ଆଜି ହେବ ହାଇଦରର ପୋଷ୍ଟମର୍ଟମ: ମୃତଦେହ ନେବାକୁ ବାଲେଶ୍ୱର ଗଲେ ସ୍ତ୍ରୀ, ଝିଅ ଓ ସମ୍ପର୍କୀୟ

କେନ୍ୟୁଜ୍(ବ୍ୟୁରୋ): କଟକ ଚୌଦ୍ୱାର ଜେଲରୁ ବାରିପଦା ସ୍ଥାନାନ୍ତର ହେଉଥିବାବେଳେ ଗତକାଲି ସିମୁଳିଆ ନିକଟରେ ଖସି ପଳାଇବାବେଳେ ହାଇଦରକୁ ଏନକାଉଣ୍ଟର କରିଥିଲା ପୋଲିସ। ଆଜି ତାର ମୃତଦେହକୁ ବ୍ୟବଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କାରାଯିବ। ମୃତଦେହ ନେବାକୁ ବାଲେଶ୍ୱର ମେଡିକାଲରେ ପହଞ୍ଚିଛନ୍ତି ସ୍ତ୍ରୀ, ଝିଅ ଓ ସମ୍ପର୍କୀୟ।

ସ୍ୱତନ୍ତ୍ର ଡାକ୍ତରୀଦଳ, ମାଜିଷ୍ଟ୍ରେଟ ଓ ପୋଲିସ ଉପସ୍ଥିତିରେ ହେବ ପୋଷ୍ଟମର୍ଟମ। ପୂୂର୍ବରୁ ଗତ ଏପ୍ରିଲ ୧୦ ତାରିଖରେ କଟକ ଏସସିବିରୁ ଚମ୍ପଟ ମାରିଥିଲା ହାଇଦର । ତେଲେଙ୍ଗାନା ପୋଲିସ ସହାୟତାରେ ତାକୁ ହାଇଦ୍ରାବାଦରୁ ବାନ୍ଧିଥିଲା କମିଶନରେଟ ପୋଲିସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.