ଜୟଲଳିତାଙ୍କ ଉପରେ ଅଧାରିତ ୱେବସିରିଜ୍‌ କୁ ନେଇ ଅସନ୍ତୁଷ୍ଟ ପରିବାର ଲୋକ, ଏପରି କହିଲେ ପୁତୁରା ଦୀପକ

ତାମିଲନାଡ଼ୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ଉପରେ ଏବେ ବାୟୋପିକ୍ ଓ ୱେବସିରିଜ ତିଆରି ଚାଲିଛି। ପୂରା ଦେଶ ଏହି ଦିବଂଗତ ନେତ୍ରୀଙ୍କ ଜୀବନ କଥାକୁ ପରଦାରେ ଦେଖିବାକୁ ଅପେକ୍ଷା କରିଛି। ତେବେ ଜୟଲଳିତାଙ୍କ ଜୀବନକୁ ନେଇ ତିଆରି ହେଉଥିବା ୱେବସିରିଜ (କୁଇନ୍‌) ଉପରେ ତାଙ୍କ ପରିବାର ଲୋକେ ଖୁସି ନାହାନ୍ତି। ଏମିତିକି ତାଙ୍କ ପୁତୁରା ଦୀପକ ଜୟକୁମାର ଏହାର ନିର୍ମାତା ଗୌତମ ମେନନ୍ ଙ୍କ ବିରୋଧରେ ମାନହାନି ମକଦ୍ଦମା ରୁଜୁ କରିବାକୁ ମଧ୍ୟ ଧମକ ଦେଇଛନ୍ତି। ସେ କହିଛନ୍ତି ଯେ ଏହି ୱେବସିରିଜ ପାଇଁ ମେନନ୍ ତାଙ୍କ ପରିବାରର ଅନୁମତି ନେଇ ନାହାନ୍ତି।

jayalalithaaଦୀପକ କହିଛନ୍ତି, “ଆମ୍ମା ଜଣେ ରାଜନେତ୍ରୀ ଥିଲେ। ତେଣୁ ତାଙ୍କର ରାଜନୈତିକ ଜୀବନକୁ ଏହି ୱେବସିରିଜ ପ୍ରଦର୍ଶିତ କଲେ ମୋର କିଛି ଆପତ୍ତି ନାହିଁ। କିନ୍ତୁ ମୋର ବା ମୋ’ ଭଉଣୀ ଦୀପାଙ୍କ ବିନା ଅନୁମତିରେ ତାଙ୍କର ବ୍ୟକ୍ତିଗତ ଜୀବନକୁ ପରଦାରେ ପ୍ରଦର୍ଶିତ କରିବାର ଅଧିକାର କାହାରି ନାହିଁ।” ଏକ ସାକ୍ଷାତକାର ମାଧ୍ୟମରେ ଦୀପକ କହିଛନ୍ତି, “ଯଦି ସେହି ୱେବସିରିଜରେ ଆମ୍ମାଙ୍କ ବ୍ୟକ୍ତିଗତ ଜୀବନ ସହିତ ଜଡ଼ିତ କୌଣସି କଥା ପ୍ରଦର୍ଶିତ କରାଯାଏ, ତା’ହେଲେ ମୁଁ ମେନନ୍ ଙ୍କ ନାଁରେ ମାନହାନି ମକଦ୍ଦମା କରିବି।”

ଏହାସହ ପଢନ୍ତୁ: ହିନା ଖାନ୍‌ଙ୍କ ନୂଆ ଅବତାର, ଏବେ ଏହି ୱେବସିରିଜ୍‌ରେ କରିବେ ଡିଜିଟାଲ୍‌ ଡେବ୍ୟୁ

‘କ୍ୱିନ୍’ରେ ‘ବାହୁବଲୀ’ର ଅଭିନେତ୍ରୀ ରମ୍ୟା କୃଷ୍ଣ ଲିଡ୍ ରୋଲ୍ ରେ ଅଭିନୟ କରୁଛନ୍ତି। ଅନ୍ୟପକ୍ଷରେ ଜୟଲଳିତାଙ୍କ ଜୀବନ କାହାଣୀକୁ ନେଇ ଯେଉଁ ଫିଲ୍ମ ତିଆରି ହେଉଛି, ତାକୁ ନେଇ ତାଙ୍କ ପରିବାର ଲୋକେ କିଛି ଅଭିଯୋଗ କରି ନାହାନ୍ତି। କାରଣ ଫିଲ୍ମର ନିର୍ଦ୍ଦେଶକ ଏ.ଏଲ୍ ବିଜୟଙ୍କୁ ଏନେଇ ଜୟଲଳିତାଙ୍କ ପରିବାର ନୋ-ଅବଜେକ୍ସନ ସାର୍ଟିଫିକେଟ୍ ଦେଇଛି। ଏହି ଫିଲ୍ମରେ କଙ୍ଗନା ରାନାୱତ୍ ଲିଡ୍ ରୋଲ୍ ରେ ଅଭିନୟ କରୁଛନ୍ତି। ରିପୋର୍ଟ ଅନୁଯାୟୀ ଦୀପକ ଓ ଦୀପା ହେଉଛନ୍ତି ଜୟଲଳିତାଙ୍କ ବଡ଼ଭାଇଙ୍କ ପୁଅ-ଝିଅ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.