Below header

ପୁରୀ ସିଂହଦ୍ୱାର ନିକଟରେ କାହିଁକି ପତିତପାବନ ବେଶରେ ଦର୍ଶନ ଦେଉଛନ୍ତି ଶ୍ରୀ ଜଗନ୍ନାଥ

ରାତିରେ ପ୍ରଭୁ ଜଗନ୍ନାଥଙ୍କ ପହଡ ପଡିବା ପରେ ସବୁ ଲୋକ ଶୋଇଗଲା ପରେ ଏବେ ବି ପ୍ରତ୍ୟେକ ଦିନ ଜଗନ୍ନାଥ ଆସନ୍ତି ସିଂହଦ୍ୱାରକୁ । ଏବେବି ପୁରୀ ପଣ୍ଡା ଯେତେବେଳେ ସକାଳୁ ଜଗନ୍ନାଥଙ୍କ ଦ୍ୱାର ଖୋଲନ୍ତି ରତ୍ନବେଦିରେ ଫୁଲ ଏବଂ ଠାକୁରଙ୍କ ଅଳଙ୍କାର ଅସଜଡା ହୋଇ ପଡିଥାଏ ।

ପୁରୀ ଶ୍ରୀମନ୍ଦିର ଭିତରେ ପଶୁ ପଶୁ କାହିଁକି ଏଇ ଛୋଟ ଘରେ ରୁହନ୍ତି ପ୍ରଭୁ ଜଗନ୍ନାଥ । ରାତିରେ ପ୍ରଭୁ ଜଗନ୍ନାଥଙ୍କ ପହଡ ପଡିବା ପରେ ସବୁ ଲୋକ ଶୋଇଗଲା ପରେ ଏବେ ବି ପ୍ରତ୍ୟେକ ଦିନ ଜଗନ୍ନାଥ ଆସନ୍ତି ସିଂହଦ୍ୱାରକୁ । ଏବେବି ପୁରୀ ପଣ୍ଡା ଯେତେବେଳେ ସକାଳୁ ଜଗନ୍ନାଥଙ୍କ ଦ୍ୱାର ଖୋଲନ୍ତି ରତ୍ନବେଦିରେ ଫୁଲ ଏବଂ ଠାକୁରଙ୍କ ଅଳଙ୍କାର ଅସଜଡା ହୋଇ ପଡିଥାଏ । ସତ ଜାଣିଲେ ଆପଣଙ୍କ ପାଦତଳୁ ମାଟି ଖସିଯିବ । ଦେହର ଲୋମ ମଧ୍ୟ ଟାଙ୍କୁରୀ ଉଠିବ । ସେଥିପାଇଁ ଆମର ଏ ଭିଡିଓକୁ ସମ୍ପୂର୍ଣ୍ଣ ଦେଖନ୍ତୁ । ସେ ହେଉଛନ୍ତି ପତିତପାବନ ଜଗନ୍ନାଥ । କିନ୍ତୁ ପ୍ରଭୁ ଜଗନ୍ନାଥ ତ ମନ୍ଦିର ଭିତରେ ଅଛନ୍ତି ପୁଣି ବାହାରେ କାହିଁକି ପ୍ରଭୁ ଜଗନ୍ନାଥ ଅଛନ୍ତି । କାହା ପାଇଁ ସେ ବାହାରକୁ ଆସିଛନ୍ତି, କାହା ପାଇଁ ସେ ବାହାରେ ବସିଛନ୍ତି । କାହିଁକି ତାଙ୍କ ନାମ ପତିତପାବନ ପ୍ରଭୁ ଜଗନ୍ନାଥ ହେଲା । ଆସନ୍ତୁ ଆଉ ଡେରି ନକରି ଜାଣିବା ମହାପ୍ରଭୁ ଜଗନ୍ନାଥଙ୍କ ଆଲୌକିକ ଘଟଣା ।

