ବାଜି ମାରିଲେ କଙ୍ଗନା,ନୋଟି ବିନୋଦିନୀଙ୍କ ବାୟୋପିକରେ ଆସିବେ ନଜର

ଏକ ବଡ ପ୍ରୋଜେକ୍ଟ ପାଇଁ ଘୋଷଣା କରିଛନ୍ତି କଙ୍ଗନା ରାଣାଓ୍ଵତ। ଅନ୍ୟତମ ବଙ୍ଗଳା ଥିଏଟର ସୁପର୍ଷ୍ଟାର୍ ନୋଟି ବିନୋଦିନୀଙ୍କ ବାୟୋପିକ୍ ସେ ସାଇନ୍ କରିଛନ୍ତି । ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଦିବଂଗତ ଇନ୍ଦିରା ଗାନ୍ଧିଙ୍କ ବାୟୋପିକ୍ ‘ଏମର୍ଜେନ୍ସି’ର ମୁକ୍ତିଲାଭକୁ ଅପେକ୍ଷା କରିଛନ୍ତି ବଲିଉଡ୍ କୁଇନ୍ କଙ୍ଗନା ରଣାୱତ୍ । ଏଥିରେ ସେ ଇନ୍ଦିରା ଗାନ୍ଧିଙ୍କ ଭୂମିକା ଅଭିନୟ କରିଛନ୍ତି । ବର୍ତ୍ତମାନ ଆଉ ଏକ ବଡ଼ ପ୍ରୋଜେକ୍ଟ ସେ ଘୋଷଣା କରିଛନ୍ତି ।

notiଫିଲ୍ମର ନିର୍ଦ୍ଦେଶନା ଦାୟିତ୍ୱ ନିର୍ବାହ କରିବେ ପରିଣୀତି ଫେମ୍ ପ୍ରଦୀପ ସରକାର । ଫିଲ୍ମର କାହାଣୀ ଲେଖିଛନ୍ତି ପ୍ରକାଶ କାପାଡ଼ିଆ । ଏହି ପ୍ରୋଜେକ୍ଟକୁ ନେଇ ଉତ୍ସାହିତ କଙ୍ଗନା ନିର୍ଦ୍ଦେଶକ ପ୍ରଦୀପ ସରକାରଙ୍କର ଜଣେ ବଡ଼ ଫ୍ୟାନ୍ ବୋଲି କହିଛନ୍ତି । ସେଥିପାଇଁ ଏହି ସୁଯୋଗ ପାଇ ସେ ବହୁତ ଖୁସି ବୋଲି କହିଛନ୍ତି ସେ ।

‘ଏମର୍ଜେନ୍ସି’ର ସୁଟିଂ ଶେଷ କରି ଆସନ୍ତା ବର୍ଷ ପ୍ରାରମ୍ଭରେ ସେ ନୂଆ ଫିଲ୍ମର ସୁଟିଂ ଆରମ୍ଭ କରିପାରନ୍ତି । ରାଜନୈତିକ ଡ୍ରାମା ଫିଲ୍ମ ‘ଏମର୍ଜେନ୍ସି’ରେ ଅଭିନୟ ସାଙ୍ଗକୁ ନିର୍ଦ୍ଦେଶନା ଦାୟିତ୍ୱ ମଧ୍ୟ କଙ୍ଗନା ନିଜେ ନିର୍ବାହ କରିଛନ୍ତି । ତାଙ୍କ ଅପ୍କମିଙ୍ଗ ପ୍ରୋଜେକ୍ଟରେ ଅଛି ମିଲିଟାରୀ ଡ୍ରାମା ‘ତେଜସ୍’ ଓ ପୌରାଣିକ ଫିଲ୍ମ ‘ସୀତା’ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.