Below header

ଭାଷଣ ଦିଅନି ପାରୁଛ ଯଦି ମୋ ଦେଶବାସୀଙ୍କୁ ସାହାଯ୍ୟ କର : ଜ୍ୟାକଲିନ

ଗମ୍ଭୀର ଅର୍ଥନୈତିକ ସଙ୍କଟର ସାମ୍ନା କରୁଛି ଶ୍ରୀଲଙ୍କା । ଏପରି ସ୍ଥିତିରେ ନିଜ ଦେଶ ପାଇଁ ଆଗେଇ ଆସିଛନ୍ତି ଶ୍ରୀଲଙ୍କା ସୁନ୍ଦରୀ ତଥା ବଲିଉଡ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିସ। ସେ ନିଜ ଦେଶ ପାଇଁ ଇନଷ୍ଟାରେ ପୋଷ୍ଟ ସେୟାର କରି ସପୋର୍ଟ କରୁଥିବା ନଜର ଆସିଛନ୍ତି।

ନିଜ ଦେଶର ଦୁଃସ୍ଥିତି ନେଇ ଜ୍ୟାକଲିନ ଇନଷ୍ଟାଗ୍ରାମରେ ଏକ ଲମ୍ୱା ପୋଷ୍ଟ ସେୟାର କରିଛନ୍ତି। ସେ କହିଛନ୍ତି “ଜଣେ ଶ୍ରୀଲଙ୍କା ନାଗରିକ ଭାବେ ମୋ ଦେଶ ଓ ସେଠାରେ ରହୁଥିବା ଲୋକମାନଙ୍କର ଏପରି ସ୍ଥିତି ଦେଖିବା ମୋ ପାଇଁ ଦୁଃଖର ବିଷୟ। ଯେବେଠାରୁ ଏହି ଦୁର୍ଦ୍ଦଶା ସ୍ଥିତି ଆରମ୍ଭ ହୋଇଛି ସେବେଠାରୁ ସାରା ଦୁନିଆରୁ ବିଭିନ୍ନ ପ୍ରକାରର କଥା ଶୁଣିବାକୁ ମିଳିଛି। ମୁଁ ସମସ୍ତଙ୍କୁ କହିବାକୁ ଚାହୁଁଛି ଯେ କୌଣସି ଘଟଣା ଦେଖିବା ପରେ ଏମିତି ହଠାତ୍ ପ୍ରତିକ୍ରିୟା ଦିଅନ୍ତୁ ନାହିଁ। ବର୍ତ୍ତମାନ ମୋ ଦେଶବାସୀଙ୍କୁ କାହା ମନ୍ତବ୍ୟର ଆବଶ୍ୟକତା ନାହିଁ ବରଂ ତାଙ୍କୁ ଦୟାଭାବ ଓ ସହଯୋଗର ଆବଶ୍ୟକତା ଅଛି। ତାଙ୍କ ସାହସ ଓ ଉନ୍ନତି ପାଇଁ ୨ ମିନିଟ ନିରବ ପ୍ରାର୍ଥନା ହିଁ ଆପଣଙ୍କୁ ସେମାନଙ୍କର ନିକଟତର କରିପାରିବ”।

ଆହୁରି ମଧ୍ୟ ଜ୍ୟାକଲିନ କହିଛନ୍ତି, ମୁଁ ମୋ ଦେଶ ଓ ଦେଶବାସୀମାନଙ୍କୁ କହିବାକୁ ଚାହୁଁଛି ଯେ ମୁଁ ଆଶା କରୁଛି ଏହି ସମସ୍ୟା ବହୁତ ଶୀଘ୍ର ଦୂର ହୋଇଯିବ। ଏହାର ଏମିତି ନିଷ୍କର୍ସ ବାହାରୁ ଯାହାଫଳରେ ସମସ୍ତଙ୍କୁ ଶାନ୍ତି ମିଳିବା ସହିତ ସମସ୍ତଙ୍କର ଭଲ ହେବ। ଏହି ସମସ୍ୟାର ସାମ୍ନା କରୁଥିବା ଲୋକମାନଙ୍କୁ ଶକ୍ତି ଓ ସାହସ ମିଳୁ ଏତିକି ମୋର କାମନା”।

