Below header

ଆସୁଛି ‘କ୍ରିସ 4’, ଗୋଟିଏ କିମ୍ବା ଦୁଇଟି ନୁହେଁ ଏକାବେଳେ ଚାରୋଟି ଭୂମିକାରେ ନଜର ଆସିବେ ହ୍ରିତିକ ରୋଶନ

ବଲିଉଡ ଅଭିନେତା ହ୍ରିତିକ ରୋଶନଙ୍କୁ ନେଇ ‘କ୍ର୍ରିସ 4’ ପାଇଁ ଯୋଜନା କରୁଛନ୍ତି ତାଙ୍କ ପିତା ରାକେଶ ରୋଶନ । କରୋନା ପାଇଁ ଅନେକ ସମୟ ବରବାଦ ହୋଇଛି କିନ୍ତୁ ଏହି ସମୟ ମଧ୍ୟରେ ସ୍କ୍ରିପ୍ଟକୁ ଶେଷ କରିବାର କାର୍ଯ୍ୟ ମଧ୍ୟ ଚାଲିଛି । କୋଟି କୋଟି ଟଙ୍କା ବ୍ୟୟରେ ନିର୍ମିତ ହେବାକୁ ଯାଉଛି ଏହି ଚଳଚ୍ଚିତ୍ର, ତେଣୁ ରାକେଶ ରୋଶନ ସମ୍ପୂର୍ଣ୍ଣ ପ୍ରସ୍ତୁତି ସହିତ ମଇଦାନରେ ପ୍ରବେଶ କରିବାକୁ ଚାହୁଁଛନ୍ତି । ବର୍ତ୍ତମାନ ସେ ନିଜର ଲେଖକ ଟିମ ସହିତ ସ୍କ୍ରିପ୍ଟରେ ଏପରି ରୋମାଞ୍ଚକର ମୋଡ଼ ଦେବାରେ ବ୍ୟସ୍ତ ଅଛନ୍ତି ଯାହାଦ୍ୱାରା ଦର୍ଶକଙ୍କର ଭରପୁର ମନୋରଞ୍ଜନ ହେବ ।

ଖବର ମୁତାବକ, ହ୍ରିତିକଙ୍କର ଏହି ଫିଲ୍ମରେ ଗୋଟିଏ କିମ୍ବା ଦୁଇଟି ନୁହେଁ ବରଂ ଚାରିଟି ଭୂମିକା ରହିଛି । ଏଥିରେ ପ୍ରତ୍ୟେକ ରୋଲ୍ ମଜାଦାର ରହିବ ଯେପରିକି ହ୍ରିତିକଙ୍କ ସୁପରହିରୋ ଚରିତ୍ର ସହିତ ଜଣେ ମହିଳା ସୁପରହିଟ୍ ଚରିତ୍ର ମଧ୍ୟ ରହିବ ।

Priyanka Chopra Gives Consent To Star Opposite Hrithik Roshan In Krrish 4?  | 73Buzz

ହିରୋଇନଙ୍କ ବିଷୟରେ କହିବାକୁ ଗଲେ ଏଠାରେ ପ୍ରିୟଙ୍କା ଚୋପ୍ରାଙ୍କ ନାମ ଆସିଛି । କ୍ରିତି ସାନନଙ୍କୁ ନେବାକୁ ମଧ୍ୟ ଆଲୋଚନା ହୋଇଥିଲା, କିନ୍ତୁ ତାଙ୍କର ଡାଏରୀ ଫୁଲ ହୋଇଯାଇଛି ଏବଂ ରାକେଶ ରୋଶନ୍ ଚାହୁଁଥିବା ତାରିଖ କ୍ରିତିଙ୍କ ପାଖରେ ନାହିଁ । ତେଣୁ ତାଙ୍କ ସ୍ଥାନରେ କିଆରା ଆଡଭାନୀଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି । ଏମାନଙ୍କ ସହିତ ଆଉ କିଛି ଜଣ ହିରୋଇନଙ୍କୁ ମଧ୍ୟ ନିଆଯିବ ।

ରାକେଶ ରୋଶନ କ୍ରିସକୁ ଏକ ବିଶ୍ୱ ସ୍ତରୀୟ ଚଳଚ୍ଚିତ୍ର କରିବାକୁ ଚାହୁଁଛନ୍ତି । କାରଣ ସେ ଭଲ ଭାବରେ ଜାଣିଛନ୍ତି ଯେ ଭାରତୀୟ ଦର୍ଶକମାନେ ଗତ କିଛି ବର୍ଷ ମଧ୍ୟରେ ସ୍ପେଶାଲ ଇଫେକ୍ଟ ସହିତ ହଲିଉଡ ଚଳଚ୍ଚିତ୍ର ଦେଖିବାକୁ ପସନ୍ଦ କରୁଛନ୍ତି । ଏହିପରି ଚଳଚ୍ଚିତ୍ର ଏବଂ ଧାରାବାହିକ OTT ପ୍ଲାଟଫର୍ମରେ ବି ଆସୁଛି ତେଣୁ ବିଦେଶୀ ବିଶେଷଜ୍ଞଙ୍କ ସାହାଯ୍ୟ ନେଇ ଏମାନେ ଫିଲ୍ମରେ ଏମିତି ଇଫେକ୍ଟ ସୃଷ୍ଟି କରିବାକୁ ଚାହୁଁଛନ୍ତି ଯାହା ଏପର୍ଯ୍ୟନ୍ତ ପରଦାରେ ଦେଖାଯାଇ ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.