ଚୀନର ସାଂଘାଇରେ କରୋନାର ସାଂଘାତିକ ସ୍ଥିତି, ୨୪ ଘଣ୍ଟାରେ ୧୦ ହଜାରରୁ ଅଧିକ ନୂଆ କେସ ଚିହ୍ନଟ

ବ୍ୟୁରୋ: ଚୀନରେ କରାଳ ରୂପ ଦେଖାଉଛି କରୋନା । ସାଂଘାଇରେ ସାଂଘାତିକ ସ୍ଥିତି । ଦ୍ରୁତ ବଢୁଛି ଦୈନିକ କରୋନା କେସ । ୨୪ ଘଣ୍ଟାରେ ୧୦ ହଜାରରୁ ଅଧିକ ନୂଆ କେସ ଚିହ୍ନଟ ହୋଇଛି । ସୋମବାର ୧୩ ହଜାର ୩୫୪ ଜଣ ପଜିଟିଭ ବାହାରିଛନ୍ତି । ମାର୍ଚ୍ଚରେ ସାଂଘାଇରେ ୭୩ ହଜାର ସଂକ୍ରମିିତ ଚିହ୍ନଟ ହୋଇଛନ୍ତି । ୨କୋଟି ୬୦ଲକ୍ଷ ଜନସଂଖ୍ୟା ବିଶିଷ୍ଟ ସହରରେ ୨ଟି ପର୍ଯ୍ୟାୟରେ ଲକଡାଉନ ଲାଗୁ କରାଯାଇଛି।

ସମସ୍ତ ସହରବାସୀଙ୍କୁ କୋଭିଡ ସେଲ୍‌ଫ ଟେଷ୍ଟ କରାଇନେବାକୁ ପ୍ରଶାସନ ନିର୍ଦ୍ଦେଶ ଦେଇଛି। କରୋନା ସଂକ୍ରମଣ ବଢୁଥିବାରୁ ମୁକାବିଲା ପାଇଁ ସାଂଘାଇକୁ ସେନା, ହଜାର ହଜାର ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କୁ ପଠାଇଛି ଚୀନ ସରକାର । କିଛି ଲୋକଙ୍କର ବାସଭବନ ପରିସରରେ ନ୍ୟୁକ୍ଲିକ ଏସିଡ ଟେଷ୍ଟିଂ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.