ବାରବାଟୀରେ ବିକ୍ରି ହୋଇଗଲା ଡୁପ୍ଲିକେଟ ଟିକେଟ, ମିଡିଆ ପାସରେ ବି ଜାଲିଆତି ହୋଇଥିବାର ଆସିଲା ଅଭିଯୋଗ

କେନ୍ୟୁଜ୍(ବ୍ୟୁରୋ): ବାରବାଟୀ ମ୍ୟାଚରେ ଟିକେଟ ବ୍ଲାକ କଲା କିଏ? ଦୁଇଟି ଭିନ୍ନ ଭିନ୍ନ ଟିକେଟ ମିଳୁଥିବାରୂ ଟିକେଟ ବ୍ଲାକ ହୋଇଥିବାର ଆଭାସ ମିଳିଛି। କିଛି ଦର୍ଶକଙ୍କ ପାଖରେ ଏମିତି କିଛି ଭିନ୍ନ ଟିକେଟ ଥିଲା ଯାହା ଡୁପ୍ଲିକେଟ ବୋଲି ସନ୍ଦେହ ହୋଇଥିଲା । ଯେଉଁଥିପାଇଁ କିଛି ଦର୍ଶକ କ୍ରିକେଟ ଖେଳର ମଜା ନେବାରୁ ବାଦ ପଡିଥିଲେ। ସେହିଭଳି ଗତ କାଲି ମିଡିଆ ଗ୍ୟାଲେରୀ କିଛି ଅପରିଚିତ ଲୋକ ଅର୍ଥାତ କୋଣସି ମିଡିଆରେ କାମ କରୁନଥିବା ଲୋକ ଖଣ୍ଡିଏ ଖଣ୍ଡିଏ ପାସ ବେକରେ ଗଳାଇ ବସିଯାଇଥିଲେ। ସେମାନଙ୍କୁ ସେଠାରେ ଥିବା କିଛି ଗଣମାଧ୍ୟମ ବନ୍ଧୁ କେଉଁ ସଂସ୍ଥାର ଆସିଛନ୍ତି ବୋଲି ପ୍ରଶ୍ନ କରିଥିବାର ସେଠାରେ କିଛି ସମୟ ପାଇଁ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେଇଥିଲା। ଯାହାକୁ ନେଇ କିଛି ସାମ୍ବାଦିକ ଅସନ୍ତୋଷ ପ୍ରକାଶ କରିଛନ୍ତି। ତେବେ ଏହି ଡୁପ୍ଲିକେଟ ଟିକେଟ ବିକ୍ରିର ଅଭିଯୋଗକୁ ନେଇ ପୋଲିସ ଜଣେ ବ୍ୟକ୍ତିଙ୍କୁ ସନ୍ଦେହରେ ଅଟକ ରଖି ତଦନ୍ତ ଚଳାଇଛି।