Below header

ରେଲୱେ ଷ୍ଟେସନରେ ଟିକେଟ ବିକୁଥିବାର ନଜର ଆସିଲେ କଙ୍ଗନା, ଏପରି କରୁଥିଲେ ଯାତ୍ରୀଙ୍କୁ ସ୍ୱାଗତ

କଙ୍ଗନା ରାଣାଓ୍ଵତ ନିଜର ଆସନ୍ତା ଫିଲ୍ମ ‘ପଙ୍ଗା’ର ପ୍ରସ୍ତୁତିରେ ସମ୍ପୂର୍ଣ୍ଣ ଭାବେ ଲାଗିପଡିଛନ୍ତି । ଫିଲ୍ମର ଟ୍ରେଲର ଲଞ୍ଚ ହେବା ପୂର୍ବରୁ କଙ୍ଗନା ମୁମ୍ବାଇ ଛତ୍ରପତି ଟର୍ମିନାସରେ ଯାତ୍ରୀମାନଙ୍କୁ ରେଳ ଟିକେଟ ବାଣ୍ଟୁଥିବା ଦେଖିବାକୁ ମିଳିଛନ୍ତି । ଏହି ସମୟରେ କଙ୍ଗନା ଏକ ସିମ୍ପଲ ଡ୍ରେସରେ ସେଲିବ୍ରିଟି କମ ସାଧାରଣଲୋକ ଭଳି ଲାଗୁଥିଲେ ।

ସୂଚନା ଅନୁଯାୟୀ ଆସନ୍ତା ସୋମବାର ପଙ୍ଗାର ଟ୍ରେଲର ରିଲିଜ ହେବାକୁ ଯାଉଛି । ତେବେ ଫ୍ୟାନ ମାନେ ଏହି ଟ୍ରେଲର ଆଗ୍ରହର ସହ ଅପେକ୍ଷା କରି ରହିଛନ୍ତି । ଅଶ୍ୱିନୀ ଅୟରଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ଫକ୍ସଷ୍ଟାର ଷ୍ଟୁଡ଼ିଓ ପ୍ରସ୍ତୁତ କରୁଅଛି । ପଙ୍ଗା ଚଳଚ୍ଚିତ୍ରରେ କଙ୍ଗନା ‘ଜୟା ନିଗମ’ ନାମକ ଏକ କ୍ୟାରେକ୍ଟର ପ୍ଲେ କରୁଛନ୍ତି । ଏହି ଫିଲ୍ମଟି ଏକ ସ୍ପୋର୍ଟ୍ସ ଡ୍ରାମା ଅଟେ ଯାହାକି ଭାରତୀୟ କବାଡି ପ୍ଲେୟାରଙ୍କର ରିୟଲ ଲାଇଫ ଉପରେ ଆଧାରିତ । ପଙ୍ଗାରେ କଙ୍ଗନାଙ୍କ ବ୍ୟତୀତ ଜସ୍ସୀ ଗିଲ, ନିନା ଗୁପ୍ତା, ପଙ୍କଜ ତ୍ରିପାଠୀ, ରିଚା ଚଢା ମଧ୍ୟ ରହିଛନ୍ତି । ଫିଲ୍ମର ପୋଷ୍ଟର ପୂର୍ବରୁ ହିଁ ରିଲିଜ ହୋଇ ସାରିଛି । ଏହି ଫିଲ୍ମରେ କଙ୍ଗନା ଏକ ସାଧାରଣ ହାଉସୱାଇଫ ଚରିତ୍ରରେ ନଜର ଆସିବେ ଏବଂ ନିନା ଗୁପ୍ତ ଏଥିରେ ଜେଜେମା ଚରିତ୍ରରେ ଦେଖିବାକୁ ମିଳିବେ ।

ସୂଚନା ଅନୁଯାୟୀ ପଙ୍ଗା ପରେ କଙ୍ଗନା ରାଣାଓ୍ଵତଙ୍କର ଅନେକ ଫିଲ୍ମ ପାଇପଲାଇନରେ ରହିଛି ଯେଉଁଥିରେ ଧାକଡ ଓ ଥଲାଇବି ମଧ୍ୟ ସାମିଲ ରହିଛି । ଥଲାଇବି ତାମିଲନାଡୁର ପୂର୍ବ ସିଏମ ଜୟଲଳିଥାଙ୍କର ବାୟୋପିକ ଅଟେ । ତେବେ ଏହି ଫିଲ୍ମକୁ ନେଇ ବିବାଦ ମଧ୍ୟ ଲାଗିରହିଛି ଏବଂ ଧାକଡ ଏକ ଆକ୍ସନ ଏଣ୍ଟରଟେନ ଫିଲ୍ମ ଅଟେ । ଏହି ଚଳଚ୍ଚିତ୍ରରେ କଙ୍ଗନା ଫିୟରଲେସ ଅନ୍ଦାଜରେ ଦେଖିବାକୁ ମିଳିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.