ମଧ୍ୟ କାଳୀନ ଭାରତରେ ସେତେବେଳେ ମୁସଲିମ୍‌ ରାଜା ମାନଙ୍କର ଆତଙ୍କ ଚରମ ସୀମାରେ ଥିଲା । ସେମାନେ ହିନ୍ଦୁ ମନ୍ଦିର ଭାଙ୍ଗିବା, ମନ୍ଦିର ସମ୍ପତ୍ତି ଲୁଟିବା, ହିନ୍ଦୁ ସ୍ତ୍ରୀ ମାନଙ୍କୁ ଜୋର ଜବରଦସ୍ତ ବିବାହ କରିବା, ଏହା ଥିଲା ତାଙ୍କର ମୁଖ୍ୟ କାମ ଥିଲା । ତେଣୁ ବହୁତ ହିନ୍ଦୁ ରାଜା ବାଧ୍ୟ ହୋଇ ତାଙ୍କର ଧର୍ମକୁ ପରିବର୍ତ୍ତନ କରୁଥିଲେ । ନଚେତ୍‌ ତାଙ୍କ ଅଧିନରେ କାର୍ଯ୍ୟ କରୁଥିଲେ । ଏହି ସମୟରେ ମୁସଲିମ୍‌ ରାଜା ମାନେ ପ୍ରତ୍ୟେକ ଯାଗାରେ ତାଙ୍କର ସୁବେଦାର ମାନଙ୍କୁ ନିଯୁକ୍ତି କରୁଥିଲେ । ସେମାନେ ସେହି ରାଜ୍ୟରେ ମନ ଇଚ୍ଛା କର ଆଦାୟ କରୁଥିଲେ । ଏବଂ ଲୋକଙ୍କ ଉପରେ ଅତ୍ୟାଚାର ମଧ୍ୟ କରୁଥିଲେ । ତାଙ୍କର ଲକ୍ଷ୍ୟ ଥିଲା କେବଳ ମୋଗଲ ସାମ୍ରାଜ୍ୟ ବହୁତ କର ଆଦାୟ କରୁ । ଏହିପରି ଅତ୍ୟାଚାରର ଶିକାର ହେଉଥିଲେ ଓଡିଶାର ରାଜା ରାମଚନ୍ଦ୍ର ଦେବ । ସେ ମଧ୍ୟ ସେତେବେଳେ ବାଧ୍ୟ ହୋଇ ମୋଗଲ ସାମ୍ରାଜ୍ୟ ଅଧିନରେ କାମ କରୁଥିଲେ । ତାଙ୍କର ରାଜ୍ୟ ପୁରୀ ପାଖ ଖୋର୍ଦ୍ଧାରେ ଥିଲା । ତାଙ୍କର ରାଜ୍ୟର ସୁବେଦାର ଥିଲେ ତପକି ଖାନ୍‌ । ସେ ହିନ୍ଦୁ ମାନଙ୍କର ପ୍ରବଳ ବିରୋଧ କରୁଥିଲେ । ସେ ଚାହୁଁଥିଲେ କିପରି ହିନ୍ଦୁ ମନ୍ଦିରକୁ ଭାଙ୍ଗି ଦିଆଯିବ । କିପରି ହିନ୍ଦୁ ମାନଙ୍କର ଧର୍ମ ପରିବର୍ତ୍ତନ କରାଯିବ । ଆଉ କିପରି ରାଜ୍ୟରୁ ପ୍ରଚର କର ଆଦାୟ ହେବ । ତାଙ୍କର ଅତ୍ୟାଚାର ଦିନକୁ ଦିନ ବଢ଼ି ଚାଲୁଥାଏ । ରାଜା ରାମଚନ୍ଦ୍ର ଏହାକୁ ଜମାରୁ ବି ସହ୍ୟ କରିପାରିଲେନାହିଁ । ନିଜ ରାଜ୍ୟର ପ୍ରଜା ମାନଙ୍କୁ ଏପରି କଷ୍ଟରେ ଦେଖି ସେ ତପକି ଖାନଙ୍କ ବିପକ୍ଷରେ ଯୁଦ୍ଧର ଘୋଷଣା କଲେ । କିନ୍ତୁ ଦୁର୍ଭାଗ୍ୟବସତଃ ରାଜାଙ୍କର ଏହି ଯୁଦ୍ଧରେ ପରାଜୟ ହେଲା ।

