Below header

ଫିନାଇଲ୍‌ ପିଇ ଅଭିନେତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ, ବିବାହ ପରେ ଘରେ ପଶିବାକୁ ଦେଉ ନ ଥିଲେ ଶାଶୁଘର ଲୋକେ

ବିଗ୍‌ ବସ୍‌ କନ୍ନଡର ପୂର୍ବ ପ୍ରତିଯୋଗୀ ଚୈତ୍ରା କୋଟୁର ଏପ୍ରିଲ ୮ରେ ଫିନାଇଲ୍‌ ପିଇ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଛନ୍ତି। ଚୈତ୍ରା ଏହି ସମୟରେ ନିଜ କୋଲାରସ୍ଥିତ ଘରେ ଏକୁଟିଆ ଥିଲେ। ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା। ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଠିକ୍‌ ଅଛି। ତେବେ ସେ ନିଜ ଶାଶୁଘର ଲୋକଙ୍କ ଉପରେ ଗୁରୁତର ଅଭିଯୋଗ ଆଣିଥିବା କୁହାଯାଉଛି।

ଖବର ମୁତାବକ, ଚୈତ୍ରା ଗତ ମାସରେ ବିଜ୍‌ନେସମ୍ୟାନ ନାଗାର୍ଜୁନଙ୍କୁ ବିବାହ କରିଥିଲେ। ମନ୍ଦିରରେ ସେମାନଙ୍କ ବିବାହ ବେଳର ଫଟୋ ମଧ୍ୟ ଖୁବ୍‌ ଭାଇରାଲ ହୋଇଥିଲା। ତେବେ ପୋଲିସର କହିବା ହେଲା, ଚୈତ୍ରା ନାଗାର୍ଜୁନଙ୍କ ସହିତ କିଛି ବର୍ଷ ରିଲେସନଶିପ୍‌ରେ ଥିଲେ। କିନ୍ତୁ ଶାଶୁଘର ଲୋକେ ଏହି ବିବାହକୁ ନେଇ ରାଜି ନ ଥିଲେ, ଯାହାଫଳରେ କି ସେମାନେ ଚୈତ୍ରାଙ୍କୁ ଘରେ ପଶିବାକୁ ଦେଉ ନ ଥିଲେ।

ଚୈତ୍ରାଙ୍କ ଅଭିଯୋଗ ମୁତାବକ, ନାଗାର୍ଜୁନଙ୍କ ଘରଲୋକେ ତାଙ୍କୁ ଗାଳିଗୁଲଜ କରୁଥିଲେ। ଏଥିସହିତ ଜୀବନରୁ ମାରିଦେବାକୁ ଧମକ ମଧ୍ୟ ଦେଉଥିଲେ। ଏବେ ଚୈତ୍ରାଙ୍କ ଆତ୍ମହତ୍ୟା ଉଦ୍ୟମ ପରେ ମାମଲା ଥାନାରେ ପହଞ୍ଚିଛି। ଏହି ମାମଲାରେ ପୋଲିସ ଉଭୟ ପରିବାର ଲୋକଙ୍କୁ ଥାନାକୁ ଡକାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.