Below header

ପ୍ରତିଯୋଗୀଙ୍କ ଗୀତ ଶୁଣି ସେଟରେ କାନ୍ଦି ପକାଇଲେ ନେହା, ମନେ ପକାଇଲେ ନିଜ ପିଲାବେଳ କଥା

ସାଧାରଣତଃ ରିଆଲିଟି ସୋ’ର ଲେଖକ ମାନେ ନିଜ ଟିଆରପି ବଢାଇବା ପାଇଁ ଭିନ୍ନ ଭିନ୍ନ ଘଟଣା ସବୁକୁ ଟିକେ ଅଲଗା ଅନ୍ଦାଜରେ ନିଜ ଏପିସୋଡରେ ଦେଖାଇଥାନ୍ତି । ବେଳେ ବେଳେ ତ ଏମିତି କିଛି ଘଟଣା ଘଟେ ଯାହା ସୋ’ର ବିଚାରପତି ମାନଙ୍କୁ ବି ଖୁବ ଭାବବିହ୍ଵଳ କରିଦିଏ । ଅନେକ ସମୟରେ ସେମାନେ ସେଟ ଉପରେ କାନ୍ଦି ବି ପକାନ୍ତି । କିନ୍ତୁ ଏପରି ସମୟରେ ଏମିତି କିଛି ଘଟଣା ସାମ୍ନାକୁ ଆସେ ଯାହା ସେଲିବ୍ରିଟି ମାନଙ୍କ ପ୍ରସଶଙ୍କ ମାନେ ବି ଜାଣି ନଥାନ୍ତି । ଏମିତି ହିଁ ଏକ ଘଟଣା ନେହା କକର ନିଜ ଫ୍ୟାନ ମାନଙ୍କ ସହ ଇଣ୍ଡିଆନ ଆଇଡଲ ସୋ’ ଜରିଆରେ ସେୟାର କରିଛନ୍ତି ।

 

neha

ପ୍ରକୃତରେ ଇଣ୍ଡିଆନ ଆଇଡଲ- ୧୧ ସୋ’ର ଏକ ଏପିସୋଡ଼ ରେ ପ୍ରତିଯୋଗୀ ସନ୍ନି ହିନ୍ଦୁସ୍ଥାନୀ ‘ଚଲୋ ବୁଲାଵା ଆୟା ହେ’ ଭଜନରେ ହୃଦୟକୁ ଛୁଇଁବା ପରି ଦମଦାର ପରଫରମାନ୍ସ ଦେଇଥିଲେ । ତାଙ୍କ ପରିବେଷଣ ଦେଖି ନେହା ଖୁବ ଭାବବିହ୍ୱଳ ହୋଇଯାଇଥିଲେ । ଏମିତିକି ନିଜର କିଛି ପୁରୁଣା ସ୍ମୃତି ସବୁକୁ ମନେ ପକାଇ ସେ ସେଟ ଉପରେ କାନ୍ଦି ପକାଇଥିଲେ । ନେହା କହିଥିଲେ କି ମାତ୍ର ୪ ବର୍ଷ ବୟସରୁ ହିଁ ସେ ମା’ଙ୍କ ଜାଗରଣ ଗୁଡିକରେ ପରିବେଷଣ କରିବା ଆରମ୍ଭ କରିଦେଇଥିଲେ । ତାଙ୍କ ପୂରା ପିଲାବେଳ ଜାଗରଣ ଗୁଡିକରେ ପରିବେଷଣ କରିବାରେ ହିଁ କଟିଥିଲା ।

ସେସମୟରେ ତାଙ୍କ ପରିବାରକୁ ଗଭୀର ଦାରିଦ୍ର୍ୟର ସାମ୍ନା କରିବାକୁ ପଡିଥିଲା । ନିଜ କଠିନ ପରିଶ୍ରମ ଓ ମାତାଙ୍କ ଆଶୀର୍ବାଦ ଫଳରେ ହିଁ ଆଜି ସେ ଏହି ସଫଳତା ପାଇଥିବା କଥା ନେହା ସେଟରେ କହିଥିଲେ । ସନ୍ନିଙ୍କ ପରିବେଷଣରେ ନେହାଙ୍କ ବ୍ୟତୀତ ହିମେସ ରେସମୀୟା ବି ଖୁବ ଭାବବିହ୍ଵଳ ହୋଇଯିବା ସହ କାନ୍ଦି ପକାଇଥିଲେ । ଏହାପରେ ହିମେସ ସନ୍ନିଙ୍କ ଖୁବ ପ୍ରଶଂସା ମଧ୍ୟ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.