Below header

କଥା କଥାରେ ବସ୍ତ୍ର ଖୋଲୁଥିବା ପୁନମ ପାଣ୍ଡେଙ୍କ ବିରୁଦ୍ଧରେ FIR ରୁଜୁ, ଲକଡାଉନରେ ବଏଫ୍ରେଣ୍ଡଙ୍କୁ ଧରି ବୁଲିବା ପଡିଲା ମହଙ୍ଗା

ଲକଡାଉନରେ ମଡେଲ ଏବଂ ଆକଟ୍ରେସ ପୁନମ ପାଣ୍ଡେଙ୍କ ବେଳ ଖରାପ ପଡିଛି। ମୁମ୍ବାଇ ପୋଲିସ ଅଭିନେତ୍ରୀ ପୁନମ ଏବଂ ତାଙ୍କ ବଏଫ୍ରେଣ୍ଡଙ୍କ ନାମରେ ମାମଲା ରୁଜୁ କରିଛି। ତାଙ୍କ ଉପରେ ଲକଡାଉନ ନିୟମ ଉଲଂଘନର ଅଭିଯୋଗ ରହିଛି।

ସୂଚନା ଅନୁଯାୟୀ ପୁନମ ପାଣ୍ଡେ ଏବଂ ତାଙ୍କ ପୁରୁଷ ବନ୍ଧୁ ବିନା କୌଣସି କାରଣରେ ବାହାରେ ବୁଲୁଥିଲେ। ମୁମ୍ବାଇର ମେରାଇନ ଡ୍ରାଇଭ ପୋଲିସ ଷ୍ଟେସନରେ ଉଭୟଙ୍କ ବିରୁଦ୍ଧରେ ମାମଲା ରୁଜୁ କରାଯାଇଛି। ସେମାନଙ୍କ ଉପରେ ଆଇପିସି ଧାରା ୧୮୮, ୨୬୯ ଏବଂ ୫୧(B) ଅନୁଯାୟୀ ମାମଲା ରୁଜୁ ହୋଇଛି। ସେମାନେ ସରକାରଙ୍କ ଆଇନ ଉଲଂଘନ କରିଥିବା ଅଭିଯୋଗ ହୋଇଛି।

 

View this post on Instagram

 

Caption this.

A post shared by Poonam Pandey (@ipoonampandey) on


ପୁନମ ପାଣ୍ଡେ ଲକଡାଉନରେ ନିଜର ପୁରୁଷ ବନ୍ଧୁଙ୍କ ସହିତ ଅନେକ ଫଟୋ ସୋସିଆଲ ମିଡିଆରେ ପୋଷ୍ଟ କରୁଛନ୍ତି। ନିକଟରେ ସୋସିଆଲ ମିଡିଆରେ ପୁନମ ପାଣ୍ଡେ ତାଙ୍କ ବଏଫ୍ରେଣ୍ଡଙ୍କ ସହିତ ଏକ ଫଟୋ ସେୟାର କରିଥିଲେ ଯାହାପରେ ସେ ଖୁବ ଚର୍ଚ୍ଚାରେ ଥିଲେ। ଫଟୋରେ ପୁନମ ତାଙ୍କ ବଏଫ୍ରେଣ୍ଡଙ୍କୁ କିସ କରୁଥିବା ନଜର ଆସିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.