Below header

ପାଗଳ କଲା ଶାଳି ନିଶା, ବାହା ହେବାକୁ ମନା କରିବାରୁ ଶାଳି ଉପରକୁ ଏସିଡ୍‌ ଫିଙ୍ଗିଲା ଭିଣୋଇ

ଶାଳିକୁ ବାହା ହେବା ନିଶା ବିଫଳ ହେବାରୁ ଏସିଡ୍‌ ମାଡ଼ କଲା ଭିଣୋଇ। ବାହା ହେବାକୁ ମନା କରିବାରୁ ଭିଣୋଇର ଆକ୍ରୋଶର ଶିକାର ହେଲେ ଶାଳି। ରାତିରେ ଶୋଇଥିବା ବେଳେ ବ୍ୟକ୍ତି ଜଣଙ୍କ ଏପରି ଉନ୍ମକ୍ତ କାଣ୍ଡ କରିଥିବା ଖବର ରହିଛି।

ଏଭଳି ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି ଗାଜିଆବାଦର ମୁରାଦନଗର ଅଞ୍ଚଳରେ। ଏଠାରେ ଜଣେ ଯୁବତୀଙ୍କ ଉପରକୁ ଏସିଡ୍ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି । ରାତିରେ ଶୋଇଥିବା ବେଳେ ଯୁବତୀଙ୍କ ଉପରେ ଏସିଡ୍ ଫିଙ୍ଗି ଫେରାର ହୋଇଯାଇଥିବା ବ୍ୟକ୍ତି ଜଣକ ହେଉଛନ୍ତି ନିଜ ଭିଣୋଇ । ଗୁରୁତର ଅବସ୍ଥାରେ ଯୁବତୀଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ତେବେ ତାଙ୍କ ମୁହଁ ସଂପୂର୍ଣ୍ଣ ଭାବେ ଜଳିଯାଇଛି ଏବଂ ସେ ସଙ୍କଟାପନ୍ନ ଥିବା ଡାକ୍ତର ସୂଚନା ଦେଇଛନ୍ତି । ଘଟଣାର ୨୪ ଘଣ୍ଟା ମଧ୍ୟରେ ଅଭିଯୁକ୍ତକୁ କାବୁ କରିଛି ପୋଲିସ ।

acidଗାଜିଆବାଦ ପୋଲିସ ଅଧିକାରୀ କହିଛନ୍ତି ଯେ ଅଭିଯୁକ୍ତ ଜଣକ ମେରଠ ଅଞ୍ଚଳର ହୋଇଥିବାବେଳେ ପୀଡିତାଙ୍କ ଭଉଣୀ ସହିତ ଗତ ୬ ମାସ ତଳେ ବିବାହ ହୋଇଥିଲା। ବିବାହର କିଛି ଦିନ ପରେ ନିଜ ଶାଳିକୁ ମନେ ମନେ ଭଲ ପାଇ ବସିଥିଲା ଅଭିଯୁକ୍ତ ଭିଣୋଇ। ବାରମ୍ବାର ପ୍ରେମ ନିବେଦନ କରୁଥିଲା କିନ୍ତୁ ଏହାକୁ ପ୍ରତ୍ୟାଖ୍ୟାନ କରିଦେଉଥିଲେ ପୀଡିତା ଶାଳି। କିଛି ଦିନ ତଳେ ପୀଡିତାଙ୍କ ବିବାହ ଠିକ ହୋଇଯାଇଥିଲା । ଏହାକୁ ସହିପାରିନଥିଲା ଅଭିଯୁକ୍ତ ଭିଣୋଇ।

ଶାଳିର ବିବାହ ଅନ୍ୟ ସ୍ଥାନରେ ଠିକ ହୋଇଯାଇଥିବା ଜାଣିବା ପରେ ପ୍ରତିଶୋଧ ପରାୟଣ ହୋଇପଡିଥିଲା ଭିଣୋଇ। ରାତିରେ ସମସ୍ତେ ଶୋଇଥିବା ବେଳେ ପୂର୍ବ ଯୋଜନା ମୁତାବକ ଶାଳିଙ୍କ ଉପରେ ଏସିଡ୍ ମାଡ କରି ଫେରାର ହୋଇଯାଇଥିଲା ଅଭିଯୁକ୍ତ। ତେବେ ପୋଲିସ ଅଭିଯୁକ୍ତ ଭିଣୋଇକୁ ଗିରଫ କରି ଜେଲରେ ଭର୍ତ୍ତି କରିବା ସହିତ ଘଟଣାର ଅଧିକ ତଦନ୍ତ ଜାରି ରଖିଛି। ସେପଟେ ଭିଣୋଇର ଆକ୍ରୋଶର ଶିକାର ହୋଇଥିବା ଶାଳି ଜୀବନ ମରଣ ସହ ସଂଗ୍ରାମ କରୁଛି। ହସପିଟାଲରେ ପ୍ରତି ମୂହୁର୍ତ୍ତରେ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି ପୀଡିତା ଶାଳି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.