କିଟ୍‌ରେ ଆରମ୍ଭ ହେଲା ନିଯୁକ୍ତି ପ୍ରକ୍ରିୟା, ଆସୁଛନ୍ତି ୧୯୫ଟି ବଡ଼ କମ୍ପାନୀ

ଭାରତର ସବୁଠାରୁ ବଡ଼ ବିଶ୍ୱବିଦ୍ୟାଳୟର ମାନ୍ୟତା ପାଇଥିବା କିଟ୍‌ ଚଳିତ ବର୍ଷ ମଧ୍ୟ ନିଜ ଅନୁଷ୍ଠାନରେ ଶିକ୍ଷାଗ୍ରହଣ କରିଥିବା ଛାତ୍ରଛାତ୍ରୀଙ୍କୁ ନିଯୁକ୍ତି ପ୍ରଦାନ କରିବାକୁ ଯାଉଛି। କିଟ୍‌ ବିଶ୍ୱବିଦ୍ୟାଳୟରେ ସ୍ନାତକ ପାସ୍‌ କରିଥିବା ପ୍ରାୟ ୪ ହଜାର ଛାତ୍ରଛାତ୍ରୀଙ୍କୁ ଦେଶର ବଡ଼ ବଡ଼ ସଂସ୍ଥାଗୁଡ଼ିକ କ୍ୟାମ୍ପସ୍‌ ସିଲେକ୍ସନ୍‌ ମାଧ୍ୟମରେ ନିଯୁକ୍ତି ସୁଯୋଗ ଦେବାକୁ ଯାଉଛନ୍ତି। କିଟ୍‌ରେ ୧୨୦୦ ଜଣଙ୍କୁ ମିଶାଇ ମୋଟ ୩୧୫୬ ଜଣଙ୍କ କ୍ୟାମ୍ପସ ସିଲେକ୍ସନ୍‌ ହୋଇଛି। ସେଥିମଧ୍ୟରୁ ୩୫ ପ୍ରତିଶତ ଛାତ୍ରଛାତ୍ରୀ ନିଜ ସ୍ୱପ୍ନର କମ୍ପାନୀରେ ପ୍ରାୟ ୬.୫୦ ଲକ୍ଷ ଟଙ୍କ ପ୍ୟାକେଜ୍‌ରେ ଯୋଗ ଦେଇଥିବା ବେଳେ ୨୦ଟି କମ୍ପାନୀ ୧୦ ଲକ୍ଷରୁ ଊର୍ଦ୍ଧ୍ୱ ପ୍ୟାକେଜ୍‌ରେ ପିଲାଙ୍କୁ ନିଯୁକ୍ତି ଦେଇଛନ୍ତି। ସବୁଠାରୁ ଅଧିକ ୩୦ ଲକ୍ଷ ଟଙ୍କା ପ୍ୟାକେଜ୍‌ରେ ନିଯୁକ୍ତି ଦେଇଛି ଆମାଜନ୍‌। ପ୍ରାୟ ୧୦୦ ଟି କମ୍ପାନୀ ୫ ଲକ୍ଷ ଟଙ୍କା ପ୍ୟାକେଜ୍‌ରେ ନିଯୁକ୍ତି ଦେଇଛନ୍ତି।

Placements :: Strategic Initiatives

ଚଳିତବର୍ଷ ୧୯୫ରୁ ଊର୍ଦ୍ଧ୍ୱ କମ୍ପାନୀ ବି.ଟେକ୍‌ ଶେଷ କରିଥିବା ୩୫୦୦ ଜଣଙ୍କୁ ୪୩୭୯ ରୁ ଅଧିକ ଚାକିରି ପ୍ରଦାନ କରିବାକୁ ଯାଉଛନ୍ତି। ଏବେ ଯାଏଁ ପ୍ରାୟ ୧୨୦୦ରୁ ଊର୍ଦ୍ଧ୍ୱ କମ୍ପାନୀ ୯୦ ପ୍ରତିଶତ ଛାତ୍ରଛାତ୍ରୀଙ୍କୁ ନିଯୁକ୍ତି ଦେଇସାରିଲେଣି।

KIIT | T&P Portal

ଡେ ଜିରୋ କ୍ୟାମ୍ପସ୍‌ରେ ପ୍ରାୟ ୩୫ ପ୍ରତିଶତ ଛାତ୍ରଛାତ୍ରୀଙ୍କୁ ମଲ୍ଟି ନ୍ୟାସନାଲ କମ୍ପାନୀରେ ୬.୫୦ ଲକ୍ଷ ପ୍ୟାକେଜ୍‌ରେ, ୨୦ଟି କମ୍ପାନୀ ୧୦ ଲକ୍ଷ ଟଙ୍କା ପ୍ୟାକେଜ୍‌ରେ ଏବଂ ସର୍ବାଧିକ ୩୦ ଲକ୍ଷ ଟଙ୍କା ପ୍ୟାକେଜ୍‌ରେ ଆମାଜନ୍‌ ନିଯୁକ୍ତି ପ୍ରଦାନ କରିଛି। ଡେ ଓ୍ଵାନ୍‌ କ୍ୟାମ୍ପସରେ ୧୭୧୨ ଟି ନିଯୁକ୍ତି ମିଳିଛି। ଏଥିରେ ୪ଟି କମ୍ପାନୀ ଆକ୍ନେଚର, କଗନିଜାଣ୍ଟ, କ୍ୟାପ୍‌ଜିମିନି ଓ ଓ୍ଵିପ୍ରୋ ମୋଟ୍‌ ୧୦୩୦ଟି ନିଯୁକ୍ତି ପ୍ରଦାନ କରିଛନ୍ତି।

ଅଧିକ ବିବରଣୀ ପାଇଁ ଲଗଇନ୍‌ କରନ୍ତୁ: https://kiit.ac.in/placement/campus-placement-2020-graduating-batch/

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.