ନନ୍ଦିତା ଦାସଙ୍କ ଫିଲ୍ମରେ କାମ କରିବେ କପିଲ୍ ଶର୍ମା; ‘ଡେଲିଭରୀ ବୟ’ ଭୂମିକାରେ ଆସିବେ ନଜର! ଭୁବନେଶ୍ୱର ସମେତ ଓଡ଼ିଶାରେ ଆରମ୍ଭ ହେବ ସୁଟିଂ

ଜଣେ ଓଡ଼ିଆଙ୍କ ସହ କାମ କରିବାକୁ ଯାଉଛନ୍ତି କମେଡି କିଙ୍ଗ୍ କପିଲ ଶର୍ମା। ଲେଖିକା, ନିର୍ଦ୍ଦେଶିକା ତଥା ନିର୍ମାତା ନନ୍ଦିତା ଦାସ ନିଜର ଆଗାମୀ ଫିଲ୍ମ ପାଇଁ କମେଡି କିଙ୍ଗ୍ କପିଲ ଶର୍ମାଙ୍କ ସହ ହାତ ମିଳାଇଛନ୍ତି। ଏହି ଫିଲ୍ମରେ କପିଲ ଶର୍ମା ପୂର୍ବରୁ କେବେ ଦେଖାଯାଇ ନ ଥିବା ଅବତାରରେ ନଜର ଆସିବେ। ଏଥିରେ ତାଙ୍କୁ ଜଣେ ଡେଲିଭରୀ ଫୁଡ୍ ରାଇଡର୍ ରୂପରେ ଦେଖିବାକୁ ମିଳିବ। କପିଲ ଶର୍ମାଙ୍କ ବିପକ୍ଷରେ ଅଭିନେତ୍ରୀ ଶାହାନା ଗୋସ୍ୱାମୀ ନଜର ଆସିବେ, ଯିଏକି ଫିଲ୍ମରେ ତାଙ୍କ ସ୍ତ୍ରୀର ଭୂମିକା ନିଭାଇବେ। ଏହି ଫିଲ୍ମକୁ ଅପ୍ଲାଉଜ୍ ଏଣ୍ଟରଟେନମେଣ୍ଟ ଏବଂ ନନ୍ଦିତା ଦାସ ଇନିସିଏଟିଭସ୍ ଦ୍ୱାରା ପ୍ରଡ୍ୟୁସ୍ କରାଯିବ। ଚଳିତ ମାସ ଶେଷରେ ଭୁବନେଶ୍ୱର ଏବଂ ଓଡ଼ିଶାର ଅନ୍ୟାନ୍ୟ ସ୍ଥାନରେ ଫିଲ୍ମ ସୁଟିଂ ଆରମ୍ଭ ହେବ।

ନନ୍ଦିତା ଦାସ କହିଛନ୍ତି, ‘ସାଧାରଣ ଲୋକଙ୍କ ଆଖିରେ ଯାହା ଲୁଚି ରହିଛି, ତାହାକୁ ଏହି ଫିଲ୍ମରେ ଦେଖାଇବାକୁ ଚେଷ୍ଟା କରାଯାଇଛି। ଏଥିପାଇଁ ଜବରଦସ୍ତ ଷ୍ଟାର କାଷ୍ଟ୍ ଏବଂ କ୍ରୁ ଏକାଠି ହୋଇଛନ୍ତି। ଦିନେ ହଠାତ୍ ମୋ ଟିଭି ସ୍କ୍ରିନ୍‌ରେ କପିଲ ଶର୍ମା ବାହାରି ଆସିଲେ, ମୁଁ ତାଙ୍କ ଶୋ’ କେବେ ଦେଖି ନ ଥିଲି। କିନ୍ତୁ ମୁଁ ତାଙ୍କୁ ସମ୍ପୂର୍ଣ୍ଣ ରୂପେ ‘ଆମ୍ ଆଦମୀ’କୁ ପ୍ରତିନିଧିତ୍ୱ କରୁଥିବାର ଦେଖି ପାରିଥିଲି। ଯଦିଓ ସେ ସେମାନଙ୍କ ମଧ୍ୟରୁ ଜଣେ ନୁହନ୍ତି। ମୁଁ ନିଶ୍ଚିତ ଯେ ସେ ନିଜ ସ୍ୱାଭାବିକ କଥାରେ ନିଜ ସହିତ ଅନ୍ୟ ସମସ୍ତଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରି ଦେବେ। ମୁଁ ଜଣେ ଅଦ୍ଭୁତ ଅଭିନେତ୍ରୀ ଶାହାନାଙ୍କ ସହିତ ପୁଣି ଥରେ କାମ କରିବାକୁ ଅତ୍ୟନ୍ତ ଉତ୍ସାହୀ ଅଛି ଏବଂ ସମୀର ନାୟର ମୋତେ ଜଣେ ବାସ୍ତବ ପ୍ରଡ୍ୟୁସିଙ୍ଗ୍ ପାର୍ଟନର ମିଳିଛନ୍ତି’।

