“ଶକୁନ୍ତଳା ଦେବୀ-ହ୍ୟୁମାନ କମ୍ପ୍ୟୁଟର”ର ଫାଷ୍ଟ ଲୁକ ଜାରି, ଅଲଗା ଅନ୍ଦାଜରେ ନଜର ଆସିଲେ ବିଦ୍ୟା ବଲାନ

ବିଦ୍ୟା ବଲାନଙ୍କ ଆଗାମୀ ଫିଲ୍ମ “ଶକୁନ୍ତଳା ଦେବୀ-ହ୍ୟୁମାନ କମ୍ପ୍ୟୁଟର”ର ଟିଜର ରିଲିଜ ହୋଇଛି। ଏଥିରେ ବିଦ୍ୟା ବଲାନଙ୍କୁ ଶକୁନ୍ତଳା ଦେବୀଙ୍କ ଲୁକରେ ଦେଖିବାକୁ ମିଳିଛି। ଏହି ଲୁକରେ ବିଦ୍ୟା ଛୋଟ ଚୁଟି ରଖିଥିବା ବେଳେ ମଥାରେ ଲାଲ ବିନ୍ଦି ଲଗାଇଥିବା ନଜର ଆସିଛି।

ବିଶ୍ୱ ଗଣିତ ଦିବସରେ ବିଶେଷ ଭାବେ ଫିଲ୍ମର ଟିଜର ରିଲିଜ କରାଯାଇଛି। ଗଣିତରେ ପାରଦର୍ଶିତା ହାସଲ କରିଥିବା ଶକୁନ୍ତଳା ଦେବୀଙ୍କୁ ହ୍ୟୁମାନ କମ୍ପ୍ୟୁଟର ମଧ୍ୟ କୁହାଯାଏ। ଏହି ଟିଜର ରିଲିଜ ଅବସରରେ ବିଦ୍ୟା କହିଛନ୍ତି, ଶକୁନ୍ତଳା ଦେବୀ ଦୁନିଆରେ ନମ୍ବର ଦେଖିବାର ଭାବନାକୁ ବଦଳାଇ ଦେଇଛନ୍ତି। ଏହି ଗଣିତଜ୍ଞଙ୍କ ସଫଳତାକୁ ସେଲିବ୍ରେଟ କରୁଛି।

ଏହାସହ ପଢ଼ନ୍ତୁ: ଷ୍ଟେଜ୍‌ରେ ଅଭଦ୍ର ଭାଷାରେ ଗାଳି କଲେ ଆଲିଆ, କରଣ କହିଲେ ‘କ’ଣ ମୁଁ ଏଭଳି ଶିକ୍ଷା ଦେଇଛି?’ ଭାଇରାଲ ହେଉଛି ଭିଡିଓ

କିଛି ଦିନ ତଳେ ଫିଲ୍ମର ଫ୍ରଣ୍ଟ ଲୁକ ମଧ୍ୟ ଜାରି କରାଯାଇଥିଲା। ସେତେବେଳେ ମଧ୍ୟ ଟ୍ୱିଟ ଜରିଆରେ ବିଦ୍ୟା ବଲାନ ଲେଖିଥିଲେ, ପ୍ରତିଦିନ ସହ ଉତ୍ସାହ ମଧ୍ୟ ବଢୁଛି। ଫିଲ୍ମ ମାଧ୍ୟମରେ ଗଣିତ ଓ ପ୍ରତିଭାଶାଳୀ ଶକୁନ୍ତଳା ଦେବୀଙ୍କ ବିଷୟରେ ଜାଣିବାକୁ ମିଳିବ।

ସୂଚନାଯୋଗ୍ୟ ଯେ ଅନୁ ମେନଙ୍କ ନିର୍ଦ୍ଦେଶନାରେ ବିକ୍ରମ ମାଲହୋତ୍ରାଙ୍କ ଅବୁନ୍ଦନ୍ତିଆ ଏଣ୍ଟରଟେନମେଣ୍ଟ ଦ୍ୱାରା ନିର୍ମିତ ଏହି ଫିଲ୍ମ 2020 ମସିହାରେ ରିଲିଜ ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.