ମିଳୁନି ରଣପୁରରୁ ନିଖୋଜ ନାବାଳିକାଙ୍କ ପତ୍ତା: ବ୍ରାହ୍ମଣୀ ଦେବୀ ପୋଖରୀରେ ଯୋରଦାର ଖୋଜାଖୋଜି କରୁଛି ସ୍କୁବା ଡାଇଭର ଓ ଓଡ୍ରାଫ ଟିମ୍

ନୟାଗଡ଼: ନୟାଗଡ଼ ଜିଲ୍ଲା ରଣପୁରରେ ଜଣେ ନାବାଳିକା ନିଖୋଜ ଘଟଣାରେ ପୋଲିସର ତନାଘନା ତଦନ୍ତ । ଓଡ୍ରାଫ ଟିମ ସହ ସ୍କୁବା ଡାଇଭର ଆସି ଗାଁ ବ୍ରାହ୍ମଣୀ ଦେବୀ ପୋଖରୀରେ ଖୋଜାଖୋଜି କରିଥିଲେ ମଧ୍ୟ କିଛି ପତ୍ତା ମିଳିପାରି ନାହିଁ ।

policeଅଗ୍ନିଶମ ବାହିନୀ ମଧ୍ୟ ପୋଖରୀରେ ଖୋଜାଖୋଜି କରିଛି । ଏସପିଙ୍କ ନିର୍ଦ୍ଦେଶରେ ଶରଣକୂଳ ଏସଡିପିଓଙ୍କ ନେତୃତ୍ୱରେ ଦୁଇଟି ଟିମ ଗଠନ କରାଯାଇଛି । ଚାନ୍ଦପୁର ଥାନା ଆଇଆଇସି ଓ ରଣପୁର ଥାନା ଆଇଆଇସିଙ୍କ ନେତୃତ୍ୱରେ ଦୁଇଟି ଟିମ ଜିଲ୍ଲାର ବିଭିନ୍ନ ସ୍ଥାନରେ ତଦନ୍ତ ଚଳାଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.