କରୋନା କବଳରେ କାଜୋଲ, ଝିଅର ଫଟୋ ସେୟାର କରି ଦେଲେ ସୂଚନା

ବଲିଉଡ ଇଣ୍ଡଷ୍ଟ୍ରୀ ହେଉ ଅବା ଟିଭି ଇଣ୍ଡଷ୍ଟ୍ରୀ ସବୁଠି କରୋନା କାୟା ବିସ୍ତାର କରିସାରିଛି। ଏହା ମଧ୍ୟରେ ବଲିଉଡ ଅଭିନେତ୍ରୀ କାଜୋଲ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। କାଜୋଲ କିଛି ସମୟ ପୂର୍ବରୁ ସୋସିଆଲ ମିଡିଆରେ ସେୟାର କରିଛନ୍ତି। କିଛି ଦିନ ପୂର୍ବରୁ କାଜୋଲଙ୍କ ଭଉଣୀ ତନିଷା ମୁଖାର୍ଜୀ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ।

କରୋନା କରୋନା ପଜିଟିଭ ଚିହ୍ନଟ ହେବା ପରେ ଇନଷ୍ଟା ଆକାଉଣ୍ଟରେ ପୋଷ୍ଟ ସେୟାର କରିଛନ୍ତି। ଏହାଛଡା ଝିଅ ନ୍ୟାସାଙ୍କର ଏକ ଫଟୋ ସେୟାର କରିଛନ୍ତି। ଏହା ସହିତ ଲେଖିଛନ୍ତି, ମୁଁ ପଜିଟିଭ ଚିହ୍ନଟ ହୋଇଛି’। ଦୁନିଆର ସବୁଠାରୁ ସୁନ୍ଦର ହସକୁ ମୁଁ ଦେଖୁଛି, ମିସ୍‌ ୟୁ ନ୍ୟାସା।

 

View this post on Instagram

 

A post shared by Kajol Devgan (@kajol)

ସୂଚନାଯୋଗ୍ୟ, କାଜୋଲ ମାତ୍ର ୧୬ ବର୍ଷ ବୟସରୁ କ୍ୟାରିଅର ଆରମ୍ଭ କରିଥିଲେ। ବଲିଉଡ ଡେବ୍ୟୁ ଫିଲ୍ମ ‘ବେଖୁଦି’ରୁ କାଜୋଲ କରିଥିଲେ। କାଜୋଲ ଏପର୍ଯ୍ୟନ୍ତ ୬ଟି ଫିଲ୍ମଫେୟାର ଆଓ୍ଵାର୍ଡ ନିଜ ନାମରେ କରିସାରିଛନ୍ତି।

ପୂର୍ବରୁ ନୋରା ଫତେହୀ, ମଲାଇକା, ଅର୍ଜୁନ କପୁର, ଏକତା କପୁର, ସୋନୁ ନିଗମ, ମହେଶ ବାବୁ, କରୀନା କପୁର ପ୍ରମୁଖ କରୋନାର ଶିକାର ହୋଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.