Below header

ଚର୍ଚ୍ଚାରେ ଫିଲ୍ମ ‘ଫ୍ରଡ୍‌ ସୟାଁ’ ଟିଜର, ଦେଖିବାକୁ ମିଳିଛି ଅର୍ସଦଙ୍କ ଦମଦାର କମେଡି

ରିଲିଜ ହୋଇ ଚର୍ଚ୍ଚାରେ ରହିଛି ଅର୍ସଦ ଓ୍ଵାର୍ସି ଷ୍ଟାରର ଫିଲ୍ମ ଫ୍ରଡ୍‌ ସୟାଁର ଟିଜର । ଏହା ଏକ କମେଡି ଫିଲ୍ମ । ଅର୍ସଦ ଅନେକ ଝିଅଙ୍କୁ ଠକିକି ବିବାହ କରୁଛନ୍ତି । ବିବାହ କରି ସେମାନଙ୍କ ଟଙ୍କାରେ ଚଳୁଛନ୍ତି । ସେ ଏଭଳି ଏକ ଯୁବକର ଚରିତ୍ରରେ ଅଭିନୟ କରୁଛନ୍ତି ଯିଏକି ରୋଜଗାର ନକରି ସ୍ତ୍ରୀ ମାନଙ୍କ ଟଙ୍କାରେ ଚଳିବାକୁ ବିବାହ କରୁଛନ୍ତି । ଟିଜରଟି ଖୁବ ମଜାଦାର ଲାଗୁଛି । ପ୍ରକାଶ ଝା ଫିଲ୍ମର ପ୍ରଯୋଜନା କରିଛନ୍ତି । ନିର୍ଦ୍ଦେଶନା ଦେଇଛନ୍ତି ସୌରଭ ଶ୍ରୀବାସ୍ତବ । ୧୮ ଜାନୁଆରୀରେ ବଡ ପରଦାରେ ରିଲିଜ ହେବ ଫିଲ୍ମ ଫ୍ରଡ୍‌ ସୟାଁ।

ଦେଖନ୍ତୁ ଟିଜର :

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.