୩୫ ବର୍ଷୀୟ କନ୍ନଡ ଅଭିନେତା ସମ୍ପତ ଜେ ରାମଙ୍କ ପରଲୋକ, କାମ ନ ମିଳିବାରୁ ସୁଇସାଇଡ୍‌ କରିଥିବା ସନ୍ଦେହ

ଚାଲିଗଲା ଆଉ ଜଣେ କଳାକାରଙ୍କ ଜୀବନ । କରୋନା ପରେ କାମ ନ ମିଳିବାରୁ ଚାପଗ୍ରସ୍ତ ରହିଥିଲେ ସମ୍ପତ ଜେ ରାମ । ହୁଏତ ଏଥିପାଇଁ ଜୀବନ ହାରିଥାଇପାରନ୍ତି ବୋଲି ଅନୁମାନ କରାଯାଉଛି । ସମ୍ପତଙ୍କ ମୃତ୍ୟୁରେ କନ୍ନଡ ଇଣ୍ଡଷ୍ଟ୍ରୀରେ ଶୋକର ଛାୟା ଖେଳିଯାଇଛି ।

ଏଣ୍ଟରଟେନମେଣ୍ଟ ଦୁନିଆରୁ ପୁଣି ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ଲୋକପ୍ରିୟ କନ୍ନଡ ଟେଲି ଅଭିନେତା ସମ୍ପତ ଜେ ରାମଙ୍କ ପରଲୋକ ହୋଇଛି । ମାତ୍ର ୩୫ ବର୍ଷ ବୟସରେ ଜୀବନ ହାରିଛନ୍ତି ସମ୍ପତ । ସେ ଆତ୍ମହତ୍ୟା କରିଥିବା ଖବର ମିଳିଛି । ଅଭିନେତାଙ୍କ ମୃତ୍ୟୁରେ ସମଗ୍ର କନ୍ନଡ ଇଣ୍ଡଷ୍ଟ୍ରୀ ସ୍ତବ୍ଧ ହୋଇଛି ।

ଖବର ମୁତାବକ, ଏପ୍ରିଲ୍ ୨୨ରେ କନ୍ନଡ ଟିଭି ଇଣ୍ଡଷ୍ଟ୍ରିର ଜଣାଶୁଣା କଳାକାର ସମ୍ପତ ଜେ ରାମ ଆତ୍ମହତ୍ୟା କରିଥିଲେ। କର୍ଣ୍ଣାଟକର ନେଲମଙ୍ଗଲାସ୍ଥିତ ତାଙ୍କ ଘରେ ସମ୍ପତ ଜେ ରାମଙ୍କର ମୃତ୍ୟୁ ହୋଇଥିଲା । ତେବେ କରୋନା ପରେ ତାଙ୍କୁ କାମ ମିଳୁନଥିବାରୁ ତାଙ୍କ କ୍ୟାରିୟର ଧିମେଇ ଯାଇଥିଲା । ଫଳରେ ସେ ଚାପଗ୍ରସ୍ତ ହୋଇ ଏପରି କରିଥାଇପାରନ୍ତି ବୋଲି ଅନୁମାନ କରାଯାଉଛି । ତେବେ ଏପର୍ଯ୍ୟନ୍ତ ଏ ସମ୍ପର୍କରେ ସମ୍ପତ ଜେ ରାମଙ୍କ ପରିବାର ପକ୍ଷରୁ କୌଣସି ପ୍ରତିକ୍ରିୟା ଆସିନାହିଁ। ତେବେ ଏପର୍ଯ୍ୟନ୍ତ କୌଣସି ସଠିକ୍‌ ସୂଚନା ମିଳିନାହିଁ ।

ସମ୍ପତ ଜେ ରାମଙ୍କ ମୃତ୍ୟୁ କନ୍ନଡ ଇଣ୍ଡଷ୍ଟ୍ରୀରେ ଏକ ଝଟକା ଲାଗିଛି । ନିକଟରେ ଆକାଂକ୍ଷା ଦୁବେ, ସତୀଶ କୌଶିକଙ୍କ ଭଳି କଳାକାରଙ୍କ ଜୀବନ ଚାଲିଯାଇଛି । ତେବେ ପୁଣି ଏକ କଳାକାରଙ୍କ ଆତ୍ମହତ୍ୟା ଖବର ଶୁଣି ସମସ୍ତେ ଶୋକରେ ରହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.