ଫିଲ୍ମ ‘ଥଲାଇବି’ରୁ ସାମ୍ନାକୁ ଆସିଲା କଙ୍ଗନାଙ୍କ ନୂଆ ଲୁକ୍‌, ଜୟଲଳିତା ଓ ତାଙ୍କ ଭିତରେ ଫରକ୍‌ ଖୋଜିବା ମୁସ୍କିଲ, ଦେଖନ୍ତୁ ଫଟୋ

ଯେବେଠାରୁ କଙ୍ଗନା ରାଣାଓ୍ଵତ୍‌ଙ୍କ ଆଗାମୀ ଫିଲ୍ମ ‘ଥଲାଇବି’ର ଘୋଷଣା ହୋଇଛି, ଫ୍ୟାନ୍‌ମାନେ ଏହାର ରିଲିଜ୍‌କୁ ଉତ୍ସାହର ସହ ଅପେକ୍ଷା କରିଛନ୍ତି। ଏଥିରେ କଙ୍ଗନା ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ଭୂମିକାରେ ନଜର ଆସିବେ।

ଏବେ ଫିଲ୍ମ ନିର୍ମାତା ଜୟଲଳିତାଙ୍କ ଜୟନ୍ତୀ ଅବସରରେ କଙ୍ଗନାଙ୍କ ନୂଆ ଲୁକ୍‌ ଜାରି କରିଛନ୍ତି। ଏଥିରେ ସେ ଅବିକଳ ଜୟଲଳିତାଙ୍କ ଭଳି ଦେଖାଯାଉଛନ୍ତି। ବ୍ଲାକ୍‌ ଆଣ୍ଡ ହ୍ଵାଇଟ୍‌ ବର୍ଡର ସହ ଧଳା ରଙ୍ଗର ଶାଢିରେ କଙ୍ଗନାଙ୍କର ଏହି ଲୁକ୍‌ ସେତେବେଳ ସମୟର, ଯେତେବେଳେ ଜୟଲଳିତା ରାଜନୀତିରେ ପ୍ରବେଶ କରିବାକୁ ପ୍ରସ୍ତୁତ ଥିଲେ। ଏହି ଫଟୋକୁ କଙ୍ଗନାଙ୍କ ଭଉଣୀ ରଙ୍ଗୋଲି ଚନ୍ଦେଲ ମଧ୍ୟ ନିଜ ଟୁଇଟର ଆକାଉଣ୍ଟରେ ଶେୟାର କରିଛନ୍ତି।

k2

ଏହା ପୂର୍ବରୁ କଙ୍ଗନା ଫିଲ୍ମରେ ଭାରତନାଟ୍ୟମ୍‌ କରୁଥିବାର ଏକ ଲୁକ୍‌ ସାମ୍ନାକୁ ଆସିଥିଲା, ଯାହାକି ଖୁବ୍‌ ଭାଇରାଲ ହୋଇଥିଲା। ଜୟଲଳିତାଙ୍କ ଭୂମିକାକୁ ନିଖୁଣ ଭାବେ କରିବା ପାଇଁ କଙ୍ଗନା ଭାରତନାଟ୍ୟମ୍‌ ଓ ତାମିଲ ଶିଖିଥିଲେ। ଏହାସହିତ ଲୁକ୍‌ ମ୍ୟାଚ୍‌ କରିବା ପାଇଁ ନିଜ ଓଜନ ବି ବଢ଼ାଇଥିଲେ। ତିନୋଟି ଭାଷା(ହିନ୍ଦୀ, ତାମିଲ, ତେଲୁଗୁ)ରେ ରିଲିଜ୍‌ ହେବାକୁ ଥିବା ଏହି ଫିଲ୍ମ ଜୁନ୍‌ ୨୬ରେ ପରଦାକୁ ଆସିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.