ସେପଟେ ପ୍ରଡକ୍ସନ ହାଉସର ସିଇଓ ସମୀର ନାୟର କହିଛନ୍ତି, ‘ନନ୍ଦିତା ପ୍ରଥମେ ଆମକୁ ଏହି ଆଇଡିଆକୁ ସୂକ୍ଷ୍ମ ରୂପେ କହିଥିଲେ। ଆମକୁ ଏହା ଏତେ ପସନ୍ଦ ଆସିଥିଲା ଯେ ଆମେ ଏହାକୁ ଏକ ପୂର୍ଣ୍ଣ ଫିଚରରେ ବିସ୍ତାର କରିବା ପାଇଁ ତାଙ୍କୁ ପ୍ରୋତ୍ସାହିତ କରିଥିଲୁ। ନନ୍ଦିତାଙ୍କ ନିର୍ଦ୍ଦେଶନାରେ ତିଆରି ହେବାକୁ ଥିବା ଏହି ଫିଲ୍ମରେ କପିଲ ଓ ଶାହାନାଙ୍କୁ ସମ୍ପୂର୍ଣ୍ଣ ନୂଆ ଚରିତ୍ରରେ ଦେଖିବା ପାଇଁ ଆମେ ବହୁତ ଉତ୍ସାହିତ ଅଛୁ’।

କପିଲ ଶର୍ମା କହିଛନ୍ତି, ‘ମୁଁ ଏହି ପ୍ରୋଜେକ୍ଟକୁ ନେଇ ବହୁତ ଉତ୍ସାହିତ ଅଛି। ଏଥିପାଇଁ ନୁହେଁ କି, ମୁଁ ଏକ ଫିଲ୍ମ କରୁଛି, ବରଂ ଏଥିପାଇଁ ମୁଁ ନନ୍ଦିତା ଦାସଙ୍କ ଫିଲ୍ମ କରୁଛି, ଯାହାଙ୍କୁ ମୁଁ ଉଭୟ ଅଭିନେତ୍ରୀ ଏବଂ ନିର୍ଦ୍ଦେଶିକା ଭାବରେ ଦେଖିଛି। ମୁଁ ଖୁସି ଯେ ଦର୍ଶକମାନଙ୍କୁ ମୋର ଏକ ନୂଆ ସାଇଡ୍ ଦେଖିବାକୁ ମିଳିବ। ଜଣେ କଳାକାର ସବୁବେଳେ କିଛି ଅଲଗା କରିବାକୁ ପ୍ରୟାସ କରି ଚାଲିଥାଏ। ବାସ୍ତବରେ ମୁଁ ଏହି ଫିଲ୍ମରେ କାମ କରିବା ପାଇଁ ଉତ୍ସାହିତ ଅଛି’।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.