Below header

ଟ୍ରେଣ୍ଡ କରୁଛି #15YearsOfDhonism: ଧୋନୀଙ୍କ ଭଳି କେହି ନୁହେଁ, ଫ୍ୟାନ୍‌ମାନେ ସୋସିଆଲ ମିଡିଆରେ ଦେଲେ ଖାସ୍‌ ଉପହାର

ସେଦିନ ଥିଲା ଡିସେମ୍ବର ୨୩ ତାରିଖ, ଯେଉଁଦିନ ଟିମ୍‌ ଇଣ୍ଡିଆର ‘ମାହି’ ଅର୍ଥାତ୍‌ ପୂର୍ବତନ କ୍ୟାପ୍‌ଟେନ ମହେନ୍ଦ୍ର ସିଂ ଧୋନୀ ଆଜକୁ ୧୫ ବର୍ଷ ପୂର୍ବେ ଅନ୍ତଃରାଷ୍ଟ୍ରୀୟ କ୍ରିକେଟରେ ପାଦ ଥାପିଥିଲେ। ସେତେବେଳେ କେହି ବି ସ୍ୱପ୍ନରେ ସୁଦ୍ଧା ଭାବି ନ ଥିଲେ, କାନ୍ଧ ପଯ୍ୟର୍ନ୍ତ କେଶ ରଖିଥିବା ଏହି ଯୁବକ ଦିନେ ଭାରତୀୟ କ୍ରିକେଟର ଦିଗ ବଦଳାଇଦେବ।

dho2

ବର୍ଷ ୨୦୦୪ରେ ଧୋନୀ ଓ୍ଵିକେଟ୍‌କିପର ଏବଂ ବ୍ୟାଟ୍ସମ୍ୟାନ୍‌ ଭାବେ ଟିମ୍‌ ଇଣ୍ଡିଆରେ ଏଣ୍ଟ୍ରି କରିଥିଲେ। ଏହା ପରଠାରୁ ସେ କେବେ ବି ପଛକୁ ବୁଲି ଚାହିଁ ନ ଥିଲେ। ଆଉ ଭାରତୀୟ କ୍ରିକେଟ୍‌ର ଫ୍ୟାନ୍‌ମାନଙ୍କର ସବୁ ସ୍ୱପ୍ନକୁ ଧୋନୀ ନିଜର ଦକ୍ଷତା ବଳରେ ସାକାର କରିପାରିଥିଲେ।

ଏବେ ସୋସିଆଲ ମିଡିଆରେ #15YearsOfDhonism ଟ୍ରେଣ୍ଡ କରୁଛି। ହ୍ୟାସ୍‌ଟ୍ୟାଗ୍‌ରୁ ସ୍ପଷ୍ଟ ଜଣାପଡ଼ୁଛି, ମହେନ୍ଦ୍ର ସିଂ ଧୋନୀଙ୍କୁ ଭାରତୀୟ କ୍ରିକେଟ୍‌ ଟିମ୍‌ ପାଇଁ ଖେଳିବାରେ ୧୫ ବର୍ଷ ପୂରଣ ହୋଇଛି। ଏବେ ଟୁଇଟରରେ ଏହି ହ୍ୟାସ୍‌ଟ୍ୟାଗ୍‌ ସହ ଧୋନୀଙ୍କ ଫ୍ୟାନ୍‌ମାନେ ତାଙ୍କ ୧୫ ବର୍ଷର ଯାତ୍ରାକୁ ମନେ ପକାଉଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.