ଦଶମ ପାସ୍ କରିଥିଲେ ବିନା ପରୀକ୍ଷାରେ ପାଆନ୍ତୁ ରେଲୱେ ଚାକିରି

ରେଲୱେରେ ଚାକିରି କରିବାକୁ ଇଚ୍ଛା କରୁଥିବା ବ୍ୟକ୍ତିଙ୍କ ପାଇଁ ଖୁସି ଖବର। ବର୍ତ୍ତମାନ ଭୁବନେଶ୍ୱର ରେଳବାଇ ନିଯୁକ୍ତିର ଅଫିସିଆଲ୍ ସାଇଟ୍ rrcbbs.org.in ମାଧ୍ୟମରେ ଇଛୁକ ପ୍ରାର୍ଥୀ ଆବେଦନ କରିପାରିବେ। ସରକାରୀ ବିଜ୍ଞପ୍ତି ଅନୁଯାୟୀ ରେଲୱେରେ ଖାଲିଥିବା ପଦବୀ ସଂଖ୍ୟା ହେଉଛି ୭୫୬।

ପୂର୍ବ ତଟ ରେଳବାଇ, ଆପ୍ରେଣ୍ଟିସ ପଦବୀ ପାଇଁ ଆଗ୍ରହୀ ତଥା ଯୋଗ୍ୟ ପ୍ରାର୍ଥୀଙ୍କ ପାଇଁ ଏହି ପୋଷ୍ଟ ତିଆରି କରାଯାଇଛି। ଉପଯୁକ୍ତ ପ୍ରାର୍ଥୀମାନେ ଭୁବନେଶ୍ୱର ରେଲୱେ ରିକ୍ରୁମେଣ୍ଟ୍ ସେଲ୍, ଅଫିସିଆଲ୍ ସାଇଟ୍ rrcbbs.org.in ମାଧ୍ୟମରେ ଆବେଦନ କରିପାରିବେ। ସରକାରୀ ବିଜ୍ଞପ୍ତି ଅନୁଯାୟୀ ଖାଲିଥିବା ପଦବୀ ସଂଖ୍ୟା ୭୫୬ ଥିବା ବେଳେ ଏହି ପୋଷ୍ଟଗୁଡିକ ପାଇଁ ଆବେଦନ କରିବାର ଶେଷ ତାରିଖ ୨୦୨୨ ମାର୍ଚ୍ଚ ୭ ପର୍ଯ୍ୟନ୍ତ ।

ଏହି ପଦବୀ ପାଇଁ ଆବେଦନ କରିବାକୁ ଥିବା ପ୍ରାର୍ଥୀ ଦଶମ ଶ୍ରେଣୀ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବେ ଓ ଏହା ସହ ତାଙ୍କର କୌଣସି ଏକ ସ୍ୱୀକୃତିପ୍ରାପ୍ତ ବୋର୍ଡରୁ ସର୍ବନିମ୍ନ ୫୦ ପ୍ରତିଶତ ମାର୍କ ସହିତ NCVT / SCVT ଦ୍ଵାରା ସାର୍ଟିଫିକେଟ ଇସୁ ହୋଇଥିବା ଦରକାର। ଆପ୍ରେଣ୍ଟିସ୍ ପଦବୀ ପାଇଁ ଆବେଦନ କରିବାକୁ ପ୍ରାର୍ଥୀଙ୍କ ବୟସ ସୀମା ୧୫ ରୁ ୨୪ ବର୍ଷ ମଧ୍ୟରେ। ତେବେ ଶିକ୍ଷାଗତ ଯୋଗ୍ୟତା ଏବଂ ବୟସ ସୀମା ବିଷୟରେ ସମ୍ପୂର୍ଣ୍ଣ ବିବରଣୀ ପାଇଁ ପ୍ରାର୍ଥୀମାନେ ସରକାରୀ ବିଜ୍ଞପ୍ତି ବା ନୋଟିସକୁ ଅନୁସରଣ କରିପାରିବେ।

ମେରିଟ୍ ତାଲିକା ଆଧାରରେ ଏହି ପଦବୀଗୁଡ଼ିକରେ ପ୍ରାର୍ଥୀ ଚୟନ କରାଯିବ । ମେଟ୍ରିକରେ ହାରାହାରି ସର୍ବନିମ୍ନ ୫୦ ପ୍ରତିଶତ (ଏଗ୍ରିଗେଟ୍) ମାର୍କ ଏବଂ ITI ମାର୍କ ନେଇ ମେରିଟ୍ ଲିଷ୍ଟ ତିଆରି କରାଯିବା।ପ୍ରଥମେ ସର୍ଟଲିଷ୍ଟ କରାଯାଇଥିବା କ୍ୟାଣ୍ଡିଡେଟଙ୍କ ଡକ୍ୟୁମେଣ୍ଟ / ସାର୍ଟିଫିକେଟ୍ ଯାଞ୍ଚ କରାଯାଇ ତାଙ୍କୁ ସାକ୍ଷାତକାର ପାଇଁ ଡକାଯିବ।

ପ୍ରାର୍ଥୀଙ୍କୁ ଆବେଦନ ଫି ପାଇଁ କେବଳ ୧୦୦ ଟଙ୍କା ଦେବାକୁ ପଡିବ। ଆଗ୍ରହୀ ତଥା ଯୋଗ୍ୟ ପ୍ରାର୍ଥୀମାନେ ଅଫିସିଆଲ୍ ୱେବସାଇଟ୍ ମାଧ୍ୟମରେ ଆବେଦନ କରିପାରିବେ। ତେବେ ଆବେଦନ କରିବା ପୂର୍ବରୁ ପ୍ରାର୍ଥୀମାନେ ଅଫିସିଆଲ୍ ପେଜରୁ ନୋଟିଫିକେସନ ପଢ଼ିବା ଦରକାର।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.