‘ଦବଙ୍ଗ-୩’ର ଟାଇଟଲ୍‌ ସଙ୍ଗ ହୁଡ୍‌ ହୁଡ୍‌କୁ ନେଇ ସୋସିଆଲ ମିଡିଆରେ ବିବାଦ

ଫିଲ୍ମ ଭାରତ ପରେ ସଲମାନ ଖାନଙ୍କ ନୂଆ ଫିଲ୍ମ ‘ଦବଙ୍ଗ-୩’ ରିଲିଜ୍‌ ଅପେକ୍ଷାରେ । ଫିଲ୍ମର ଏକ ସଙ୍ଗରେ ପୁଣି ଚୁଲବୁଲ୍‌ ପାଣ୍ଡେ ଅନ୍ଦାଜରେ ନଜର ଆସିଛନ୍ତି ସଲମାନ୍‌ । ପୂର୍ବରୁ ଫିଲ୍ମର ଟାଇଟଲ୍‌ ସଙ୍ଗ ହୁଡ୍‌ ହୁଡ୍‌ ରିଲିଜ୍‌ ହୋଇଥିଲା । ଏହି ଗୀତକୁ ନେଇ ଏବେ ସୋସିଆଲ ମିଡିଆରେ ବିବାଦ ଦେଖାଦେଇଛି । ଟ୍ଵିଟ୍‌ରେ ଫ୍ୟାନ୍ସ ଗୀତକୁ ବିରୋଧ କରିଛନ୍ତି । ସଲମାନ୍‌ କହିଛନ୍ତି ଏଭଳି କନ୍‌ଟ୍ରୋଭର୍ସି ତ ଆସିବ ଓ ଯିବ । ଗୀତରେ ସାଧୁ ସନ୍ଥ ନାଚୁଥିବାର ଦେଖିବାକୁ ମିଳିଛି । ଯାହା ଅପମାନ ଜନକ ବୋଲି ସୋସିଆଲ ମିଡିଆରେ ବିରୋଧ ହୋଇଛି । ଡିସେମ୍ବର ୨୦ରେ ରିଲିଜ୍‌ ହେବ ଫିଲ୍ମ ଦବଙ୍ଗ-୩ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.