ଜମ୍ମୁ କାଶ୍ମୀରରେ ସୁରକ୍ଷାକର୍ମୀ-ଆତଙ୍କବାଦୀ ମୁହାଁମୁହିଁ, ମୋଷ୍ଟୱାଣ୍ଟେଡ୍ ଜହୁର ଠୋକେର ସମେତ ୩ ଆତଙ୍କବାଦୀ ନିହତ

ଜମ୍ମୁ କାଶ୍ମୀର(କେନ୍ୟୁଜ୍) : ଜମ୍ମୁ କାଶ୍ମୀରରେ ପୁଣି ସୁରକ୍ଷାକର୍ମୀ-ଆତଙ୍କବାଦୀ ମୁହାଁମୁହିଁ। ଉଭୟଙ୍କ ମଧ୍ୟରେ ଗୁଳି ବିନିମୟରେ ମୋଷ୍ଟୱାଣ୍ଟେଡ୍ ଜହୁର ଠୋକେର ସମେତ ୩ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ଆତଙ୍କବାଦୀଙ୍କ ଗୁଳିରେ ଜଣେ ଯବାନ୍ ସହିଦ ହୋଇଛନ୍ତି, ଦୁଇ ଜଣ ଆହତ ହୋଇଛନ୍ତି। ଜଣେ ସ୍ଥାନୀୟ ବାସିନ୍ଦା ମଧ୍ୟ ଆହତ ହୋଇଛନ୍ତି। ପୁଲୱାମା ଜିଲ୍ଲା ଖାରପୁରେ ଆତଙ୍କବାଦୀ ଲୁଚି ରହିଥିବା ଖବର ପାଇ ସର୍ଚ୍ଚ ଅପରେସନ୍ ଆରମ୍ଭ ହୋଇଥିଲା। ସୁରକ୍ଷା ଦୃଷ୍ଟିରୁ ଇଣ୍ଟରନେଟ୍ ସେବା ବନ୍ଦ କରିଦିଆଯାଇଛି। ଗତ ସପ୍ତାହରେ ସୋପେରରେ ୨ଜଣ ଆତଙ୍କବାଦୀ ନିହତ ହୋଇଥିଲେ। ଚଳିତ ବର୍ଷ ଜମ୍ମୁ-କାଶ୍ମୀରରେ ୨୩୫ ଆତଙ୍କବାଦୀ ନିହିତ ହୋଇଛନ୍ତି ।