Below header

ଟ୍ରକ ଚୋରି ର‍୍ୟାକେଟ୍‌ର ୮ ଅଭିଯୁକ୍ତ ଗିରଫ, ଟ୍ରକର ଯନ୍ତ୍ରାଂଶ ସହ ଚୋରି ଟ୍ରକ ଜବତ

ଯାଜପୁର(କେନ୍ୟୁଜ) : ଟ୍ରକ ଚୋରି ଘଟଣାରେ ସଂପୃକ୍ତ ୮ ଅଭିଯୁକ୍ତ ଗିରଫ। ଚୋରି ହୋଇଥିବା ଏକ ୧୦ ଚକିଆ ଟ୍ରକ, କଟାଯାଇଥିବା ଟ୍ରକର ବିଭିନ୍ନ ଯନ୍ତ୍ରାଂଶ , ଚୋରିରେ ବ୍ୟବହୃତ ଗୋଟିଏ କାର୍, ଗୋଟିଏ ବାଇକ୍ ଜବତ ହୋଇଛି । ତାସହ ୨ ଲକ୍ଷ ୩ ହଜାର ଟଙ୍କା ଓ ୭ଟି ମୋବାଇଲ୍ ଫୋନ୍ ଜବତ କରାଯାଇଛି ।

ଯାଜପୁର ଜିଲ୍ଲା ଧର୍ମଶାଳା, ଜେନାପୁର, କୁଆଖିଆ ଓ ଯାଜପୁର ଥାନା ଅଞ୍ଚଳରୁ ବିଭିନ୍ନ ସମୟରେ ଟ୍ରକ ଚୋରି ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା। ପୋଲିସ ଏନେଇ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲା । ଯାଜପୁର ଏସ୍ପିଙ୍କ ନିର୍ଦ୍ଦେଶକ୍ରମେ ଜେନାପୁର ଥାନା ଅଧିକାରୀ ଉମାକାନ୍ତ ନାୟକଙ୍କ ନେତୃତ୍ୱରେ ଏକ ଟିମ୍ ଗଠନ କରାଯାଇ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇଥିଲା ।

ଏହି ଟ୍ରକ ଚୋରି ଘଟଣାରେ ସଂପୃକ୍ତ ଧର୍ମଶାଳା ଥାନା ଅଞ୍ଚଳର ସତ୍ୟପ୍ରକାଶ ଡୋରା, ସତ୍ୟରଞ୍ଜନ ଡୋରା, ଦୀପକ ଦେହୁରୀ ଓ ଶ୍ରୀନିବାସ ଡୋରାଙ୍କୁ ପୋଲିସ ଗିରଫ କରିଛି। ଏମାନେ ବିଭିନ୍ନ ଅଞ୍ଚଳରୁ ଟ୍ରକ ଚୋରି କରି ପୁରୀ ଜିଲ୍ଲା ଗୋପ, ଅସ୍ତରଙ୍ଗ ଓ ବନମାଳିପୁର ଅଞ୍ଚଳରେ କବାଡ଼ିଆକୁ ବିକ୍ରି କରୁଥିଲେ ।

କବାଡ଼ିଆ ଟ୍ରକଗୁଡ଼ିକୁ କାଟି ତାର ଯନ୍ତ୍ରାଂଶ ଗୁଡ଼ିକୁ ବିକ୍ରି କରୁଥିଲା । ଏହି ଘଟଣାରେ ଚୋରାରେ କିଣୁଥିବା ୮ ଜଣ ଅଭିଯୁକ୍ତକୁ ଗିରଫ କରି ଆଜି କୋର୍ଟ ଚାଲାଣ କରାଯାଇଛି । ଆଜି କୁଆଖିଆ ଥାନାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଯାଜପୁର ରୋଡ୍ ଏସ୍ଡିପିଓ ସୂଚନା ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.