୍କ ସହିତ ନୂଆ ପ୍ରକଳ୍ପ ନେଇ ଆଲୋଚନା କରିବେ। ସୁସ୍ବାଦୁ ଖାଦ୍ୟ ଭୋଜନ କରିବେ।

କନ୍ୟା : ଜୀବନରେ ସକାରାତ୍ମକ ପରିବର୍ତ୍ତନ ଆସିବ। ବନ୍ଧୁ ସହିତ ଆଲୋଚନା ମନକୁ ହାଲୁକା କରିବ। ଆପଣଙ୍କୁ କାମରେ ନୂଆ ସୁଯୋଗ ମିଳିବ।

ତୁଳା : ଅଭିଭାବକଙ୍କ ପ୍ରତି ମନରେ ପ୍ରେମଭାବ ରହିବ। ବନ୍ଧୁଙ୍କ ଠାରୁ ଉଚିତ ପରାମର୍ଶ ପାଇବେ। ରୋଜଗାର ଖୋଜୁଥିବା ଯୁବକଙ୍କୁ ଚାକିରିର ସୁଯୋଗ ମିଳିବ।

ବିଛା : ଆଜି ଆପଣ ନିଜର ଚିନ୍ତାକୁ ଦୂର କରି ନିଜକୁ ଶାନ୍ତ ରଖନ୍ତୁ। ନିଜକୁ ବିଶ୍ରାମ ଦିଅନ୍ତୁ। ପରିଚାଳନା କାର୍ଯ୍ୟ କରୁଥିବା ବ୍ୟକ୍ତି ବିଶେଷଙ୍କ ଲାଗି ଦିନଟି ଲାଭପ୍ରଦ। ପ୍ରେମୀଯୁଗଳଙ୍କ ଲାଗି ଦିନଟି ଭଲ।

ଧନୁ : ଆପଣଙ୍କ ଦୌନିକ ଜୀବନ ଶୈଳୀରେ ପରିବର୍ତ୍ତନ ଆସିପାରେ। ଆପଣ କୌଣସି ଉତ୍ସବରେ ଯୋଗ ଦେବା ସହ ମଜା କରିପାରିବେ।

ମକର : ସରକାରୀ କାମରେ କୌଣସି ବ୍ୟକ୍ତିଙ୍କ ସହଯୋଗ ପାଇବେ। ଭାଗୀଦାରି କାରବାରରେ ଭଲ ପରିଣାମ ପାଇବେ। ବିଜ୍ଞାନ ଛାତ୍ରଙ୍କୁ ସଫଳତା ମିଳିବ।

କୁମ୍ଭ : ଆଜି ଆପଣଙ୍କୁ ବାହାରକୁ ଯିବା ପାଇଁ ଇଛା ହେବ। କୌଣସି ବଡ଼ ନିଷ୍ପତ୍ତି ନେଇପାରନ୍ତି। ସମାଜରେ ମାନ ସମ୍ମାନ ବଢ଼ିବ। ବ୍ୟବସାୟରେ ରିସ୍କ ନେଲେ ଲାଭ ପାଇବେ। ଛାତ୍ରଙ୍କ ଲାଗି ଦିନଟି ଉତ୍ତମ।

ମୀନ : ପୁରୁଣା ବନ୍ଧୁଙ୍କ ସହିତ ଭେଟ ହେବ। ଯେଉଁ କାମ ମନପ୍ରାଣ ଢାଳି କରିବେ ତହିଁରେ ସଫଳତା ପାଇବେ। ଜୀବନସାଥୀ ଆପଣଙ୍କୁ ପ୍ରଶ˚ସା କରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.