Below header

ଅପ୍ରୀତିକର ପରିସ୍ଥିତି ସଜାଗ ପୋଲିସ, ଗ୍ୟାଙ୍ଗଷ୍ଟର ଏନକାଉଣ୍ଟର ପରେ କେନ୍ଦ୍ରାପଡାରେ ୧୪୪ ଧାରା ଜାରି

କେନ୍ଦ୍ରାପଡ଼ା(କେନ୍ୟୁଜ୍): କେନ୍ଦ୍ରାପଡ଼ାରେ ୧୪୪ ଧାରା । ପୋଲିସ ଗୁଳିରେ ଗ୍ୟାଙ୍ଗଷ୍ଟର ହାଇଦରର ମୃତ୍ୟୁ ପରେ କେନ୍ଦ୍ରାପଡ଼ା ମ୍ୟୁନିସିପାଲଟି ଅଞ୍ଚଳରେ ୧୪୪ ଧାରା ଜାରି ହୋଇଛି । ବାରିମୂଳ, କପିଳେଶ୍ୱର, ଗୁଲନଗର ଓ ଯମଧର ପଞ୍ଚାୟତରେ ୧୪୪ ଧାରା ଲାଗିଛି । ୩୦ ତାରିଖ ଦିନ ୧୧ଟା ଯାଏ କର୍ଫ୍ୟୁ ଲାଗିଥିବା କହିଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲାପାଳ ।

ଗତକାଲି ପୋଲିସ  ଏନକାଉଣ୍ଟରରେ ଗୁରୁତର ହୋଇ ଆଖିବୁଜିଥିଲା  ଗ୍ୟାଙ୍ଗଷ୍ଟର ହାଇଦରର ମୃତ୍ୟୁ ଘଟିଛି। କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ହାଇଦରକୁ ଚୌଦ୍ବାର ସର୍କଲ ଜେଲରୁ ବାରପଦା ଜେଲକୁ ସ୍ଥାନାନ୍ତର କରାଯାଉଥିଲା। ଅପରାହ୍ନ ୩ ଟା ୨୦ରେ ସିମୁଳିଆ ଠାରେ ପରିସ୍ରା କରିବାକୁ କହି ଓହ୍ଲାଇ ଥିଲା ହାଇଦର। ଏହି ସମୟରେ ଖସିବା ପାଇଁ ଉଦ୍ୟମ କରିଥିଲା। ସୁରକ୍ଷା କର୍ମୀ ତାକୁ ଅଟକାଇବାକୁ ଉଦ୍ୟମ କରିଥିଲେ। କିନ୍ତୁ ଗାର୍ଡଙ୍କ ବନ୍ଧୁକ ଛଡାଇ ସେମାନଙ୍କୁ  ଠେଲି  ଦୌଡି ପଳାଉଥିଲା। ସୁରକ୍ଷାରେ ଥିବା ପୋଲିସମାନେ ତାକୁ ଅଟକିବା ପାଇଁ ୱାର୍ଣ୍ଣିଂ ଦେଇଥିଲେ । କିନ୍ତୁ ହାଇଦର ଅଟକନଥିଲା, ଯାହା ଫଳରେ ପୋଲିସକୁ ବାଧ୍ୟ ହୋଇ ଗୁଳି ଚାଳନ କରିବାକୁ ପଡିଥିଲା । ହାଇଦରର ପେଟ ଓ ହାତରେ ଗୁଳି ବାଜିଛି ଓ ତାକୁ ବାଲେଶ୍ବର ଡାକ୍ତରଖାନାରେ ଚିକିତ୍ସା  କରାଯାଉଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.