ପରାଜୟ ପରେ ତାଙ୍କୁ ସୁବେଦର ଖାନ୍‌ କଟକରେ ବନ୍ଦୀ କରି ରଖାଗଲା । ରାଜା ରାମଚନ୍ଦ୍ର ପ୍ରଭୁ ଜଗନ୍ନାଥଙ୍କର ବହୁତ ବଡ ଭକ୍ତ ଥିଲେ । ସେ ପ୍ରତ୍ୟେକ ଦିନ ପ୍ରଭୁ ଜଗନ୍ନାଥଙ୍କ ଦର୍ଶନ ପାଇଁ ପୁରୀ ମଧ୍ୟ ଯାଉଥିଲେ । କିନ୍ତୁ କାରାଗାରରେ ନା ସେ ଜଗନ୍ନାଥଙ୍କୁ ଦେଖିପାରୁଥିଲେ ନା ତାଙ୍କ ରାଜ୍ୟର କିଛି ଖବର ଜାଣି ପାରୁଥିଲେ । ସେ ବହୁତ ଚିନ୍ତିତ ଥିଲେ କାରଣ ସେ ଜାଣିଥିଲେ ତପକି ଖାନ୍‌ ନିଶ୍ଚିତ ଭାବେ ଜଗନ୍ନାଥ ମନ୍ଦିରରେ ଆକ୍ରମଣ କରିବ । ଏବଂ ପ୍ରଭୁ ଜଗନ୍ନାଥ, ବଳଭଦ୍ର ସ ମା ସୁଭଦ୍ରାଙ୍କୁ କ୍ଷତି ପହଁଚାଇବାକୁ ଚେଷ୍ଟା କରିବ । ତେଣୁ ସେ ଚିନ୍ତାରେ ଦିନ କାଟୁଥିଲେ । ତେବେ ଏହାରି ଭିଯତରେ ତପକି ଖାନର ଏକ ପ୍ରସ୍ତାବ ଆସିଲା ରାଜାଙ୍କ ପାଖକୁ । ଯଦି ସେ ତପକି ଖାନର ଭଉଣୀ ରଜିଆକୁ ବିବାହ କରିବେ ତେବେ ସେ ତାଙ୍କୁ ସବୁଦିନ ପାଇଁ ବନ୍ଦୀରୁ ମୁକ୍ତି ଦେଇଦେବେ । ରଜିଆର ମାଆ ଜଣେ ହିନ୍ଦୁ ସ୍ତ୍ରୀ ଥିଲେ, ଯାହାକୁ ଏ ମୁସଲମାନ ମାନେ ବଳପୂର୍ବକ ବିବାହ କରିଥିଲେ । ତେଣୁ ରଜିଆ ମଧ୍ୟ ପ୍ରଭୁ ଜଗନ୍ନାଥଙ୍କର ପରମ ଭକ୍ତ ଥିଲେ । ତେଣୁ ରଜିଆ ଏହା ଜାଣି ରାଜା ରାମଚନ୍ଦ୍ରଙ୍କ ପାଖକୁ ବନ୍ଦୀଗୃହକୁ ଗଲେ ।

ତାଙ୍କୁ ଦେଖାକରି ସେ ରାଜାଙ୍କ ଅନୁରୋଧ କଲେ ଯେ ସେ ତାଙ୍କୁ ବିବାହ କରନ୍ତୁ । ଯାହାଦ୍ୱାରା ସେ ବନ୍ଦୀରୁ ମୁକ୍ତ ହୋଇ ବାଙ୍କୀରେ ରହିପାରିବେ । ଆଉ ପ୍ରଭୁ ଜଗନ୍ନାଥଙ୍କୁ ପୁରୀରେ ସୁରକ୍ଷା ମଧ୍ୟ ଦେଇପାରିବେ । ନହେଲେ ଏମାନେ ମନ୍ଦିରକୁ ଲୁଟିନେଇଯିବେ । ପ୍ରଥମେ ତ ରାଜା ଏ ପ୍ରସ୍ତାବରେ ରାଜି ନଥିଲେ । କାରଣ ରଜିଆକୁ ବିବାହ କରିବା ମାନେ ତାଙ୍କର ଧର୍ମକୁ ପରିବର୍ତ୍ତନ କରିବା । ଆଉ ପ୍ରଭୁ ଜଗନ୍ନାଥଙ୍କ ପାଖରୁ ସବୁଦିନ ପାଇଁ ଦୂରେଇ ରହିବା । ତେଣୁ ସେ ଏହି ପ୍ରସ୍ତାବକୁ ମନା କରିଦେଲେ । ସେ କହିଲେ ଯଦି ମୁଁ ତୁମକୁ ସ୍ପର୍ଷ ମଧ୍ୟ କରିବି ତେବେ ମୁଁ ପତିତ ବୋଲି ଧରାଯିବି । ମୋ ରାଜ୍ୟବାସୀ ମୋର ତିରସ୍କାର କରିବେ । ମୋର ଧର୍ମ ପରିବର୍ତ୍ତନ ହୋଇଯିବ । ତେଣୁ ମୁଁ ତୁମକୁ ବାହା ହେଇପାରିବିନି । ମୁଁ ଏହି ବିବାହରେ ଜମା ବି ରାଜି ନୁହେଁ । ଏହାପରେ ରଜିଆ କହିଲେ ଦେଖନ୍ତୁ, ଆପଣଙ୍କୁ ଯଦି ଏପରି ଲାଗୁଛି ଆପଣ କେବଳ ମୋତେ ବିବାହ କରନ୍ତୁ । କିନ୍ତୁ ମୋତେ ସ୍ପର୍ଶ କରନ୍ତୁନାହିଁ । ମୁଁ କେବଳ ଆପଣଙ୍କୁ ମୋ ମନ ମଧ୍ୟରେ ସ୍ୱାମୀ ବୋଲି ଗ୍ରହଣ କରିବି । କିନ୍ତୁ ଆପଣ ପ୍ରଭୁ ଜଗନ୍ନାଥଙ୍କ ଉପରେ ଆସୁଥିବା ବିପଦକୁ ରୋକି ତ ପାରିବେ । ଏହା ଶୁଣି ରାଜା କେବଳ ପ୍ରଭୁ ଜଗନ୍ନାଥଙ୍କ ପାଇଁ ରଜିଆକୁ ବିବାହ କରିବାକୁ ରାଜି ହୋଇଯାଇଥିଲେ । ବିବାହ ପରେ ରାଜା ବନ୍ଦୀଗୃହରୁ ମୁକ୍ତି ହୋଇଗଲେ । ସେ ଖୋର୍ଦ୍ଧାକୁ ଚାଲି ଆସିଲେ । କିନ୍ତୁ ରଜିଆ ତାଙ୍କ ସହ ଆସିନଥିଲେ । ସେ କଟକରେ ରହିଗଲେ ।

ରାଜା ସବୁ ସପ୍ତାହରେ ତାଙ୍କୁ ଦେଖା କରିବାକୁ କଟକ ଯାଆନ୍ତି । ଯେବେ ରାଜ୍ୟବାସୀ ଜାଣିଲେ ରାଜା ତାଙ୍କର ଜଣେ ମୁସଲମାନ ଝିଅକୁ ବିବାହ କରିଛନ୍ତି ସେତେବେଳେ ସେ ବହୁତ ଦୁଃଖିତ ହୋଇଗଲେ । ଜଗନ୍ନାଥ ମନ୍ଦିରର ସବୁ ପୂଜାରୀ ମଧ୍ୟ ତାଙ୍କ ଉପରେ ରାଗିଗଲେ । ରାଜା ମୁସଲିମ ଝିଅଙ୍କୁ ବିବାହ କରି ଥିବାରୁ ମୁସଲମାନ ହୋଇଗଲେ । ତେଣୁ ତାଙ୍କୁ ଜଗନ୍ନାଥ ମନ୍ଦିର ଭିତରକୁ ପ୍ରବେଶ କରିବାକୁ ବାରଣ କରାଗଲା । ହିନ୍ଦୁ ରାଣୀ ମାନେ ମଧ୍ୟ ତାଙ୍କୁ ଛାଡି ଚାଲିଗଲେ । ମହଲରେ ରାଜା ପୂରା ଏକୁଟିଆ ହୋଇଗଲେ। କିନ୍ତୁ ପୂଜାରୀ ମାନେ ଏହା ଜାଣିପାରୁନଥିଲେ ଯେ ରାଜା ପ୍ରଭୁ ଜଗନ୍ନାଥଙ୍କର ଏତେ ବଡ ଭକ୍ତ ଥିଲେ ବୋଲି । ତେବେ ସେ କିପରି ନିଜ ଧର୍ମକୁ ପରିବର୍ତ୍ତନ କରିଦେଲେ, ସେମାନେ ରାଜାଙ୍କ ଠାରୁ ପ୍ରଭୁ ଜଗନ୍ନାଥ ମନ୍ଦିରର ସମସ୍ତ ଅଧିକାର ମଧ୍ୟ ଛଡାଇନେଲେ । ଯେପରିକି ରଥଯାତ୍ରାରେ ଛେରା ପହଁରା କରିବା । ଏକାଦଶୀରେ ମନ୍ଦିର ଭିତରେ ଦୀପ ଲଗାଇବା, ପ୍ରଭୁଙ୍କର ପ୍ରସାଦ ଏବଂ ତୁଳସୀ ମାଳା ପ୍ରାପ୍ତ କରିବା । ରାଜା ଯେହେତୁ ତପକି ଖାନ୍‌ ଭଉଣୀକୁ ବିବାହ କରିଥିଲେ ତେଣୁ ତପକି ଖାନ୍‌ ଜଗନ୍ନାଥ ମନ୍ଦିର ଉପରେ ଆଉ ଆକ୍ରମଣ କରୁନଥିଲେ । ମନ୍ଦିର ବି ପୂର୍ବ ଭଳି ସୁରୁଖୁରରେ ଚାଲୁ ରହିଲା । କିନ୍ତୁ ଭକ୍ତ ବିନା ଭଗବାନ କେମିତି ରହିପାରିବେ। ଏବଂ ଭଗବାନଙ୍କ ବିନା ଭକ୍ତ କେମିତି ବା ରହିପାରିବ । ଏହିସବୁ ହେବା ପରେ ରାଜାଙ୍କର ଜଗନ୍ନାଥଙ୍କ ପ୍ରତି ଭଲ ପାଇବା ଏବଂ ଅପାର ଭକ୍ତି ଜମା ବି କମିନଥିଲା । ତେଣୁ ସେ ଦିନବେଳା ତ ଜଗନ୍ନାଥ ମନ୍ଦିର ଯାଇପାରୁନଥିଲେ ସେଥିପାଇଁ ରାତ୍ରି ସମୟରେ ସମସ୍ତେ ଶୋଇସାରିବା ପରେ ସିଂହଦ୍ୱାର ବନ୍ଦ ହୋଇଯାଏ । ସେତେବେଳେ ସିଂହଦ୍ୱାର ଦୁଆର ପାଖକୁ ଯାଇ ରାଜା ରାମଚନ୍ଦ୍ର ବହୁତ ଜୋରରେ ସବୁଦିନ କାନ୍ଦନ୍ତି । ଆଉ ପ୍ରଭୁଙ୍କୁ କୁହନ୍ତି ହେ ପ୍ରଭୁ ଜଗନ୍ନାଥ, ଆପଣ ତ ସର୍ବଜ୍ଞ ଅଟନ୍ତି, ଆପଣ ତ ଜାଣିଛନ୍ତି ମୁଁ ମୋ ଧର୍ମକୁ କଣ ପାଇଁ ପରିବର୍ତ୍ତନ କଲି । ହେ କାଳିଆ ଠାକୁର କେବଳ ଥରେ ମୋତେ ଆପଣଙ୍କ ଦର୍ଶନ କରିବାକୁ ସୁଯୋଗ ଦିଅନ୍ତୁ । ଏମିତି ଭାବେ ପ୍ରତ୍ୟେକ ଦିନ ରାଜା ସିଂହଦ୍ୱାର ସମ୍ମୁଖକୁ ଆସନ୍ତି ଆଉ ଜୋର ଜୋରରେ ପାଟି କରି କାନ୍ଦନ୍ତି । ଆଉ ପ୍ରଭୁଙ୍କୁ ନିଜ ଦୁଃଖ ମଧ୍ୟ ଜଣାନ୍ତି । ନିଜ ଭକ୍ତର ଏ ଦୁଃଖ ଦେଖି ପ୍ରଭୁ ଜଗନ୍ନାଥ କିପରି ସାନ୍ତିରେ ଶୋଇପାରିବେ ଆଜ୍ଞା । ତେଣୁ ରାଜାଙ୍କର ଭାବ ବିହ୍ଵଳ କାନ୍ଦ ଓ ପ୍ରାର୍ଥନା ସେ ଶୁଣିଲେ । ଆଉ ନିଜର ସିଂହାସନରୁ ଉଠି ସିଂହଦ୍ୱାର ନିକଟକୁ ଆସିଗଲେ ।

ନିଜର ଆରାଧ୍ୟ ଦେବତା ପ୍ରଭୁ ଜଗନ୍ନାଥଙ୍କୁ ଦେଖି ତାଙ୍କ ଆଖିରୁ ଖୁସିର ଲୁହ ମଧ୍ୟ ବୋହି ଚାଲିଲା । ଭକ୍ତ ନିଜ ଭଗବାନଙ୍କୁ ଆଉ ଭଗବାନ ନିଜ ଭକ୍ତକୁ ଦେଖି ପୁଣି ଫେରିଗଲେ । ଆଉ ଏହିଭଳି ପ୍ରତ୍ୟେକ ଦିନ ହେଲା । ଭକ୍ତ ଆଉ ଭଗବାନ ରାତ୍ରିର ଅନ୍ଧକାରରେ ପରଷ୍ପରକୁ ଦେଖାକରନ୍ତି । ଏଠାକାର ପୂଜାରୀମାନେ ଚିନ୍ତିତ ମଧ୍ୟ ହୋଇଗଲେ, କାରଣ ସବୁଦିନ ଯେତେବେଳେ ପୂଜାରୀ ଗର୍ଭଗୃହର କବାଟ ଖୋଲନ୍ତି ଠାକୁରଙ୍କ ଅଳଙ୍କାର, ପୁଷ୍ପ ଏପଟ ସେପଟ ହୋଇ ପଡିଥାଏ । ସିଂହଦ୍ୱାରରୁ ରତ୍ନସିଂହାସନ ଯାଏଁ ପୁଷ୍ପ ଖେଳାଇ ହୋଇ ପଡିଥାଏ । କିଛି ତ ଚମତ୍କାର ହେଉଛି । କିନ୍ତୁ କଣ ହେଉଛି ସେମାନେ ଏହା ଜାଣିପାରୁନଥିଲେ । ତେଣୁ ପ୍ରଭୁ ଜଗନ୍ନାଥଙ୍କର ମୁଖ୍ୟ ପୂଜାରୀ ନ ଖାଇ ନପିଇ ଜଗନ୍ନାଥଙ୍କ ସମ୍ମୁଖରେ ମଉନ ବ୍ରତରେ ବସିଲେ । ସେ ଭାବିଲେ ପ୍ରଭୁ ଜଗନ୍ନାଥ କାଳେ ତାଙ୍କୁ କିଛି ସଂଦେଶ ପଠାଇବେ । ସେହି ଦିନ ରାତ୍ରିରେ ପ୍ରଭୁ ଜଗନ୍ନାଥ ପୂଜାରୀଙ୍କ ସ୍ୱପ୍ନରେ ଆସିଲେ ଆଉ କହିଲେ ରାଜା ରାମଚନ୍ଦ୍ର ଦେବ ମୋର ପରମ ଭକ୍ତ ଅଟେ । ମୋ ମନ୍ଦିରକୁ ସୁରକ୍ଷା ଦେବା ପାଇଁ ସେ ଜଣେ ମୁସଲିମ କନ୍ୟାଙ୍କୁ ବିବାହ କରିଛନ୍ତି । କିନ୍ତୁ ଆଜି ମଧ୍ୟ ସେ ମୋର ଦର୍ଶନ ବିନା ରହିପାରୁନାହାଁନ୍ତି । ତେଣୁ ପ୍ରତ୍ୟେକ ଦିନ ସିଂହଦ୍ୱାର ସମ୍ମୁଖକୁ ଆସି ଜୋର ଜୋର କାନ୍ଦୁଛି ଆଉ ମୋତେ ଡାକ ପକାଉଛି ।

ଏହିପରି ନିଷ୍ପାପ ଭକ୍ତ ଠାରୁ ମୁଁ କିପରି ଦୁରରେ ରହିପାରିବି ତେଣୁ ମୁଁ ମଧ୍ୟ ପ୍ରତ୍ୟେକ ଦିନ ସିଂହଦ୍ୱାର ନିକଟକୁ ତାକୁ ଦେଖା କରିବାକୁ ଯାଉଛି । ତୁମେ ଏକ କାମ କର ସିଂହଦ୍ୱାର ସମ୍ମୁଖରେ ଏକ ଛୋଟ ଗୃହରେ ମୋର ବିଗ୍ରହ ସ୍ଥାପନା କର । ଯାହାଦ୍ୱାରା ରାଜା ରାମଚନ୍ଦ୍ର ପ୍ରତ୍ୟେକ ଦିନ ମୋତେ ଦର୍ଶନ କରିପାରିବେ । ଏହା କହି ପ୍ରଭୁ ଜଗନ୍ନାଥ ଅଦୃଶ୍ୟ ହୋଇଗଲେ । ସମସ୍ତେ ଏହା ବୁଝିପାରିଲେ ଯେ ରାଜା ରାମଚନ୍ଦ୍ର କେବଳ ପ୍ରଭୁ ଜଗନ୍ନାଥଙ୍କୁ ରକ୍ଷା କରିବା ପାଇଁ ଏତେ ବଡ ନିଷ୍ପତ୍ତି ନେଇଛନ୍ତି । ପ୍ରଭୁଙ୍କର ଆଦେଶ ଅନୁସାରେ ମନ୍ଦିରର ଡାହାଣ ପାଖରେ ଏକ ଛୋଟ ଗୃହରେ ପ୍ରଭୁ ଜଗନ୍ନାଥଙ୍କୁ ସେହି ଦିନ ଠାରୁ ସ୍ଥାପିତ ମଧ୍ୟ କରାଗଲା । ରାଜା ରାମଚନ୍ଦ୍ର ଦେବ ଜଣେ ମୁସଲମାନ ଥିଲେ, ପତିତ ଥିଲେ ସେଥିପାଇଁ ପ୍ରଭୁ ଜଗନ୍ନାଥ ବାହାରକୁ ଆସିଲେ । ପତିତରୁ ତାଙ୍କୁ ଉଦ୍ଧାର କରିବା ପାଇଁ । ତେଣୁ ଏଥିପାଇଁ ତାଙ୍କୁ ପତିତପାବନ ବୋଲି କୁହାଯାଏ ଆଜ୍ଞା । ଏହିପରି ଆଜି ମଧ୍ୟ ଡାହାଣ ପାର୍ଶ୍ୱରେ ପ୍ରଭୁ ଜଗନ୍ନାଥ ସେହି ଭକ୍ତ ମାନଙ୍କୁ ଦର୍ଶନ ଦିଅନ୍ତି ଯେଉଁମାନେ ମନ୍ଦିର ଭିତରକୁ ପ୍ରବେଶ କରନ୍ତି ନାହିଁ । ତେବେ ଦର୍ଶକବନ୍ଧୁ ଇଏ ଥିଲା ମହାପ୍ରଭୁ ଜଗନ୍ନାଥଙ୍କର ଅଲୌକିକ କାହାଣୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.