ଆଜି ଗୋବିନ୍ଦାଙ୍କ ଜନ୍ମଦିନ, ଜାଣନ୍ତୁ ତାଙ୍କର ଏମିତି ଏକ ଫିଲ୍ମ ଯାହାକୁ ଦେଖି କାନ୍ଦିଥିଲା ପୁରା ଗାଁ

ତୁଳନା କରି ଆମେ କୈଣସି ଭି ପ୍ରତିଭାର ଆଙ୍କଳନ କରିପାରିବା କିନ୍ତୁ ସେହି କଳାକାରମାନଙ୍କ ମଧ୍ୟରୁ ଗୋବିନ୍ଦା ସ୍ୱତନ୍ତ୍ର ଯାହାଙ୍କର ତୁଳନା କରିବା ସମ୍ଭବ ନୁହେଁ। ଡ୍ୟାନ୍ସରେ ଆପଣ ଗୋବିନ୍ଦାଙ୍କ ତୁଳନା ମିଥୁନ ଦା ଙ୍କ ସହ କରିପାରିବେ କିନ୍ତୁ ଡାଇଲଗ୍‌ କହିବାରେ ମିଥୁନ୍‌ ଦା ପୋଖରୀ ଏବଂ ଗୋବିନ୍ଦା ବୋହିଯାଉଥିବା ନଦୀ। ବର୍ତ୍ତମାନ ବଲିଉଡରେ ଗୋବିନ୍ଦାଙ୍କ ଫିଲ୍ମକୁ ମଜାକ୍‌ କରାଯାଉଛି କିନ୍ତୁ ପୂର୍ବରୁ ଏପରି ସମୟ ଥିଲା ଯେତେବେଳେ ଉତ୍ତରଭାରତର ପ୍ରତ୍ୟେକ ଘରେ ଆପଣଙ୍କୁ ଅନେକ ସମୟରେ ଗୋବିନ୍ଦାଙ୍କୁ ଦେଖିବାକୁ ମିଳୁଥିଲା।

govinda-1ଅନେକ ସମୟରେ ଲୋକମାନେ ଗୋବିନ୍ଦାଙ୍କ ଭଳି ଦେଖାଯିବା ପାଇଁ ତାଙ୍କୁ କପି କରୁଥିଲେ। ଗୋବିନ୍ଦାଙ୍କ ଡ୍ୟାନ୍ସ ହେଉ କିମ୍ବା ଡାଇଲଗ୍‌ ଏହିସବୁକୁ ଫଲ୍ଲୋ କରିବା ପାଇଁ ଲୋକମାନେ ଚେଷ୍ଟା କରୁଥିଲେ। ସୂଚନା ଅନୁଯାୟୀ ଭିସିଆରରେ ସ୍ୱର୍ଗ ଫିଲ୍ମ ଲାଗିବା ମାତ୍ରେ ହିଁ ପୁରା ଗାଁ କାନ୍ଧୁଥିଲା।
ଗୋବିନ୍ଦା ପୂର୍ବରୁ ବଲିଉଡ କଳାକାର ଥିଲେ। ଡାଇଲଗ୍‌ ସହ ଗୋବିନ୍ଦାଙ୍କ ପ୍ରାକୃତିକତା ତାଙ୍କୁ ଅନ୍ୟ ସମସ୍ତ କଳାକାରମାନଙ୍କ ଠାରୁ ସ୍ୱତନ୍ତ୍ର କରିଥାଏ। ସେହିସମୟରେ କାଦର ଖାନ ନିଜର ବୁଲଂଦ ଆବାଜରେ ଚିତ୍କାର କରୁଥିବା ବେଳେ ଅନ୍ୟପଟେ ଗୋବିନ୍ଦା ଜିବ୍ରିଶ୍‌ କହି ମଇଦାନରେ ଲୋକପ୍ରିୟତା ହାସଲ କରିପାରୁଥିଲେ। ଗୋବିନ୍ଦାଙ୍କର କମିଂ ଟାଇମିଂ ଖୁବ୍‌ ଜବରଦନ୍ତ ଥିଲା ଏପରି କି ଶକ୍ତି କପୁରଙ୍କ ଭଳି ବିଖ୍ୟାତ ଅଭିନେତା ମଧ୍ୟ ତାଙ୍କ ସାମ୍ନାରେ ହାଲୁକା ପଡିଯାଉଥିଲେ।

govindaଯଦି ଆପଣ ଗୋବିନ୍ଦାଙ୍କର କୌଣସି ସିନ୍‌ ଦେଖୁଥାନ୍ତି ତେବେ ଆପଣ ନିଜ ଲକ୍ଷ୍ୟ ମଧ୍ୟ ସେଠାରୁ ହଟାଇ ପାରିବେ ନାହିଁ କାରଣ ଗୋବିନ୍ଦାଙ୍କର ଏନର୍ଜି ଲେବଲ ବାକି କଳାକାରମାନଙ୍କ ଠାରୁ ଅଧିକ ରହିଥାଏ। ଏହିକାରଣରୁ ସଲମାନ ଖାନ୍‌ଙ୍କ ଭଳି ଲୋକପ୍ରିୟ ଆକ୍ଟର ଯଦି ସାର୍ଟ ଖୋଲି ଚାଲୁଥିବେ ଏବଂ ଗୋବିନ୍ଦା ସାର୍ଟ ପିନ୍ଧି ଯାଉଥିବା ବେଳେ ଆପଣ ଗୋବିନ୍ଦାଙ୍କୁ ହିଁ ଲକ୍ଷ୍ୟ କରିବେ। କାରଣ ଗୋବିନ୍ଦା କିଛି ନକରି ମଧ୍ୟ ସବୁକିଛି କରିପାରନ୍ତି।

ଏଭଳି ସମୟ ଥିଲା ଗୋବିନ୍ଦା ଯାହା କିଛି ଭି କରୁଥିଲେ ଦର୍ଶକଙ୍କୁ ପସନ୍ଦ ଆସୁଥିଲା। ଗୋବିନ୍ଦା ବଲିଉଡକୁ ବହୁତ କିଛି ଦେବା ସହ କିଛି ଖାସ୍‌ ମଧ୍ୟ ଦେଇଛନ୍ତି। ସମୟର ପରିବର୍ତ୍ତନରେ ଅନେକ କଳାକାର ବଲିଉଡରେ ଏଣ୍ଟ୍ରି କରିଥିଲେ ମଧ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ ତାଙ୍କ ସ୍ଥାନକୁ କେହି ପୂରଣ କରିପାରିନାହାନ୍ତି କି ବର୍ତ୍ତମାନ ଗୋବିନ୍ଦା ମଧ୍ୟ ନିଜେ ଏହି ସ୍ଥାନ ପୂରଣ କରିପାରିବେ ନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.