ଇନଷ୍ଟାଗ୍ରାମରେ ଜ୍ୟାକଲିନ ଏକ ଫଟୋ ସେୟାର କରିଛନ୍ତି ଯେଉଁଥିରେ ସେ ଶ୍ରୀଲଙ୍କା ପତାକାରେ ଥିବା ସିଂହର ହାତକୁ ଧରିଥିବା ନଜର ଆସିଛନ୍ତି। ଜ୍ୟାକଲିନଙ୍କ ଏହି ପୋଷ୍ଟକୁ ତାଙ୍କ ଫ୍ୟାନ୍ସ ସପୋର୍ଟ କରିଛନ୍ତି। ବ୍ୟକ୍ତିଗତ ଜୀବନ ବିଷୟରେ କହିବାକୁ ଗଲେ, ଜ୍ୟାକଲିନ ଏବେ କଠିନ ସମୟ ଦେଇ ଗତି କରୁଛନ୍ତି। ମହାଠକ ସୁକେଶ ଚନ୍ଦ୍ରଶେଖରଙ୍କ ସହିତ ନାମ ଯୋଡି ହେବା ପରେ ଜ୍ୟାକଲିନଙ୍କୁ ଇଡି ସାମ୍ନାରେ ହାଜର ହେବାକୁ ପଡିଥିଲା।

ଏବେ ଜ୍ୟାକଲିନ ଅକ୍ଷୟ କୁମାରଙ୍କ ଫିଲ୍ମ ରାମସେତୁର ନଜର ଆସିବେ। ଏହା ପରେ ଜ୍ୟାକଲିନଙ୍କ ହାତରେ ଅନ୍ୟ କେତେକକ ପ୍ରୋଜେକ୍ଟ ରହିଛି।

ପଡୋଶୀ ଦେଶ ଶ୍ରୀଲଙ୍କା ଖୁବ ଗମ୍ଭୀର ଆର୍ଥିକ ସଙ୍କଟ ସ୍ଥିତି ଦେଇ ଗତି କରୁଛି । ଏଠାରେ ମହଙ୍ଗା ଦର ପ୍ରାୟ ୧୭ ପ୍ରତିଶତ ପାର କରିଛି । ଏମିତିକି ଗୋଟେ କପ ଚା ଦର ୧୦୦ ଟଙ୍କାରେ ପହଂଚିଲାଣି । ଗୋଟିଏ ପ୍ୟାକେଟ ବ୍ରେଡ ପାଇଁ ଶ୍ରୀଲଙ୍କା ମୁଦ୍ରା ଅନୁସାରେ ୧୫୦ ଟଙ୍କା ଦେବାକୁ ପଡୁଛି  । ଶ୍ରୀଲଙ୍କାରେ ଏପରି ସ୍ଥିତି ହେବା ପଛର ଅନ୍ୟତମ ପ୍ରମୁଖ କାରଣ ହେଉଛି ଡ଼ଲାର ତୁଳନାରେ ଶ୍ରୀଲଙ୍କା ମୁଦ୍ରା ହ୍ରାସ ପାଇବା । ମାର୍ଚ୍ଚ ମାସରେ ହିଁ ଡ଼ଲାର ତୁଳନାରେ ଶ୍ରୀଲଙ୍କା ମୁଦ୍ରାର ମୂଲ୍ୟ ୪୬ ପ୍ରତିଶତ ପର୍ଯ୍ୟନ୍ତ ଖସିଛି । ଆଉ ଏହି କାରଣରୁ ହିଁ ଦେଶରେ ମହଙ୍ଗା ସ୍ଥିତି ବଢି ବଢି ଚାଲିଛି ।

Also Read : ଶ୍ରୀଲଙ୍କାରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା ପରେ ସୋସିଆଲ ମିଡିଆ ପ୍ଲାଟଫର୍ମକୁ ବ୍ୟାନ୍ କଲା ସରକାର

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.