Below header

ଉପେନ୍ଦ୍ର ସାରଙ୍କ ନିଆରା ପାଠପଢା ଷ୍ଟାଇଲ, ନାଚ ଗୀତ ମାଧ୍ୟମରେ ପିଲାଙ୍କର କରୁଛନ୍ତି ବୌଦ୍ଧିକ ବିକାଶ

ଯାଜପୁର ଟାଉନ (କେନ୍ୟୁଜ୍):ସରକାରୀ ସ୍କୁଲରେ ସାରଙ୍କ ନିଆରା ପାଠପଢ଼ା ଷ୍ଟାଇଲ୍ । ନୃତ୍ୟ ମାଧ୍ୟମରେ ପିଲାଙ୍କୁ ପଢ଼ାଉଛନ୍ତି ପାଠ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଯାଜପୁର ବ୍ଲକ ସିମିଳିଆ ପଞ୍ଚାୟତରେ ଥିବା ଦରାଜ୍ ପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ। ୧୭ ବର୍ଷ ହେବ ସ୍କୁଲ ରେ ଇଂରାଜୀ ଶିକ୍ଷକ ଭାବେ ଶିକ୍ଷା ସହାୟକ ଭାବେ ନିଯୁକ୍ତି ପାଇଥିବା ଉପେନ୍ଦ୍ର ଜେନା ସ୍କୁଲର ଛାତ୍ର ଛାତ୍ରୀ ମାନଙ୍କୁ ଭିନ୍ନ ଢଙ୍ଗରେ ଶିକ୍ଷା ଦାନ ଦେଉଛନ୍ତି ।ସେ ପୁଣି ନାଚ ଓ ଗୀତ ମାଧ୍ୟମ ରେ ।ଏଭଳି ଶୈଳୀରେ ଶିକ୍ଷା ଦାନ କରି ଏବେ ଚର୍ଚ୍ଚାରେ ।

ସେ କେବଳ ଜଣେ ଶିକ୍ଷକ ନୁହଁନ୍ତି ବରଂ ଜଣେ ଭଲ ମଞ୍ଚ କଳାକାର। ଆଉ ସେଇ ନାଟକୀୟ ଢଙ୍ଗରେ ନିଜ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କୁ ଶିକ୍ଷା ଦାନ ଦେଉଛନ୍ତି ଉପେନ୍ଦ୍ର। ଆଉ ଯାହାକୁ ନେଇ ଏବେ ଚର୍ଚ୍ଚାରେ ଇଂରାଜୀ ଶିକ୍ଷକ ଉପେନ୍ଦ୍ର ଜେନା।ଏଭଳି ଢଙ୍ଗରେ ଶିକ୍ଷାଦାନ ଦେବା ଘଟଣା କେବଳ ଆଜିର ନୁହେଁ ଦୀର୍ଘ ୧୭ ବର୍ଷ ହେବ ପ୍ରତ୍ୟେକ ଦିନ ଏଭଳି ଢଙ୍ଗରେ ଛାତ୍ର ଛାତ୍ରୀ ମାନଙ୍କୁ ଶିକ୍ଷା ଦାନ ଦେଇ ଆସୁଛନ୍ତି ଉପେନ୍ଦ୍ର ।ଯାହାକୁ ବେଶ ପସନ୍ଦ କରୁଛନ୍ତି ଛାତ୍ର ଛାତ୍ରୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.