ପୃଥିବୀପୃଷ୍ଠରେ ରହିଥିବା କିଛି ପ୍ରମାଣ ଯାହା କହୁଛି ରାମାୟଣ ସତ

ରାମାୟଣର ବାଲ୍ମୀକି ଆଶ୍ରମ ଆଜି ବି ଏହି ପୃଥିବୀରେ ରହିଛି। ଏକ ଏପରି ସ୍ଥାନ ଯେଉଁଠି ସୀତା ମାତା ପାତାଳଗାମୀ ହୋଇଥିଲେ ଆଜିବି ସେହି ସ୍ଥାନ ରାମାୟଣ ଐତିହାସିକତାର ପ୍ରମାଣ ଦେଉଛି। ବହୁଦିନ ଧରି ଭାରତର ଅନେକ ସ୍ଥାନରେ ବାଲ୍ମୀକି ଆଶ୍ରମ ଥିବାର ଦାବି କରାଯାଇ ଆସୁଛି କିନ୍ତୁ ବିହାରର ବାଲ୍ମୀକି ନଗରଠାରୁ କିଛି ଦୂରରେ ଅଛି ତ୍ରେତୟା ଯୁଗର ରାମାୟଣର ପ୍ରମାଣ, ବାଲ୍ମିକୀଙ୍କର ଏହି ଆଶ୍ରମ ନେପାଳର ଚିତୋନରେ ରହିଛି ଏବଂ ଏହି ଆଶ୍ରମକୁ ଆମେ ଅସଲି ଏଥିପାଇଁ କୁହାଯାଉଛି କାରଣ ରାମାୟଣରେ ବର୍ଣନା କରାଯାଇଥିବା ଆଶ୍ରମର ଭୌଗୋଳିକ ସ୍ଥିତି ଏହି ସ୍ଥାନ ସହିତ ସମ୍ପୂର୍ଣ୍ଣ ମେଳ ଖାଇଥାଏ।

Ramayan last episode telecasted on tv on sunday and now shri ...

ଏହି ଆଶ୍ରମ ମିଥିଳା ଓ ଜନକପୁର ନିକଟସ୍ଥ ଏବଂ ସୀତାମଢି। ଯେଉଁଠି ବିଶ୍ୱାସ କରାଯାଏ ଯେ ମାତା ସୀତା ପୃଥିବୀରେ ଜନ୍ମ ନେଇଥିଲେ ସେହି ସ୍ଥାନ ମଧ୍ୟ ଚିତୋନର ପାଖରେ ରହିଛି। ଏହା ସେହି ବାଲ୍ମୀକି ଆଶ୍ରମ ଯେଉଁଠି ସୀତା ମାତା ରହୁଥିଲେ ଏବଂ ଏହି ସ୍ଥାନରେ ମଧ୍ୟ ସେ ପାତାଳଗାମୀ ହୋଇଥିଲେ। ତେବେ ବର୍ତ୍ତମାନ ଆପଣ ଭାବୁଥିବେ ଯେ ତାର କଣ ପ୍ରମାଣ କି ମାତା ସୀତା ଏହି ସ୍ଥାନରେ ହିଁ ରହୁଥିଲେ। ରାମଚରିତ ମାନସର ଲବକୁଶ କାଣ୍ଡରେ ବର୍ଣ୍ଣିତ ଆସିଛି ଯେ ଭଗବାନ ରାମଚନ୍ଦ୍ର ଲକ୍ଷ୍ମଣଙ୍କୁ ମାତା ସୀତାଙ୍କୁ ବଣରେ ଛାଡି ଦେଇ ଆସିବା ପାଇଁ ଆଦେଶ ଦେଇଥିଲେ ଏବଂ ସେତେବେଳେ ସେ କହିଥିଲେ ଯେ ଜନକପୁରଠାରୁ ଉତ୍ତରରରେ କିଛି ଦୂରରେ ମାତା ସୀତାଙ୍କୁ ଛାଡିଦେଇ ଆସିବ ଏବଂ ଏହି ବର୍ଣ୍ଣନା ମେଳ ଖାଇଥାଏ ସେହି ସ୍ଥାନ ସହ ଯେଉଁଠି ବର୍ତ୍ତମାନର ବାଲ୍ମୀକି ଆଶ୍ରମ ରହିଛି। ଯଦି ଏହି କଥାରେ ବି ଆପଣ ବିଶ୍ବସ କରୁନାହାନ୍ତି ତାହେଲେ ଶୁଣନ୍ତୁ ରାମାୟଣରେ ଶୂନଗଙ୍ଗା, ଶ୍ୱେତଗଙ୍ଗା ଏବଂ କାଳୀଭଦ୍ରା ଏହି 3ଟି ନଦୀର ସଙ୍ଗମରେ ବାଲ୍ମୀକି ଆଶ୍ରମ ରହିଥିବା ବର୍ଣ୍ଣନା କରାଯାଇଛି ଏବଂ ଆଜିବି ଏହି ତିନୋଟି ନଦୀର ସଙ୍ଗମ ଏହି ଆଶ୍ରମ ନିକଟରେ ଦେଖିବାକୁ ମିଳିଥାଏ। ଏହି ଆଶ୍ରମରେ ଆହୁରି ଆନେକ କିଛି ପ୍ରମାଣ ରହିଛି ଜହ ରାମାୟଣରେ ଘଟିଥିବା ଘଟଣା ସହ ଜଡିତ। ଏଠାରେ ବାଲ୍ମିକୀଙ୍କ ଆଶ୍ରମଠାରୁ ନେଇ ସୀତା ମାତାଙ୍କ ସହ ଜଡିତ ଅନେକ ଜିନିଷ ଅର୍ଥାତ ଯେତେବେଳେ ଏଠାରେ ସୀତା ମତ ରହୁଥିଲେ ତାଙ୍କ ଦ୍ୱାରା ବ୍ୟବହାର କରାଯାଉଥିବା କିଛି ଜିନିଷ ଆଜିବି ଏଠାରେ ଦେଖିବାକୁ ମିଳିଥାଏ। ଚିତୋନର ଘନ ଜଙ୍ଗଲରେ ଲବକୁଶଙ୍କ ଜନ୍ମଭୂମି ମଧ୍ୟ ରହିଛି ତାସାହିତ ବାଲ୍ମୀକି ଯେଉଁଠାରେ ବସି ଲବକୁଶଙ୍କ ଶିକ୍ଷା ପ୍ରଦାନ କରୁଥିଲେ ସେ ସ୍ଥାନ ଏବେବି ଏଠାରେ ଦେଖିବାକୁ ମିଳୁଛି।

Ram Baraat' to go from Ayodhya to Nepal on November 21 | India ...

ଏହି ସମସ୍ତ ସ୍ଥାନ ସହ କେବଳ ଭାରତୀୟ ନୁହେଁ ବରଂ ନେପାଳ ଲୋକମାନଙ୍କର ମଧ୍ୟ ଆସ୍ଥା ଯୋଡ଼ା ହୋଇ ରହିଛି। ନେପାଳର ପ୍ରତ୍ନତତ୍ତ୍ୱବିତ ମାନେ ଉତଖନନ କରି ଏହିସବୁ ସ୍ଥାନକୁ ଆବିଷ୍କାର କରିଛନ୍ତି ଏବଂ ଏହି ସ୍ଥାନକୁ ରାମାୟଣର ସ୍ଥାନ ବୋଲି ମୋହର ଲଗାଇଥିଲେ। ରାମାୟଣ ଅନୁଯାୟୀ ଲବକୁଶ ଅଶ୍ଵମେଧ ଯଜ୍ଞର ଘୋଡ଼ାକୁ ଧରି ବାଲ୍ମିକୀଙ୍କ ଆଶ୍ରମରେ ବାନ୍ଧି ଦେଇଥିଲେ। ତେବେ ଏହି ଆଶ୍ରମର କିଛି ଦୂରରେ ସେହି ଖମ୍ବ ମଧ୍ୟ ଦେଖିବାକୁ ମିଳେ ଯେଉଁଠି ଲବକୁଶ ଉକ୍ତ ଘୋଡ଼ାକୁ ବାନ୍ଧିଥିଲେ। ଏହି ଖମ୍ବ ତ୍ରତେୟା ଯୁଗରୁ ଏହିଠାରେ ଦେଖିବାକୁ ମିଳେ। ତେବେ ଲବକୁଶଙ୍କ ଆହ୍ୱାନ ପରେ ପ୍ରଭୁ ରାମଚନ୍ଦ୍ର ଓ ଲବକୁଶଙ୍କ ମଧ୍ୟରେ ଯୁଦ୍ଧ ବି ହୋଇଥିଲା। ତେବେ ଯୁଦ୍ଧ ପାଇଁ ଅଯୋଧ୍ୟାରୁ ଆସିଥିବା କିଛି ସୈନିକ ଯେଉଁମାନେ ଲବକୁଶଙ୍କ ଦ୍ୱାରା ନିହତ ହୋଇ ମୁର୍ଚ୍ଛା ଯାଇଥିଲେ କୁହାଯାଏ ଯେ ବାଲ୍ମୀକି ସେମାନଙ୍କୁ ନିଜ ଆଶ୍ରମରେ ଥିବା ଏକ କୂଅରୁ ପାଣି ଛିଂଚି ଜୀବନଦାନ ଦେଇଥିଲେ ସେହି କୂଅ ବି ଏହି ଆଶ୍ରମରେ ଆଜିପର୍ଯ୍ୟନ୍ତ ରହିଛି। ଏହି ଆଶ୍ରମରେ ପ୍ରଭୁ ରାମଚନ୍ଦ୍ର ଓ ମାତାସୀତାଙ୍କର ଭେଟ ହୋଇଥିଲା ଏବଂ ଦେଖା ହେବା ପରେ ମାତା ସୀତା ଅଯୋଧ୍ୟା ଯିବା ପାଇଁ ମନା କରିଦେଇଥିଲେ ଏବଂ ସେ ସେହି ସ୍ଥାନରେ ପାତାଳଗାମୀ ହୋଇଯାଇଥିଲେ। ତେବେ ଆଜିବି ସେହି ସ୍ଥାନ ଏହି ଆଶ୍ରମରେ ଦେଖିବାକୁ ମିଳିଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.