Below header

12th ଫେଲ୍‌ ଆଗରେ ଫିକା ପଡ଼ିଲା ବଲିଉଡର ଅନେକ ଫିଲ୍ମ, ଜାଣନ୍ତୁ କ‘ଣ କହିଲେ କଙ୍ଗନା

୨୦୨୩ରେ ରିଲିଜ୍‌ ହୋଇଥିବା ବିକ୍ରାନ୍ତ ମାସେଙ୍କ ଫିଲ୍ମ ‘12th ଫେଲ୍‌’ ହଟ୍‌ଷ୍ଟାରରେ ଏବଂ OTT ପ୍ଲାଟଫର୍ମରେ ବହୁତ ଭଲ ରୋଜଗାର କରିଛି । ଏହି ଫିଲ୍ମରେ ବିକ୍ରାନ୍ତ ମାସେଙ୍କ ଅଭିନୟକୁ ଅନେକ ସେଲିବ୍ରେଟ୍ ପ୍ରଶଂସା କରିଥିବାବେଳେ କଙ୍ଗନା ରାନାୱତ ମଧ୍ୟ ଫିଲ୍ମ ‘12th ଫେଲ୍‌’ ଏବଂ ବିକ୍ରାନ୍ତଙ୍କ ଅଭିନୟକୁ ପ୍ରଶଂସା କରିଛନ୍ତି ।

୨୦୨୩ରେ ରିଲିଜ୍‌ ହୋଇଥିବା ବିକ୍ରାନ୍ତ ମାସେଙ୍କ ଫିଲ୍ମ ‘12th ଫେଲ୍‌’ ହଟ୍‌ଷ୍ଟାରରେ ଏବଂ OTT ପ୍ଲାଟଫର୍ମରେ ବହୁତ ଭଲ ରୋଜଗାର କରିଛି । ଏହି ଫିଲ୍ମରେ ବିକ୍ରାନ୍ତ ମାସେଙ୍କ ଅଭିନୟକୁ ଅନେକ ସେଲିବ୍ରେଟ୍ ପ୍ରଶଂସା କରିଥିବାବେଳେ କଙ୍ଗନା ରାନାୱତ ମଧ୍ୟ ଫିଲ୍ମ ‘12th ଫେଲ୍‌’ ଏବଂ ବିକ୍ରାନ୍ତଙ୍କ ଅଭିନୟକୁ ପ୍ରଶଂସା କରିଛନ୍ତି । କେବଳ ଏତିକି ନୁହେଁ ଅଭିନେତ୍ରୀ ବିକ୍ରାନ୍ତଙ୍କୁ ସ୍ୱର୍ଗତ ଅଭିନେତା ଇରଫାନ ଖାନଙ୍କ ସହ ତୁଳନା କରିଛନ୍ତି । ଫିଲ୍ମ ‘12th ଫେଲ୍‌’ରେ ବିକ୍ରାନ୍ତ ମାସେଙ୍କ ଅଭିନୟକୁ ପ୍ରଶଂସା କରି କଙ୍ଗନା ତାଙ୍କ ଇନଷ୍ଟାଗ୍ରାମ ଷ୍ଟୋରିର ଏକ ପୋଷ୍ଟରେ ଲେଖିଛନ୍ତି,‘‘କି ଆଶ୍ଚର୍ଯ୍ୟଜନକ ଫିଲ୍ମ… ତେବେ କଙ୍ଗନା ଏହି ଫିଲ୍ମକୁ ନେଇ ଅନେକ ପ୍ରକାରର ମତ ଦେଇଛନ୍ତି ।

ଏହି ପରି ଭାବେ କଙ୍ଗନା ପୁଣି ଥରେ ଇନ୍‌ଷ୍ଟଗ୍ରାମରେ ଏକ ଷ୍ଟୋରି ପକାଇ ସେଥିରେ ଲେଖିଛନ୍ତି, ବିଦୁ ସାର୍ ପୁଣି ଥରେ ମୋର ହୃଦୟ ଜିତିଛନ୍ତି । ବିକ୍ରାନ୍ତ ମାସେ ମଧ୍ୟ ବହୁତ ଭଲ ଅଭିନୟ କରିଛନ୍ତି ! ଏହା ସହ କଙ୍ଗନା ଏପରି ମଧ୍ୟ କହିଛନ୍ତି ଯେ ବିକ୍ରାନ୍ତଙ୍କ ଆଗାମୀ ବର୍ଷରେ, ଇରଫାନ୍ ଖାନ୍ ସାହାବଙ୍କ ଅଭାବ ପୂରଣ କରିପାରନ୍ତି …ଏହା ସହ ଏପରି ମଧ୍ୟ କହିଛନ୍ତି ଯେ ବିକ୍ରାନ୍ତଙ୍କ ଅଭିନୟକୁ ନମସ୍କାର’’ । ତେବେ ଏହି ଫିଲ୍ମ ‘12th ଫେଲ୍‌’ ଗୋଟିଏ ସତ୍ୟ ଘଟଣା ଉପରେ ଆଧାରିତ ହୋଇଛି । ଯାହା ଲୋକଙ୍କ ମନକୁ ଖୁବ୍‌ ଛୁଇଁଛି । ଏହା ସହ ଏହି ଫିଲ୍ମ ମାଧ୍ୟମରେ ଲୋକମାନେ ଖୁବ୍‌ ପ୍ରଭାବିତ ହୋଇଛନ୍ତି । ତେବେ ଏହି ଫିଲ୍ମଟି ଏବେ ମଧ୍ୟ ବହୁତ ଚର୍ଚ୍ଚାରେ ରହିଛି ।

ସୂଚନା ମୁତାବକ, ଫିଲ୍ମ ‘12th ଫେଲ୍‌’ ବିଦୁ ବିନୋଦ ଚୋପ୍ରାଙ୍କ ଦ୍ୱାରା ନିର୍ଦ୍ଦେଶିତ ହୋଇଛି । ତେବେ ଏହା ଏକ କମ୍‌ ବଜେଟ୍‌ର ଫିଲ୍ମ । ଏହା ଶୁଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ଯେ ଏହି ଫିଲ୍ମ ୨୦ କୋଟି ଟଙ୍କା ବଜେଟରେ ପ୍ରସ୍ତୁତ କରାଯାଇଥିଲା । ଏହି ଫିଲ୍ମ ପୂରା ବିଶ୍ୱର ବକ୍ସ ଅଫିସରେ ୬୬ କୋଟି ଟଙ୍କା ରୋଜଗାର କରିଛି । ଏହା ସହ ଏହି ଫିଲ୍ମ ହଟ୍‌ଷ୍ଟାରରେ ଏବଂ OTT ପ୍ଲାଟଫର୍ମରେ ରିଲିଜ୍‌ ହୋଇଛି । ତେବେ ଫିଲ୍ମ ‘12th ଫେଲ୍‌’ହେଉଛି ଆଇପିଏସ୍‌ ଅଧିକାରୀ ମନୋଜ କୁମାରଙ୍କ ଜୀବନୀ ଉପରେ ଆଧାରିତ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.