Below header

ଯାଜପୁର ୧୬ନଂ ଜାତୀୟ ରାଜପଥରେ ଗଡ଼ିଲା ବିଲାତି, ବୋହି ନେଇଗଲେ ଲୋକେ

ଯାଜପୁର: ଯାଜପୁର ୧୬ନଂ ଜାତୀୟ ରାଜପଥରେ ଗଡୁଛି ବିଲାତି। ଆଜି ସକାଳୁ ବିଲାତି ବୋଝେଇ ଏକ ଟାଟା ଏସିଇ ଗାଡି କଟକରୁ ଯାଜପୁର ଅଭିମୁଖେ ଯାଉଥିବା ସମୟରେ ଜାରକା ଛକ ନିକଟରେ ଏକ ଟ୍ରକ ପଛପଟୁ ଧକ୍କା ଦେଇଥିଲା। ଫଳରେ ଗାଡ଼ିରେ ଥିବା ୩୦ରୁ ଅଧିକ ବିଲାତି ଟ୍ରେ ରାସ୍ତାକୁ ଛିଟିକି ପଡିଥିଲା। ତେବେ ଏହି ଦୁର୍ଘଟଣାରେ କାହାର କିଛି କ୍ଷତି ହୋଇନଥିବା ବେଳେ ରାଜରାସ୍ତାରେ ବିଲାତି ପଡି ନଷ୍ଟ ହୋଇଥିବା ଦେଖିବାକୁ ମିଳିଛି। ବିଲାତିର ଦର ବର୍ତ୍ତମାନ ବଢିକି ଥିବାରୁ କିଛି ଲୋକ ରାସ୍ତାରୁ ବୋହି ନେଇଥିବା ଜଣାପଡିଛି। ଖବର ପାଇ ଜାରକା ଫାଣ୍ଡି ପୁଲିସ ଘଟଣାସ୍ଥଳରେ ପହଁଚି ଦୁର୍ଘଟଣାଗ୍ରସ୍ତ ଗାଡିକୁ ଜବତ କରି ତଦନ୍ତ ଚଳାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.