ଜାଣନ୍ତି କି କେକେଙ୍କର ମୋଟ ସମ୍ପତ୍ତିର ମୂଲ୍ୟ କେତେ ? ଗୋଟିଏ ଗୀତ ପାଇଁ କେତେ ଟଙ୍କା ନେଉଥିଲେ ଫି’

ଆଉ ନାହାନ୍ତି ଲୋକପ୍ରିୟ ଗାୟକ କେକେ ଓରଫ୍ କ୍ରିଷ୍ଣାକୁମାର କୁନାଥ । ମଙ୍ଗଳବାର ୫୩ ବର୍ଷ ବୟସରେ ତାଙ୍କ ମୃତ୍ୟୁ ଘଟିଛି । କଲିକତାରେ ଏକ ଷ୍ଟେଜରେ ଗୀତ ଗାଉଥିବା ବେଳେ ତାଙ୍କ ଦେହାନ୍ତ ହୋଇଛି। ତେବେ ମୃତ୍ୟୁର କାରଣ ଏବେ ବି ଅସ୍ପଷ୍ଟ ରହିଛି । ସୂଚନାଯୋଗ୍ୟ ଯେ କେକେ ତାଙ୍କ ଜୀବନକାଳ ମଧ୍ୟରେ ଅନେକ ହିଟ୍ ଗୀତ ଭେଟି ଦେଇଛନ୍ତି । ତାଙ୍କ ସୁପରହିଟ ଗୀତ ମଧ୍ୟରେ ଦିଲ ଇବାଦତ, ଆଖୋ ମେ ତେରୀ, ତୁନେ ମାରି ଏଣ୍ଟ୍ରି, ଜରା ସି ଦିଲ ମେ, ଖୁଦା ଜାନେ କି ମେ ଫିଦା ଆଦି ରହିଛି। ଆଜି ତାଙ୍କର ଏଭଳି ଅଚାନକ ମୃତ୍ୟୁରେ ଫ୍ୟାନମାନେ ସ୍ତବ୍ଧ ହୋଇଯାଇଛନ୍ତି। କେକେଙ୍କ ଏମିତି ଅକାଳ ବିୟୋଗ ତ ଫ୍ୟାନ୍ସ ମାନଙ୍କ ମଧ୍ୟରେ ଏକ ଶୋକର ଛାୟା ଖେଳେଇ ଦେଇଛି । କିନ୍ତୁ ଏହା ପରେ ଆଉ ଏକ ପ୍ରଶ୍ନ ବି ମନକୁ ଆସୁଛି । କେକେଙ୍କର ସମ୍ପତ୍ତିର ମୂଲ୍ୟ କେତେ । ସେ ନିଜ ଜୀବନକାଳ ଭିତରେ କେତେ ରୋଜଗାର କରିଛନ୍ତି । ବଲିଉଡକୁ ଶହେରୁ ଅଧିକ ସୁପରହିଟ ସଂଗୀତ ଭେଟି ଦେଇଛନ୍ତି କେକେ ।

ସେଥିପାଇଁ କେକେଙ୍କୁ ବଲିଉଡର ଜଣେ ପ୍ରସିଦ୍ଧ ତଥା ଦାମୀ ଗାୟକ ଭାବେ ମଧ୍ୟ ଜଣାଯାଏ । ଏକ ମିଡ଼ିଆ ରିପୋର୍ଟ ଅନୁଯାୟୀ ଗୋଟେ ଗୀତ ପାଇଁ କେକେ ୫ ରୁ ୬ ଲକ୍ଷ ପର୍ଯ୍ୟନ୍ତ ଚାର୍ଜ ନିଅନ୍ତି । ଯେବେକି ଷ୍ଟେଜରେ ଲାଇଭ ପରଫରମନ୍ସ ପାଇଁ କେକେ ୧୦ ରୁ ୧୫ ଲକ୍ଷ ପର୍ଯ୍ୟନ୍ତ ଦାବି କରନ୍ତି । ଏକ ବିଶେଷ ସୂତ୍ରରୁ ଜଣାଯାଇଛିଯେ କେକେଙ୍କ ସମ୍ପତ୍ତିର ମୂଲ୍ୟ ପାଖାପାଖି ୧.୫ ମିଲିୟନ ଡ଼ଲାର ହେବ । ଆଉ ଏଭିତରେ ସେ ପ୍ରାୟ ଅଢେଇ ହଜାର ଗୀତ ଗାଇଛନ୍ତି । ଏହା ବ୍ୟତୀତ ତାଙ୍କ ପାଖରେ ୫୦ ରୁ ୬୦ କୋଟି ମୂଲ୍ୟର ଆଡ଼ିସିନାଲ ସମ୍ପତ୍ତି ରହିଛି । ଏହା ବ୍ୟତୀତ ତାଙ୍କ ନିକଟରେ ଏକ ଦାମୀ Audi ଗାଡି ବି ରହିଛି । ଏକ ଆକଳନରୁ ଜଣାଯାଇଛିଯେ କେକେଙ୍କର ପ୍ରତିଦିନର ଆୟ ହେଉଛି ୨ ଲକ୍ଷ ୭୨ ହଜାର ୭୦୦ ଟଙ୍କା ।